ସୋସିଆଲ ମିଡିଆରେ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ଙ୍କ ଆକୁଳ ନିବେଦନ ପରେ Babi Mishra Live ଆସି କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀ ଦ୍ଵାରା ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକ ରେ ମଧ୍ୟ ମୃ-ତ୍ୟୁ ର ତାଣ୍ଡବ ଦେଖିବାକୁ ମିଳୁଛି । ଏହିପରି ସମୟ ରେ ଅର୍ଥ ଅଭାବ ରୁ ଜଣେ କରୋନା ରୋଗୀ ମୃ-ତ୍ୟୁ ସହିତ ଲଢେଇ କରୁଥିବାର ଚିତ୍ର ବର୍ତ୍ତମାନ ସାମ୍ନା କୁ ଆସିଛି ।

କରୋନା ରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଭିଷେକ ମହାପାତ୍ର ଙ୍କ ପାଇଁ ବର୍ତ୍ତମାନ ଅର୍ଥ ବାଧକ ସାଜିଛି । ଅଭିଷେକ ଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ବହୁତ ପରିମାଣ ରେ ଅର୍ଥ ର ଆବଶ୍ୟକ ରହିଛି । ତାଙ୍କୁ କୋଲକାତା କୁ ବାୟୁ ମାର୍ଗ ରେ ସ୍ଥାନାନ୍ତର କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ରହିଥିବାରୁ ତାଙ୍କୁ ବର୍ତ୍ତମାନ ସଡ଼କ ପଥରେ କୋଲକାତା କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି ।

ଅଭିଷେକ ଙ୍କୁ ଇଗମୋସିଷ୍ଟମ ଦେଇ କୋଲକାତା ନିଆଯିବ । ଅଭିଷେକ ଙ୍କ ଚିକିତ୍ସା ପାଇଁ ପ୍ରାୟ ଏକ କୋଟି ଟଙ୍କାର ଆବଶ୍ୟକ ରହିଛି ତେଣୁ ଏଥିପାଇଁ ତାଙ୍କ ପରିବାର ଲୋକ ସାଧାରଣ ଲୋକଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ଓଲିଉଡ ଅଭିନେତା ବବି ମିଶ୍ର ମଧ୍ୟ ଅଭିଷେକ ଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।

ମିଲାପ ଫଣ୍ଡରେଜର୍ସ ଜରିଆ ରେ ସାହାଯ୍ୟ କରିବା ପାଇଁ ଇଛୁକ ଥିବା ବ୍ୟକ୍ତି ସହାୟତା କରିପାରିବେ । ଯଦି ଆପଣ ସହାୟତା କରିବାକୁ ଚାହୁଁଛନ୍ତି ତେବେ ଆପଣ MILAAP.ORG/FUNDRASERS/SUPPORT-ABHISHEK MOHAPATRA ଦ୍ୱରା ମଧ୍ୟ ସାହାଯ୍ୟ କରିପାରିବେ ।

ଏହା ସହିତ ଆପଣ ମାନେ ୯୫୮୩୫୯୬୮୮୬ ନମ୍ବର ରେ ମଧ୍ୟ ଗୁଗୁଲ ପେ କିମ୍ବା ଫୋନ ପେ କରି ସାହାଯ୍ୟ କରିପାରିବେ । ତାଙ୍କ ପତ୍ନୀ ଙ୍କ କହିବା ଅନୁଯାୟୀ ବହୁତ ଲୋକ ତାଙ୍କୁ ସାହାଯ୍ୟ କରିସାରିଲେଣି କିନ୍ତୁ ତଥାପି ତାଙ୍କ ପାଖରେ ଚିକିତ୍ସା ପାଇଁ ଯେତିକି ଦରକାର ତାହା ଯୋଗାଡ଼ ହୋଇପାରିନାହିଁ ।

ତେଣୁ ସେ ମଧ୍ୟ ଲୋକ ମାନଙ୍କ ସାହାଯ୍ୟ କରିବା ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *