ସୁନା ପଞ୍ଜୁରି ରେ ଅଭିନୟ କରିଥିବା ମାମା (Sweta) ଙ୍କ Family and Biography

ନମସ୍କାର ବନ୍ଧୁଗଣ । ଆପଣ ମାନେ ଥରେ ସେହି ୯୦ ଦଶକର ଚଳଚିତ୍ର କଥା ମନେ ପକାନ୍ତୁ ତ । ସୁନା ପଞ୍ଜୁରି ଚଳଚିତ୍ରରେ ଏକ କୁନି ଝିଅର ଅଭିନୟ ଏତେ ଆକ୍ରୁଷ୍ଟ ହୋଇଥିଲା ଯେ ଲୋକମାନେ ସେହି କୁନି ଝିଅଙ୍କୁ ଏବେ ବି ଝୁରୁଛନ୍ତି । ସେ ହେଉଛନ୍ତି ଶ୍ଵେତା ମିଶ୍ର ସେହି ସୁନା ପଞ୍ଜୁରି ଚଳଚିତ୍ରରେ ୧୯୯୫ ମସିହାରେ ପ୍ରଥମ ଥର ଅଲିଉଡ ଇଣ୍ଡଷ୍ଟ୍ରି ରେ କୁନି କଳାକାର ଭାବେ ଏଣ୍ଟ୍ରି କରିଥିଲେ । ପ୍ରଥମ ଏଣ୍ଟ୍ରି ରେ ହିଁ ସୁନା ପଞ୍ଜୁରି ରେ ମାମା କ୍ୟାରେକ୍ଟର ଦେଇଥିଲା ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ।

ଏବେ ଅବଶ୍ୟ ସେ ଅଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ନାମୀ ଦାମୀ ସିଙ୍ଗର ଭାବେ ଜଣା ଯାଉଛନ୍ତି । ଆପଣ ମାନେ ତ ଜାଣିଥିବେ ଆକ୍ଟର ମାନେ ଗୀତ ଗାଇବାର । କିନ୍ତୁ କଣ କେବେ ଆକ୍ଟର ହୋଇ ଗୀତ ଲାଇନ କୁ ବାଛିବାର ଶୁଣିଛନ୍ତି କି । ଯାହା କରିଛନ୍ତି ଶ୍ଵେତା ମିଶ୍ର ।

ଶ୍ଵେତା ମିଶ୍ର ପ୍ରଥମ ଥର ୧୯୯୫ ମସିହାରେ ମାମା କ୍ୟାରେକ୍ଟର ରେ ସୁନା ପଞ୍ଜୁରି ରେ ନଜର ଆସିଥିଲେ । ଯେଉଁଥିରେ ସେ ବିଜୟ ମହାନ୍ତି ଙ୍କ ନାତୁଣୀ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ଆଉ କିଛି ଚଳଚିତ୍ର ରେ ଶିଶୁ କଳାକାର ଭାବେ ଅଭିନୟ କରି ଲୋକମାନଙ୍କ ହୃଦୟକୁ ଜିତିଛନ୍ତି ।

ଲୋକମାନେ ଏବେ ବି ତାଙ୍କୁ ମଧ୍ୟ ମନେ ରଖିଛନ୍ତି । କିନ୍ତୁ ସେ ଅଭିନୟ କରିଥିବା ଅନେକ ଚଳଚିତ୍ରରେ ଲୋକମାନେ ତାଙ୍କୁ ଛୋଟ ବେଳେ ଦେଖିଥିଲେ । କିନ୍ତୁ ଶ୍ଵେତା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ତାଙ୍କ ସ୍ଵାମୀଙ୍କ ନାମ ହେଉଛି ସ୍ଵାସ୍ତିକ । ସେ ଜଣେ ଡେନ୍ଟାଲ ସର୍ଜନ ଅଟନ୍ତି ଓ ଶ୍ଵେତା ଭୁବନେଶ୍ବରରେ ତାଙ୍କ ସ୍ଵାମୀଙ୍କ ସହ ରୁହନ୍ତି ।

ଶ୍ଵେତା ମିଶ୍ର ଙ୍କ ପରିବାର କଥା କହିଲେ ବାପା, ମା, ଭାଇ ଅଛନ୍ତି । ସେ ବିବାହ କଲା ପରେ ସ୍ଵାମୀଙ୍କ ସହ ଏବେ ଭୁବନେଶ୍ଵରରେ ରହି ନିଜର ଗୀତ କ୍ୟାରିୟର ପ୍ରତି ଫୋକସ କରୁଛନ୍ତି । ଅଲିଉଡ ର ଜଣେ ନାମୀ ଦାମୀ ଗୀତିକାର ଭାବେ ସେ ଏବେ ଜଣା ଯାଉଛନ୍ତି ଓ ଗୀତାକୁ ନିଜ ଜୀବନର ପେଶା କରି ନେଇଛନ୍ତି ।

ଆଗକୁ ମଧ୍ୟ ଏହି ଲାଇନ ରେ କିଛି ବଡ କରି ଦେଖେଇବେ ବୋଲି ଭାବିଛନ୍ତି । ଶ୍ଵେତା ମିଶ୍ର କୀଟ ରେ ପିଏସଡ଼ି କରିଥିଲେ ଏବଂ ତାଙ୍କ ପାଠ ପଢା ଭୁବନେଶ୍ବରରେ ଆରମ୍ଭ ହୋଇ ଭୁବନେଶ୍ବରରେ ହିଁ ଶେଷ ହୋଇଥିଲା । ଶ୍ଵେତା ମିଶ୍ର ଏବେ ଆଗକୁ ଗୀତ ରେ କିଛି କରି ଦେଖାଇବେ ଆଶା ରଖି ଆଗକୁ ବଢି ଚାଲିଛନ୍ତି ।

ଅନେକ ସ୍ଟେଜ ପ୍ରୋଗ୍ରାମ ରେ ମଧ୍ୟ ଶ୍ଵେତା ମିଶ୍ରଙ୍କୁ ଆପଣ ମାନେ ଦେଖିବାକୁ ପାଇବେ । ଶ୍ଵେତାଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି । ଯେଉଁଥିରେ ଶ୍ଵେତା ନିଜ ଗୀତ ଅପ୍ଲୋଡ କରିଥାନ୍ତି । ତେବେ ଆପଣଙ୍କୁ ଶ୍ଵେତାଙ୍କ ଆକଟିଂ ଓ ଗୀତ କିପରି ଲାଗେ ଆମକୁ କମେନ୍ଟ ନିଶ୍ଚୟ କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *