ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଜିଲ୍ଲା କୋର୍ଟଙ୍କ ରାୟ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ଵିନୀ ଓ ତପସ୍ଵିନୀଙ୍କ ସମସ୍ତ ଦାୟିତ୍ଵ ସୁମିତ ନେବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଗତ କାଲି ତପସ୍ଵିନୀଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତପସ୍ଵିନୀଙ୍କ ଓକିଲ ମତରେ-‘ଡାକ୍ତର ସୁମିତଙ୍କ ମା ଆଉ ତାଙ୍କ ଗୋସେଇଁ ମା ଦୁଇଜଣ ଗତ ୧୦ ତାରିଖ ଦିନ ଗୋଟେ ପିଟିସନ ଦାଖଲ କରିଥିଲେ’ । ଆଗକୁ ସେ କହିଛନ୍ତି-‘ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତପସ୍ଵିନୀଙ୍କୁ ସେଲଟର ହୋମକୁ ପଠା ଯାଉ ଓ ତାଙ୍କୁ ଗଣ୍ଡୋଗୋଳ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ।
ଯାହାର ଆଜି ଶୁଣାଣୀ ହୋଇଥିଲା ଓ ଆମେ ସେହି ପିଟିସନର କାଉଣ୍ଟର ଫାଇଲ କରିଥିଲୁ । ସେହିଥିରେ ମାନ୍ୟବର ଏସଡିଜିଏମ ସ୍ପର୍ଷ୍ଟ ନିର୍ଦ୍ଦେଶ ଦେଲେ ଯେ, ଯେହେତୁ ଜିଲ୍ଲା ଜଜ୍ ଙ୍କ ଆଦେଶ ଅଛି ତପସ୍ଵିନୀ ତାଙ୍କ ଶଶୁର ଘରେ ରହିବେ ଏବଂ ତାଙ୍କ ଉଭୟ ପକ୍ଷ ପରିବାର ଗଣ୍ଡଗୋଳ କରିବେ ନାହିଁ’ । ଆଗକୁ ସେ କହିଛନ୍ତି-‘ଏହା ସହିତ ଡାକ୍ତର ସୁମିତ ତାଙ୍କୁ ମାସିକ ୧୦ ତାରିଖ ସୁଧା ୧୭ ହଜାର ଟଙ୍କା ଦେବେ ।
ସେ ରାୟକୁ ଆଧାର କରିକି ଏବଂ ସେକ୍ସନ ୧୯ ଡିଭିଆକ୍ଟରେ ଯାହା ପ୍ରୋଭିଜନ ଅଛି ଜଣେ ପୂର୍ଣ୍ଣ ପ୍ରାପ୍ତ ବୟସ ମହିଳାକୁ ସେଲଟର ହୋମକୁ ପଠାଇବାର କୌଣସି ପ୍ରୋଭିଜନ ନାହିଁ । ତେଣୁ ତାଙ୍କର ପିରିସନକୁ ଆଜି ରିଜେକ୍ଟ କରାହେଲା । ଆସନ୍ତା ତାରିଖ ରହିଲା ୨୭ ଜାନୁୟାରୀ’ ।

ଆଗକୁ ସେ କହିଛନ୍ତି-‘ମୂଳ ପିଟିସନ ଉପରେ ଜାନୁୟାରୀ ୨୭ ତାରିଖ ଦିନ ହୀୟରିଙ୍ଗ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀଙ୍କ ଓକିଲ ନିଜର ବୟାନ ଦେଇଛନ୍ତି । ଦୀର୍ଘ ଦୁଇ ମାସର ଧାରଣା ପରେ ତପସ୍ଵିନୀ ନିଜ ଶଶୁର ଘରକୁ ଯାଇ ପାରିଛନ୍ତି । ଅନେକ ଦିନ ଧରି ଏହି ମାମଲାର ସମାଧାନ ହୋଇ ପାରୁ ନଥିଲା ହେଲେ ଜିଲ୍ଲା କୋର୍ଟ ଏକ ସୁନ୍ଦର ରାୟ ଦେଇ ମାମଲାଟିକୁ ଏକ ନୂଆ ମୋଡରେ ଆଣିଛନ୍ତି ।

