ରାଜଙ୍କ ଜୀବନରେ ବହୁତ ଖାସ ଅଟନ୍ତି କାନପୁର ର ଏହି ମହିଳା, ଯାହାଙ୍କ ଆକାଉଣ୍ଟ କୁ Raj Kundra ପଠାଉଥିଲେ କୋଟି କୋଟି ଟଙ୍କା, ପୁରା ଘଟଣା ଜାଣିଲେ ମୁଣ୍ଡ କାମ ଦେବନି

ବନ୍ଧୁଗଣ ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କ ସ୍ଵାମୀ ରାଜ କୁନ୍ଦରା ବିବାଦରେ ଘେରି ରହିଛନ୍ତି । ବର୍ତ୍ତମାନ ସେ ପୋଲିସ ଦ୍ଵାରା ଗିରଫ ହୋଇଛନ୍ତି । ଅ-ଶ୍ଳୀ-ଳ ଭିଡିଓ ଆଦି କରିବାର ଓ ଆପ୍ ଦ୍ଵାରା ଲୋକ ମାନଙ୍କୁ ଦେଖାଇବା ପାଇଁ ତାଙ୍କ ଉପରେ ସାଂଘାତିକ ଅଭିଯୋଗ ଲାଗିଛି ।

ମୁମ୍ବାଇ ପୋଲିସ ତାଙ୍କୁ ଠୋସ ପ୍ରମାଣର ସହ ଗିରଫ କରିଛି । ଗତ କିଛି ଦିନ ହେବ ପୋଲିସ ରାଜଙ୍କୁ ପଚରା ଉଚରା କରୁଛନ୍ତି । ଏହାଦ୍ବାରା ବର୍ତ୍ତମାନ ରାଜଙ୍କ କାନପୁର କନେକ୍ସନ ବିଷୟରେ ଜଣା ପଡିଛି । କୁହାଯାଉଛି କାନପୁରରେ ରହୁଥିବା ହର୍ଷିତା ଶ୍ରିବାସ୍ତବ ନାମକ ଏକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସାକ୍ସନ ହୋଇଛି ।

ହର୍ଷିତାଙ୍କୁ ଅରବିନ୍ଦ ଶ୍ରୀବସ୍ତବ ନାମକ ଏକ ବ୍ୟକ୍ତିଙ୍କ ଦ୍ଵାରା ଟଙ୍କା ପଠା ଯାଇଛି । ମିଡିଆ ରିପୋର୍ଟସ ଅନୁସାରେ ଅରବିନ୍ଦ କୁମାର ଶ୍ରୀବସ୍ତବ ରାଜ କୁନ୍ଦରାଙ୍କ ୱାଟସପ୍ ରେ ଥିଲେ । ଅରବିନ୍ଦ ରାଜଙ୍କ ଏକ ୱାଟସପ୍ ଗ୍ରୁପରେ ଥିଲେ । ସେହି ପର୍ନ ଆପ୍ ରୁ ଯାହା ଟଙ୍କା ଆସୁଥିଲା ତାକୁ ଅରବିନ୍ଦ ନିଜ ପତ୍ନୀ ହର୍ଷିତା ଶ୍ରିବାସ୍ତବ ଓ ତାଙ୍କ ବାପା ବର୍ବଦା ଶ୍ରିବାସ୍ତବଙ୍କ ବ୍ୟାଙ୍କ ଖାତାରେ ପଠାଉ ଥିଲେ ।

ପୋଲିସ ଯାଞ୍ଚ ଅନୁସାରେ ଅରବିନ୍ଦଙ୍କ ଖାତାରୁ ନର୍ବଦା ଓ ହର୍ଷିତାଙ୍କ ଖାତାକୁ ଅଧିକ ଟଙ୍କା ଟ୍ରାନ୍ସାକ୍ସନ ହୋଇଛି । ବର୍ତ୍ତମାନ ପୋଲିସ ହର୍ଷିତା ଶ୍ରିବାସ୍ତବଙ୍କ ଖାତାକୁ ସିଜ୍ କରିସାରିଛି । ହର୍ଷିତାଙ୍କ ଖାତାରେ ପାଖା ପାଖି ଦୁଇ କୋଟିରୁ ଅଧିକ ଟଙ୍କା ଥିଲା । ସୂତ୍ର ମୁତାବକ ହର୍ଷିତା ଓ ନର୍ବଦାଙ୍କ ଖାତାରେ ଆସୁଥିବା ଟଙ୍କା କିଛି ଦିନ ପରେ ଅନ୍ୟ ଏକ ଖାତାକୁ ଟ୍ରାନ୍ସାକ୍ସନ ହୋଇଥାନ୍ତା ।

କିଛି ଦିନ ପରେ ଏହି ଟଙ୍କା ପୁଣି ଅରବିନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସି ଯାଇଥାନ୍ତା । ଏହି ଦବାନବାର କଣ ରହସ୍ୟ ରହିଛି ତାହା ବିଷୟରେ ମୁମ୍ବାଇ ପୋଲିସ ନିଜ ତଦନ୍ତ ଆରମ୍ଭ କରିଛି । ପୋଲିସ ଯାଞ୍ଚ ଅନୁସାରେ ରାଜ କୁନ୍ଦରା ସର୍ବ ମୋଟ ତିନୋଟି ୱାଟସପ୍ ଗ୍ରୁପ ଖୋଲିଥିଲେ ଓ ପର୍ନ ବିଜନେସ ଏହି ତିନୋଟି ଗ୍ରୁପ ଦ୍ଵାରା ଚଲାଉ ଥିଲେ । ଏଚଏସ ନାମକ ଏକ ଗ୍ରୁପରେ ରାଜ ଟଙ୍କା ଦବାନବା ଉପରେ ଚର୍ଚା କରୁଥିଲେ ।

ଅରବିନ୍ଦ ମଧ୍ୟ ଏହି ଗ୍ରୁପରେ ସାମିଲ ଥିଲେ । କେଉଁ ଖାତାକୁ କେତେ ଟଙ୍କା ନବାଦବା ହେବ ସେ ସବୁ ଏହି ଗ୍ରୁପରେ କୁହାଯାଉଥିଲା । ଦ୍ଵିତୀୟ ଗ୍ରୁପଟି ଏଚଏସ ଟେକ ଡାଉନ ନାମରେ ଅଛି । ଏହି ଗ୍ରୁପ ଜରିଆରେ କୁନ୍ଦରା କଣ୍ଟେଣ୍ଟ ଓ କପି ରାଇଟ ବିଷୟରେ ଚର୍ଚା କରୁଥିଲେ ।

ଏହି ଗ୍ରୁପରେ ଏକ ଗୁରୁତ୍ଵପୂର୍ଣ୍ଣ କଥା କୁହାଯାଉଥିଲା ତାହା ଥିଲା ହଟ୍ ସଟ୍ସରେ ଯାହା ବି ପର୍ନ ଭିଡିଓ ଅପଲୋଡ କରାଯାଉଛି ତାହା ଯେମିତି ଅନ୍ୟ କୌଣସି ୱେବ ସାଇଡକୁ ନଯିବ । ତା ହେଲେ ବନ୍ଧୁଗଣ ଏହି ପରି ଭାବରେ ରାଜ କୁନ୍ଦରା ଖରାପ କାମ କରୁଥିଲେ ।

Leave a Reply

Your email address will not be published. Required fields are marked *