ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ଫିଲ୍ମ କମେଡିଆନ Suman Maharana ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ସୁମନ ମହାରଣାଙ୍କୁ ନିଶ୍ଚୟ ଜାଣିଥିବେ । ସୁମନ ଅନେକ ସୁପର ହିଟ ଓଡିଆ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ସୁମନ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ମାନେ ସମସ୍ତେ ସୁମନଙ୍କୁ କେତେକ ଫିଲ୍ମରେ ଦେଖିଛନ୍ତି ହେଲେ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁମନ ମହାରଣାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୁମନ ମହାରଣା ହେଉଛନ୍ତି ଏକ ଓଡିଆ କଥାଚିତ୍ର ଓ ଦୂରଦର୍ଶନ ଅଭିନେତା । ସେ ମୁଖ୍ୟତଃ ହାସ୍ୟ କଳାକାର ରୂପେ ପରିଚିତ । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୪ ମସିହାରେ ଆସିଥିବା ଫିଲ୍ମ ‘କଣ୍ଢେଇ ଆଖିରେ ଲୁହ’ରୁ କରିଥିଲେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରି ଶ୍ରେଷ୍ଟ ଶିଶୁ କଳାକାର ପୁରସ୍କାର ମଧ୍ୟ ପାଇଥିଲେ ।

ଏହା ପରେ ସେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଥିଲେ । ବନ୍ଧୁଗଣ ସୁମନ ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ଵରର ବସ୍ତି ଅଞ୍ଚଳରେ ରହି ବଡ ହୋଇଥିଲେ ତାଙ୍କର ଉଚ୍ଚତା ହେଉଛି ମାତ୍ର ୪ ଫୁଟ । ସେଥିପାଇଁ ତାଙ୍କୁ ଅଧିକାଂଶ ଫିଲ୍ମରେ ବାମନ ଭୂମିକା ଦିଆଯାଏ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରିଛନ୍ତି ।

ତାଙ୍କୁ ତାଙ୍କ ସୁନ୍ଦର ଅଭିନୟ ପାଇଁ ଅନେକ ବଡ ବଡ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ବନ୍ଧୁଗଣ ସୁମନ ଗୋଟେ ଚଳଚିତ୍ରରେ କାମ କରିବା ପାଇଁ ପାଖା ପାଖି ୨ ରୁ ୩ ଲକ୍ଷ ଟଙ୍କା ନେଇଥାନ୍ତି । ଏହା ସହିତ ସେ ଗୋଟିଏ ସ୍ଟେଜ ସୋ ପାଇଁ ୩୦ ରୁ ୫୦ ହଜାର ଟଙ୍କା ନେଇଥାନ୍ତି । ବନ୍ଧୁଗଣ ସେ ଏକ ବିଜ୍ଞାପନ କରିବା ପାଇଁ ୧ ରୁ ୩ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ।

ସୁମନଙ୍କର ଏକ ଆଲିଶାନ ଘର ଓ ଦୁଇଟି କାର ମଧ୍ୟ ରହିଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ସୁମନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ପାଖା ପାଖି ୭୦ ରୁ ୮୦ ଲକ୍ଷ ଟଙ୍କା । ସୁମନ ନିଜ ସ୍ତ୍ରୀ ଓ ପରିବାର ସହ ବର୍ତ୍ତମାନ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହାସ୍ୟ ଅଭିନେତା ସୁମନ ମହାରଣାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *