South ର ଫେମସ ଅଭିନେତାମାନଙ୍କର ବାପା-ପୁଅ ଯୋଡି, 4 ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ବଲିଉଡ ଅନେକ ସଫଳତା ହାସଲ କରି ପାରିଛି ଏବଂ ନିଜର ନାମ କୁ ହଲିଉଡ଼ ପର୍ଯ୍ୟନ୍ତ ମଧ୍ୟ ନେଇ ପାରିଛି । କିନ୍ତୁ ଯେତେବେଳେ ବି ସାଉଥ ସିନେମା ଜଗତ କଥା ଆସେ ସେତେବେଳେ ବଲିଉଡ ମଧ୍ୟ ପଛରେ ରହିଯାଏ ।

କାରଣ ସାଉଥ ରେ ଆମକୁ ଲଗାତାର ଏକ ରୁ ଅନେକ ଦମଦାର କଳାକାର ଦେଖିବାକୁ ମିଳୁଛନ୍ତି । ଏବଂ ଅନେକ ଦମଦାର ସିନେମା ମଧ୍ୟ ଦେଖିବାକୁ ମିଳୁଛି । ଏହି କଳାକାର ମାନଙ୍କ ସୁନ୍ଦର ଅଭିନୟ ଯୋଗୁଁ ଏହି ସିନେମା ଗୁଡିକ ସୁପରହିଟ ହୋଇ ପାରୁଛି ଏବଂ ଏହି କଳାକାର ଙ୍କ ନାମ ହିଁ ଯଥେଷ୍ଟ ତାଙ୍କ ପରିଚୟ ପାଇଁ ଏବଂ ସେଥିପାଇଁ ଏବେ ହିନ୍ଦୀ ସିନେମା ଓ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଅପେକ୍ଷା ସାଉଥ ର ସିନେମା ଓ ସେଠାକାର ଅଭିନେତା ଅଭିନେତ୍ରୀ ବେଶୀ ପସନ୍ଦ କରୁଛନ୍ତି ।

ତେବେ ଆଜି ଆମେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ବାପା ଓ ପୁଅ ଙ୍କ ଯୋଡି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ବାପା ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ନାଗାର୍ଜୁନ ଅକିନେନି’ ଓ ‘ନାଗା ଚୈତନ୍ୟ’ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ‘ଡନ୍ ନମ୍ବର ୱାନ୍’, ‘ୱାନ୍ ମ୍ୟାନ ଆର୍ମୀ’ ଭଳି ସୁପରହିଟ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟକୁ କିଣିଥିବା ଅଭିନେତା ‘ନାଗାର୍ଜୁନ ଅକିନେନି’ ଙ୍କ ପୁତ୍ର ‘ନାଗା ଚୈତନ୍ୟ’ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅନେକ ସୁପରହିଟ ଫିଲ୍ମ ଯଥା ‘ମଜିଲି’, ‘ମନମ’ ଆଦି ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ବାପା ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ଅଲ୍ଲୁ ଅର୍ଜୁନ’ ଓ ‘ଅଲ୍ଲୁ ଅୟାନ’ । ଅଲ୍ଲୁ ଅର୍ଜୁନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ଏବଂ ସୁପ୍ରସିଦ୍ଧ ଅଭିନେତା ଅଟନ୍ତି । ଯଦି ତାଙ୍କ ପୁଅ ଙ୍କ ସମ୍ବନ୍ଧରେ କହିବା ତେବେ ସେ ମାତ୍ର ୬ ବର୍ଷ ବୟସର ଅଟନ୍ତି ଏବଂ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି । ଅଲ୍ଲୁ ଅୟାନ ଙ୍କ ଅନେକ ଫଟୋ ସୋସିଆଲ ମିଡିଆ ରେ ମଧ୍ୟ ଭାଇରାଲ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟ ବାପା ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ଆଶିଷ ବିଦ୍ୟାର୍ଥୀ’ ଓ ‘ଅର୍ଥ ବିଦ୍ୟାର୍ଥୀ’ । ଆଶିଷ ବିଦ୍ୟାର୍ଥୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ନେଗେଟିଭ ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ପୁଅ ଅର୍ଥ ବିଦ୍ୟାର୍ଥୀ ୟୁନିଭର୍ସିଟି ଅଫ୍ କ୍ୟାଲିଫର୍ନିଆ ରେ କମ୍ପୁଟର ସାଇନ୍ସ ପଢୁଛନ୍ତି । ଏହି ଦୁହିଁ ବାପ ଓ ପୁଅ ଙ୍କ ମଧ୍ୟରେ ଖୁବ ଭଲ ପାଇବା ରହିଛି ଏବଂ ଉଭୟ ପରସ୍ପର ଙ୍କ ବନ୍ଧୁ ସଦୃଶ ଅଟନ୍ତି ।

୪. ବନ୍ଧୁଗଣ ତୃତୀୟ ବାପ ଓ ପୁଅ ଙ୍କ ଯୋଡ଼ି ହେଉଛି, ‘ଚିରଞ୍ଜିବି’ ଓ ‘ରାମ ଚରଣ’ । ‘ଇନ୍ଦ୍ର ଦ ଟାଇଗର’, ‘ଷ୍ଟାଲିନ୍’ ଓ ‘ପ୍ରତିବନ୍ଧ’ ଭଳି ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଚିରଞ୍ଜିବି ଙ୍କ ପୁଅ ରାମ ଚରଣ ଙ୍କ ସମ୍ବନ୍ଧରେ ମଧ୍ୟ ଆପଣ ମାନେ ଜାଣିଥିବେ । ରାମ ଚରଣ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଏହି ବାପ ପୁଅ ଙ୍କ ଯୋଡ଼ି ‘ବ୍ରୁସ୍ଳି’ ଫିଲ୍ମ ରେ ଏକାଠି ଦେଖିବାକୁ ମିଳିଥିଲା । ଏହି ବାପା ଓ ପୁଅ ଙ୍କ ଯୋଡ଼ି ସମସ୍ତ ଦର୍ଶକ ଙ୍କ ପ୍ରିୟ ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଟଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *