Sumit-Tapaswini ବିବାଦରେ Sumit ଙ୍କୁ ଲାଗିଲା ଆଉ ଏକ ବଡ ଝଟକା, High Court ଦେଲେ ଏମିତି ରାୟ !

ବନ୍ଧୁଗଣ ଓଡିଶାରେ ବହୁ ଚର୍ଚ୍ଚିତ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି । ତେବେ କୋର୍ଟର ଅନେକ ରାୟ ପରେ ଜିଲ୍ଲା କୋର୍ଟଙ୍କ ଏକ ବଡ ରାୟ ଏହି ସମସ୍ୟାର ଅଧା ସମାଧାନ କରିପାରିଛି । ଜିଲ୍ଲା କୋର୍ଟଙ୍କ ରାୟ ଅନୁସାରେ ଏବେ ତପସ୍ଵିନୀ ନିଜ ଶଶୁର ଘରେ ଅଛନ୍ତି ଏବଂ ସୁମିତଙ୍କୁ ତପସ୍ଵିନୀଙ୍କ ସମସ୍ତ ଖର୍ଚ୍ଚ ବୁଝିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


ଜିଲ୍ଲା କୋର୍ଟଙ୍କ ଏହି ରାୟରେ ଅସନ୍ତୁଷ୍ଟ ହୋଇ ସୁମିତ ଓ ତାଙ୍କ ପରିବାର ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ତା ହେଲେ ବନ୍ଧୁଗଣ ହାଇକୋର୍ଟ ଏହି ମାମଲାର ଶୁଣାଣି କରିସାରିଛି ଓ କଣ ନିଷ୍ପତ୍ତି ନିଆଯାଇଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ପୂରଣ ହୋଇପାରିଲା ନାହିଁ ସୁମିତ ଏବଂ ତାଙ୍କ ବାପାଙ୍କ ଇଛା । ପୁଣି ଏକ ବଡ ଝଟକା ଖାଇଛନ୍ତି ଡାକ୍ତର ପରିବାର । ତପସ୍ଵିନୀଙ୍କୁ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ସୁମିତ ଏନେଇ ଆସିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ । ବନ୍ଧୁଗଣ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାୟମ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତପସ୍ଵିନୀଙ୍କ ଭରଣ ପୋଷଣ ପାଇଁ ତଳ କୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି ହାଇକୋର୍ଟ ।

ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ପ୍ରତି ମାସ ୧୦ ତାରିଖରେ ତପସ୍ଵିନୀଙ୍କ ଭରଣ ପୋଷଣ ପାଇଁ ଟଙ୍କା ପ୍ରଦାନ କରିବେ ସୁମିତ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବୃୟାରି ୧୫କୁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ଭରଣ ପୋଷଣ ବାବଦକୁ ପ୍ରତି ମାସ ୧୦ ତାରିଖରେ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲା ।


ହେଲେ ତଳ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ସୁମିତ ହେଲେ ଏବେ ପୁଣି ଝଟକା ଖାଇଛନ୍ତି ସୁମିତ । ବନ୍ଧୁଗଣ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଣ ସୁମିତ ପାଳନ କରିବେ ଓ ତପସ୍ଵିନୀଙ୍କୁ ଟଙ୍କା ଦେବେ ତାହା ଅତି ଶୀଘ୍ର ଜଣା ପଡିଯିବ । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *