1993 ରେ TV ସିରିଏଲ ‘Sri Krishna’ ରେ କୃଷ୍ଣ ଙ୍କ ପିଲା ବେଳର ରୋଲ କରିଥିବା ଏହି ଅଭିନେତାଙ୍କର ଆଜି ହେଇ ଯାଇଛି ଏମିତି ଅବସ୍ଥା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକ ଗୁଡିକ ମଧ୍ୟରେ କେତେକ ଧାରାବାହିକ ପ୍ରସିଦ୍ଧି ହାସଲ କରିଥାଏ ଓ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଏହି କିଛି ମାସ ପୂର୍ବରୁ କୋରାନା ମହାମାରୀରୁ ବଞ୍ଚିବା ପାଇଁ ଭାରତ ସରକାର ଲକଡାଉନ ବ୍ୟବସ୍ତା କରିଥିଲେ । ଯାହାଫଳରେ ଟିଭିରେ କେତେକ ପ୍ରସିଦ୍ଧ ସିରିଏଲ ପୁନର୍ବାର ପ୍ରସାରିତ ହୋଇଥିଲା ।

ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ସେହି ସିରିଏଲର ନାମ ହେଉଛି ‘ଶ୍ରୀ କୃଷ୍ଣା’ । ଆପଣ ମାନେ ନିଶ୍ଚୟ ଏହି ଲକଡାଉନ ସମୟରେ ‘ଶ୍ରୀ କୃଷ୍ଣା’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ ।


ରାମାନନ୍ଦ ସାଗରଙ୍କ ଦ୍ଵାରା ଡାଇରେକ୍ଟ ହୋଇଥିବା ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିବା ସହିତ ପ୍ରସିଦ୍ଧି ହାସଲ କରିଥିଲା । ଦର୍ଶକ ମାନେ ଏହି ସିରିଏଲକୁ ପୁନର୍ବାର ମଧ୍ୟ ସେତିକି ଖୁସିରେ ଦେଖିଥିଲେ । ବନ୍ଧୁଗଣ ଏହି ଧାରାବାହିକରେ ଭଗବାନ ଶ୍ରୀ କୃଷ୍ଣଙ୍କର ତିନୋଟି ଭୂମିକା ନଜର ଆସିଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଭଗବାନ ଶ୍ରୀ କୃଷ୍ଣଙ୍କର ବାଲ୍ୟ କାଳର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ବିଷୟରେ ।

ବନ୍ଧୁଗଣ ଧାରାବାହିକ ‘ଶ୍ରୀ କୃଷ୍ଣ’ରେ ଶିଶୁ କଳାକାର ରୂପେ ସ୍ଵପନିଲ ଜୋଶୀ ଅଭିନୟ କରିଥିଲେ । ସ୍ଵପନିଲ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ବନ୍ଧୁଗଣ ସ୍ଵପନିଲଙ୍କ ଜନ୍ମ ୧୮ ଅକ୍ଟୋବର ୧୯୭୭ ମସିହାରେ ମୁମ୍ବାଇରେ ହୋଇଥିଲା । ସେ ଏକ ମଧ୍ୟମବର୍ଗ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲା । ତାଙ୍କର ମାତା ପିତା ସରକାରୀ ଚାକିରି କରିଥିଲେ । ସ୍ଵପନିଲ ନିଜର ସମସ୍ତ ପାଠ ପଢା ମୁମ୍ବାଇରେ ପୂରଣ କରିଥିଲେ ।

ସ୍ଵପନିଲଙ୍କୁ ଗୀତ ଶୁଣିବା ପାଇଁ ଓ ଦୂର ଯାତ୍ରା କରିବା ପାଇଁ ବହୁତ ଭଲ ଲାଗିଥାଏ । ଏହା ବ୍ଯତୀତ ସେ ଶାହରୁଖ ଖାନ ଓ ହ୍ରୀତିକ ରୋଷନଙ୍କ ପରି ପ୍ରସିଦ୍ଧ ଅଭିନେତା ମାନଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । ସ୍ଵପନିଲଙ୍କୁ ପିଲା ବେଳରୁ ଅଭିନୟରେ ରୁଚି ଥିଲା । ସେ କେତେକ ଟିଭି ବିଜ୍ଞାପନରେ ନଜର ଆସିଛନ୍ତି । ଏହା ବ୍ଯତୀତ ତାଙ୍କର ଏକ ରେଡିଓ ସୋ ମଧ୍ୟ ଅଛି । ସ୍ଵପନିଲ ଫିଲ୍ମ ‘ଗୁଲାମେ ମୁସ୍ତାଫା’ରେ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ । ସେ କେତେକ ବଲିଉଡ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି ।

ସ୍ଵପନିଲ ‘ଉତ୍ତରା ରାମାୟଣ’ରେ କୁଶର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ସେହି ସମୟରେ ସେ କେବଳ ୯ ବର୍ଷର ଥିଲେ । ବନ୍ଧୁଗଣ ଶ୍ରୀ କୃଷ୍ଣ ସିରିଏଲ ପରେ ସେ ଅନ୍ୟ ବହୁତ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଦର୍ଶକ ମାନେ ସ୍ଵପନିଲଙ୍କ ଅଭିନକୁ ବହୁତ ଅଧିକ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ସ୍ଵପନିଲଙ୍କର ଫ୍ୟାନ୍ସ ଫୋଲୋଇଙ୍ଗ ବହୁତ ଅଧିକ ରହିଛି । ବର୍ତ୍ତମାନ ସେ ବହୁତ କମ ଫିଲ୍ମ ଓ ସିରିଏଲରେ ନଜର ଆସୁଥିଲେ ମଧ୍ୟ ଦର୍ଶକ ମାନେ ତାଙ୍କ ଅଭିନୟକୁ ଭୁଲି ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *