Kundali Bhagya ସିରିଏଲ ରୁ ଫେମସ ହେଇଥିବା ହିରୋଇନ Shraddha Arya ଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ, ଯିଏ ନଜର ଆସନ୍ତି ବହୁତ ସୁନ୍ଦର ଓ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଟିଭିରେ ପ୍ରସାରିତ ହେଉଥିବା ଏହି ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନାହାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ZTVର ଫେମସ ସିରିଏଲ ‘କୁଣ୍ଡଳୀ ଭାଗ୍ୟ’ ନିଶ୍ଚୟ ଦେଖିଥିବ,  ଏହି ସିରିଏଲକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି । ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ପ୍ରୀତାଙ୍କୁ ଆପଣ ମାନେ ଜାଣିଥିବେ ।

ବନ୍ଧୁଗଣ ପ୍ରୀତାର ଭୂମିକା ପଦର୍ଶନ କରୁଥିବା ଅଭିନେତ୍ରୀଙ୍କର ନାମ ହେଉଛି ଶ୍ରଦ୍ଧା ଆରିଆ । ଶ୍ରଦ୍ଧା ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନରେ ଏକ ନୂଆ ସ୍ଥାନ କରିପାରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଶ୍ରଦ୍ଧା ଆରିଆଙ୍କ ରିଅଲ ଲାଇଫ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ଭାଇ ଭଉଣୀଙ୍କ ବିଷୟରେ ।

ଶ୍ରଦ୍ଧାଙ୍କର ଜନ୍ମ ୧୭ ଅଗଷ୍ଟ ୧୯୮୭ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ଶ୍ରଦ୍ଧା ନିଜର ପାଠ ପଢା ଦିଲ୍ଲୀରେ ପୂର୍ଣ୍ଣ କରିଥିଲେ, ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୦୪ରେ କରିଥିଲେ । ସେହି ସମୟରେ ସେ କେତେକ ଟିଭି ସିରିଏଲ ସହ ବହୁତ ବଲିଉଡ ଫିଲ୍ମରେ କାମ କରିଥିଲେ ।


ସେହି ସମୟରେ ସେ ଫିଲ୍ମ ନିଷଧ ଓ ପାଠଶାଳା ପରି ଫିଲ୍ମରେ କାମ କରିଥିଲେ । ଏହା ବ୍ଯତୀତ ସେ ସିରିଏଲ ତୁମହାରି ପାଖି ଓ ଲକ୍ଷ୍ମୀ ତେରି ଆଙ୍ଗନ କି ଆଦିରେ ଅଭିନୟ କରିଥିଲେ । ସେହି ସମସ୍ତ ସିରିଏଲ ଓ ଫିଲ୍ମ କରି ଶ୍ରଦ୍ଧା ଏହି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ବର୍ତ୍ତମାନ ସେ ସିରିଏଲ କୁଣ୍ଡଳୀ ଭାଗ୍ୟରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରି ବହୁତ ଲୋକପ୍ରିୟତା ହାସିଲ କରିଛନ୍ତି ।

ବନ୍ଧୁଗଣ ଶ୍ରଦ୍ଧାଙ୍କର ଏକ ବଡ ଭଉଣୀ ଅଛନ୍ତି । ଶ୍ରଦ୍ଧାଙ୍କର ବଡ ଭଉଣୀଙ୍କ ନାମ ହେଉଛି ଦିବ୍ୟା ଆରିଆ । ଦିବ୍ୟା ପ୍ରଫେସନରୁ ଜଣେ ମେକଅପ ଆର୍ଟିଷ୍ଟ ଅଟନ୍ତି ଓ ନିଜ ଫିଲ୍ଡରେ ସେ ସଫଳତା ମଧ୍ୟ ପାଇଛନ୍ତି । ଶ୍ରଦ୍ଧା ସୋସିଆଲ ମିଡିଆରେ ଅଧିକାଂଶ ସମୟ ନିଜ ଭଉଣୀଙ୍କ ସହ ଫଟୋ ସେୟାର କରୁଥିବାର ନଜର ଆସନ୍ତି । ଶ୍ରଦ୍ଧା ଓ ଦିବ୍ୟାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।


ଶ୍ରଦ୍ଧା ଆରିଆଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଯିଏ ଏହି କିଛି ସମୟ ପୂର୍ବରୁ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି । ହେଲେ ଶ୍ରଦ୍ଧାଙ୍କ ଭାଇଙ୍କୁ ଲାଇମ ଲାଇଟରେ ରହିବା ପାଇଁ ବିଲକୁଲ ପସନ୍ଦ ନୁହେଁ । ଶ୍ରଦ୍ଧା ଓ ତାଙ୍କ ଭାଇ ଭଉଣୀ ଅଧିକାଂଶ ସମୟ ମସ୍ତ କରି ସମୟ ଅତିବାହିତ କରନ୍ତି । ଶ୍ରଦ୍ଧା ନିଜ ଭାଇ ଭଉଣୀଙ୍କ ବହୁତ ଅଧିକ ଭଲ ପାନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଶ୍ରଦ୍ଧାଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *