ସାଉଥ ଅଭିନେତ୍ରୀ କାଜୋଲ ଅଗ୍ରୱାଲ ବଲିଉଡର ହିରୋ ମାନଙ୍କୁ ଛାଡି ଏହି ଧନୀ ବିଜନେସମ୍ୟାନଙ୍କ ସହ ଲୁଚିଛପି କରିଲେ ନିର୍ବନ୍ଧ

ଆପଣ ମାନେ ସମସ୍ତେ ସାଉଥର ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଅଗ୍ରୱାଲଙ୍କୁ ନିଶ୍ଚୟ ଜାଣିଥିବେ । କାଜୋଲ ଅଗ୍ରୱାଲଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କାଜୋଲ ଅଗ୍ରୱାଲ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ସେଥିପାଇଁ ତାଙ୍କର ଲୋକପ୍ରିୟତା ସାରା ଭାରତ ବର୍ଷରେ ରହିଛି । ବର୍ତ୍ତମାନ ଏହି କିଛି ଦିନ ହେବ କାଜୋଲ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର କାରଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଖବର ମିଳିଛି ଯେ, କାଜୋଲ ସମସ୍ତ ଅଭିନେତାଙ୍କୁ ଛାଡି ଏକ ଧନୀ ବିଜନେସମ୍ୟାନଙ୍କ ସହ ନିର୍ବନ୍ଧ କରିଛନ୍ତି । ତେବେ ବନ୍ଧୁଗଣ ଏହି କଥା କେତେ ସତ ଆସନ୍ତୁ ଜାଣିବା ।

କାଜୋଲ ଅଗ୍ରୱାଲଙ୍କ ସାନ ଭଉଣୀ ନିଶା ଅଗ୍ରୱାଲ ମଧ୍ୟ ଜଣେ ଆକ୍ଟ୍ରେସ ଓ ବିଜନେସ ଓମେନ ଅଟନ୍ତି । ହେଲେ ସେ ନିଜ ବଡ ଭଉଣୀ କାଜୋଲ ଅଗ୍ରୱାଲଙ୍କ ପୂର୍ବରୁ ବିବାହ କରି ସାରିଛନ୍ତି । ନିଶା ଅଗ୍ରୱାଲ ୧୮ ଡିସେମ୍ବର ୨୦୧୩ ରେ ମୁମ୍ବାଇର ବେଷ୍ଟ ବିଜନେସମ୍ୟାନ କରନ ବନେଚାଙ୍କ ସହ ବିବାହ କରିଥିଲେ ।

ନିଶାଙ୍କ ସହ କରନଙ୍କ ସାକ୍ଷାତ ବିବାହର ପାଞ୍ଚ ବର୍ଷ ପୂର୍ବରୁ ତାଙ୍କର ଏକ ସାଙ୍ଗ ମାଧ୍ୟମରେ ହୋଇଥିଲା । ଅନ୍ୟ ପକ୍ଷରେ ଆକ୍ଟ୍ରେସ ଲକ୍ଷ୍ମୀ ମଞ୍ଜୁଙ୍କର ଏକ ଚାଟ ସୋରେ କାଜୋଲଙ୍କୁ ପଚରା ହୋଇଥିଲା ତାଙ୍କ ବିବାହ ବିଷୟରେ । ସେଠାରେ କାଜୋଲ ଏହାର ଉତ୍ତର ଦେଇ କହିଥିଲେ ସେ ୨୦୨୦ରେ ବିବାହ କରିବାର ପ୍ଳାନ କରିଛନ୍ତି । କାଜୋଲ ଏମିତି ଏକ ଲୋକ ସହ ବିବାହ କରିବାକୁ ଚାହୁଁଛନ୍ତି ଯିଏ କାଜୋଲଙ୍କୁ ବହୁତ ଭଲ ପାଉଥିବ, ଯତ୍ନ ନେଇପାରୁ ଥିବ ଓ ଫିଲ୍ମ ଲାଇନରୁ ଦୂରରେ ଥିବ ।

ବର୍ତ୍ତମାନ ଏକ ଖବର ଆସିଛି ଯେ, କାଜୋଲ ଅଗ୍ରୱାଲ ଗୌତମ ନାମକ ଏକ ବଡ ବିଜନେସମ୍ୟାନଙ୍କ ସହ ନିର୍ବନ୍ଧ କରି ସାରିଛନ୍ତି । ଖବର ଅନୁସାରେ ଏହା ମଧ୍ୟ ଜଣା ପଡିଛି କାଜୋଲ ବହୁତ ଶୀଘ୍ର ଗୌତମଙ୍କ ସହ ବିବାହ କରିବାକୁ ଯାଉଛନ୍ତି । କାଜୋଲଙ୍କ ଶିକ୍ରେଟ ନିର୍ବନ୍ଧରେ ତାଙ୍କ ସାଙ୍ଗ ଓ ପରିବାର ଲୋକାମାନେ ସାମିଲ ଥିଲେ ।

ବର୍ତ୍ତମାନ କିଛି ଦିନ ମଧ୍ୟରେ କାଜୋଲ ନିଜ ନିର୍ବନ୍ଧ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିବେ ଏହାର ଖବର ମିଳିଛି,  ୨୦୧୯ରେ ମଧ୍ୟ କାଜୋଲଙ୍କ ବିବାହକୁ ନେଇ ବହୁତ ଖବର ଆସୁଥିଲା ହେଲେ ସେହି ସମୟରେ କାଜୋଲ ନିଜ ବିବାହ ସମ୍ବନ୍ଧିତ କୌଣସି ତଥ୍ୟ ଦେଇ ନଥିଲେ । ବର୍ତ୍ତମାନ କାଜୋଲଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହ ବିଷୟରେ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ବହୁତ ଶୀଘ୍ର କାଜୋଲ ନିଜ ନିର୍ବନ୍ଧର ଘୋଷଣା ସୋସିଆଲ ମିଡିଆରେ କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *