‘Sumit ଚାହିଁଥିଲେ ଏରୁଣ୍ଡି ଡେଇଁନଥାନ୍ତେ Tapaswini, କିନ୍ତୁ….’ ସୁମିତ ଓ ତପସ୍ଵିନୀଙ୍କ ମାମଲାରେ କିଛି ଏମିତି କହିଲେ ସମାଜସେବୀ MInati Ratha, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁତ ଚର୍ଚ୍ଚିତ ମାମଲା ସୁମିତ ଓ ତପସ୍ଵିନୀ ପାରିବାରିକ ବିବାଦ ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଏବେ ସୁମିତ ଓ ତାଙ୍କ ପରିବାରକୁ ଏକ ବଡ ଝଟକା ଲାଗିଛି । ଜିଲ୍ଲା କୋର୍ଟର ନିର୍ଦ୍ଦେଶ ଥିଲା ଯେ, ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହିବେ ଓ ତାଙ୍କର ସମସ୍ତ ଭରଣ ପୋଷଣର ଦାୟିତ୍ଵ ସୁମିତ ନେବେ । ପ୍ରତ୍ୟକ ମାସ ୧୦ ତାରିଖରେ ସୁମିତ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଦେବେ ।

ହେଲେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ । ବନ୍ଧୁଗଣ ହାଇକୋର୍ଟ ମଧ୍ୟ ଜିଲ୍ଲା କୋର୍ଟଙ୍କ ରାୟକୁ କାୟମ ରଖିଥିଲେ ଓ ସେହି ନିର୍ଦ୍ଦେଶ ପୁନର୍ବାର ଦେଇଥିଲେ । ତେବେ ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ମାମଲା ଉପରେ ସମାଜ ସେବି ମିନତୀ ରଥ ଏକ ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିନତୀ ରଥଙ୍କ ମତରେ-‘ଦେଖନ୍ତୁ ଏହି ମାମଲାଟି ହେଉଛି ବହୁତ ସ୍ପର୍ଶ କାତର । ଏହି ମାମଲାଟି କୋର୍ଟ କଚେରୀକୁ ଆସି ପୁଣି ଆହୁରି ଜଟିଳ ହୋଇଗଲାଣି । ଏହି ଘଟଣା ସୁମିତ ଯଦି ଚାହିଁ ଥାନ୍ତେ ତା ହେଲେ ଘର ଭିତରେ ହିଁ ସମାଧାନ ହୋଇପାରି ଥାନ୍ତା । କାରଣ ଗୋଟେ ସ୍ତ୍ରୀ ଲୋକ ବିବାହ ପରେ ସେ ଯେତେବେଳେ ଆସି ନିଜ ଶାଶୁ ଶଶୁର ଘରେ ରହିବ ତେବେ ନିଶ୍ଚୟ ସେଇଠି ଗଣ୍ଡୋଗଳ ସୃଷ୍ଟି ହେବ’ ।

ଆଗକୁ ସେ କହିଛନ୍ତି-‘କାରଣ ଗୋଟିଏ ଝିଅ ୨୫ ବର୍ଷ ଧରି ଗୋଟିଏ ଶିକ୍ଷା ଓ ସଂସ୍କୃତିରେ ବଢି ଆସିଥିବ ବିବାହ ପରେ ପୁଣି ଅନ୍ୟ ଶିକ୍ଷା ସଂସ୍କୃତିକୁ ସେ ଗ୍ରହଣ କରିବ ଆଉ ସେଇଠି ତାକୁ ଆଡଜଷ୍ଟ ହେବାକୁ କିଛି ସମୟ ଲାଗିବ । ସୁମିତଙ୍କ ବାପା ମାଙ୍କ କର୍ତ୍ତବ୍ୟ ଥିଲା ତାକୁ ବୋହୁ ନୁହେଁ ଝିଅ ଭଳିଆ ବ୍ୟବହାର କରିବାକୁ । ଆଉ ତପସ୍ଵିନୀଙ୍କର କଥା ହେଲେ ସେ ନିଜ ଶାଶୁ ଶଶୁରଙ୍କ ସହ ଆଡଜଷ୍ଟ କରିଥାନ୍ତେ’ ।

ଆଗକୁ ସେ କହିଛନ୍ତି-‘ଆଉ ବାପା ମା ଓ ସ୍ତ୍ରୀ ମଧ୍ୟରେ ସ୍ଵାମୀର ରହିଛି ମୁଖ୍ୟ ଭୂମିକା । ଯଦି ପ୍ରତ୍ୟକ ଘରେ ଏଭଳି ଗଣ୍ଡୋଗଳ ହେଉଛି ତା ହେଲେ କଣ ସମସ୍ତେ ଏଭଳି କୋର୍ଟ କଚେରୀ ଆସି ଏମିତି କରୁଛନ୍ତି । ଏଗୁଡିକ ଭଲ କାମ ନୁହେଁ ସମାଜ ପାଇଁ ଏ ଜିନିଷ ଭଲ ନୁହେଁ । କୋର୍ଟ କଚେରୀକୁ ଆସିଲେ ମାନସିକ ନିର୍ଯାତନା ଓ ଅର୍ଥ ହାନି ହେବା ଛଡା ଆଉ କିଛି ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମାଜ ସେବି ମିନତୀ ରଥ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *