ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଫେମସ ଅଭିନେତା ଶଶି କପୁରଙ୍କର ବହୁତ ଫିଲ୍ମ ଦେଖିଥିବେ । ଶଶି କପୁର ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଅଭିନେତା ଜଣକ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଶଶି କପୁରଙ୍କ ଜନ୍ମ ୧୮ ମାର୍ଚ ୧୯୩୮ ମସିହାରେ କଲିକତା ଠାରେ ହୋଇଥିଲା । ଶଶି କପୁରଙ୍କର ଅସଲ ନାମ ହେଉଛି ବଳବୀର ରାଜ କପୁର ।
ହେଲେ ତାଙ୍କୁ ସମସ୍ତେ ସ୍ନେହରେ ଶଶି କପୁର ଡାକନ୍ତି । ଶଶି କପୁର ନିଜର ଭାଇ ମାନଙ୍କ ମଧ୍ୟରେ ସବୁଠୁ ସାନ ଭାଇ ଥିଲେ । ତାଙ୍କର ବଡ ଭାଇ ସମି କପୁର ତାଙ୍କୁ ସ୍ନେହରେ ସାସା ନାମରେ ଡାକୁଥିଲେ । ପିତା ଓ ଭାଇଙ୍କ ପରି ସେ ଅଭିନୟ ଦୁନିଆରେ ପାଦ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ । ପିତା ପୃଥିବୀ ରାଜ କପୁର ଶଶିଙ୍କୁ ନିଜ କଷ୍ଟରେ ବଲିଉଡରେ ଅଭିନୟ କରିବା ପାଇଁ ନିର୍ଦେଶ ଦେଇଥିଲେ ।
ଶିଶୁ କଳାକାର ରୂପେ ୧୯୪୮ ମସିହାରେ ଫିଲ୍ମ ‘ଆଗ’ ଓ ୧୯୫୧ ମସିହାରେ ଆସିଥିବା ଫିଲ୍ମ ‘ଆଵାରା’ ଆଦି କେତେକ ଫିଲ୍ମରେ ଅଭିନୟ କରିଥିଲେ । ୧୯୬୧ ମସିହାରେ ଫିଲ୍ମ ‘ଧର୍ମରାଜ’ରୁ ଶଶି ନିଜର ବଲିଉଡ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ କେତେକ ଆୱାର୍ଡ ମଧ୍ୟ ମିଳିଥିଲା । ଶଶି ଯେତେବେଳେ ନିଜର ବଲିଉଡ କ୍ୟାରିୟର ର ଆରମ୍ଭ କରିଥିଲେ ସେତେବେଳେ ତାଙ୍କର ବଡ ଭାଇ ସମି କପୁରଙ୍କ ବଲିଉଡ କାରିୟର ସରିବାକୁ ଯାଉଥିଲା ।
ଶଶିଙ୍କୁ ଫିଲ୍ମ ‘ଜବ ଜବ ଫୁଲ’ରେ ସଫଳତା ମିଳିଥିଲା । ସେତେବେଳେ ଶଶିଙ୍କ ପାଇଁ ବହୁତ ଝିଅ ଓ ମହିଳା ମାନେ ଦିବାନା ଥିଲେ । ଏହି ଫିଲ୍ମରେ ଶଶି ଅଭିନେତ୍ରୀ ନନ୍ଦାଙ୍କ ସହ କାମ କରିଥିଲେ । ଏହା ପରେ ବଲିଉଡର ବିଭିନ୍ନ ଅଭିନେତ୍ରୀଙ୍କ ସହ ଶଶି ବହୁତ ଫିଲ୍ମରେ କାମ କରି ସଫଳତା ପାଇଥିଲେ ।
ସେହି ସମୟରେ ଅମିତାଭ ବଚନ ଓ ଶଶି କପୁରଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ସେଥିପାଇଁ ଶଶି ଓ ଅମିତାଭ ବଚନ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶଶି କପୁରଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ଶଶି କପୁରଙ୍କ ଝିଅ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ।
ଶଶି କପୁରଙ୍କ ଝିଅଙ୍କର ନାମ ହେଉଛି ସଞ୍ଜନା କପୁର । ସଞ୍ଜନା କପୁର ହେଉଛନ୍ତି ଜଣେ ପୂର୍ବ ଭାରତୀୟ ଅଭିନେତ୍ରୀ । ସେ ସ୍ଵର୍ଗୀୟ ଶଶି କପୁର ଓ ଜେନିଫର କେଣ୍ଡେଲଙ୍କର ଝିଅ ଅଟନ୍ତି । ସଞ୍ଜନା କପୁର ‘ହିରୋ ହିରାଲାଲ’ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଛନ୍ତି । ସଞ୍ଜନା କପୁର ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ସେ ମଧ୍ୟ ତାଙ୍କ ପିତା ଶଶି କପୁରଙ୍କ ପରି ବଲିଉଡରେ ବହୁତ ନାମ ଅର୍ଜନ କରିଛନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଶଶି କପୂର କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ