Sabyasachi ଙ୍କ ସହିତ ମିଶି Varsha କରିଲେ ଏମିତି କାମ, ଦେଖିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକାଠି କରୁଛନ୍ତି ସମାଜ ସେବା । ଆଜ୍ଞା ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସବ୍ୟସାଚୀ ଓ ବର୍ଷା ଏକାଠି ହୋଇଛନ୍ତି କୌଣସି ଫିଲ୍ମ ରେ ନୁହେଁ ।

ଅନସ୍କ୍ରୀନ ନୁହେଁ ବରଂ ଅଫସ୍କ୍ରୀନ ରେ ଏକାଠି ହୋଇଛନ୍ତି ଏହି ଦୁଇ କଳାକାର । ପରଦା ପଛରେ ରହି କରୁଛନ୍ତି ସମାଜ ସେବା । ଏହି ଦୁଇ କଳାକାର ଲୋକମାନଙ୍କ ସାହାଯ୍ୟ କରୁଛନ୍ତି । ଏଭଳି ପରିସ୍ଥିତି ରେ ଲୋକ ମାନଙ୍କ ସାହାଯ୍ୟ କରିବା ପ୍ରଶଂସାଦାୟକ ଅଟେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଙ୍କ ଚ୍ୟାରୀଟି ଟ୍ରସ୍ଟ ରହିଛି ।

ଯାହାର ନାମ ହେଉଛି ‘ସମ୍ମାନିତା’ ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ ମଧ୍ୟ ଏକ ଚ୍ୟାରୀଟି ଟ୍ରସ୍ଟ ରହିଛି ଯାହାର ନାମ ହେଉଛି ‘ସ୍ମାଇଲ ପ୍ଲିଜ’ । ତେବେ ଏହି ଦୁଇ କଳାକାର କୋରନା ମହାମାରୀ ର ଏହି ବିକଟ ପରିସ୍ଥିତି ରେ ଅସହାୟ ରେ ଥିବା ଲୋକ ମାନଙ୍କ ସାହାଯ୍ୟ କରୁଛନ୍ତି ।

ସେମାନଙ୍କୁ ରାସନ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଏବଂ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇ ଦେଉଛନ୍ତି ଓଲିଉଡ ର ଏହି ଦୁଇ କଳାକାର । ଲୋକ ମାନଙ୍କ ସୁବିଧା ଅସୁବିଧା ରେ ଛିଡ଼ା ହେଉଛନ୍ତି ଏବଂ ଯେ କୌଣସି ପରିସ୍ଥିତିରେ ମଧ୍ୟ ସାହାଯ୍ୟ ଲୋଡୁଥିବା ଲୋକ ମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସୁଛନ୍ତି ବର୍ଷା ଏବଂ ସବ୍ୟସାଚୀ ।

ଏହିପରି ଭାବରେ ବର୍ଷା ଓ ସବ୍ୟସାଚୀ ଏକାଠି ହୋଇଛନ୍ତି ଏବଂ ଦୁଇ ଜଣକ ସଂସ୍ଥା ଲୋକ ମାନଙ୍କୁ ସାହାଯ୍ୟ କରୁଛି । ସବ୍ୟସାଚୀ ଓ ବର୍ଷା ଙ୍କ ଏଭଳି କାର୍ଯ୍ୟ ର ଯେତେ ବି ପ୍ରଶଂସା କରିଲେ ମଧ୍ୟ ଶବ୍ଦ କମ ପଡ଼ିବ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଙ୍କ ଏଭଳି ଉତ୍ତମ କାର୍ଯ୍ୟ ଦେଖି ଅଭିନେତା ସବ୍ୟସାଚୀ ମିଶ୍ର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କର ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ତେବେ ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ଦୁଇ ଲୋକପ୍ରିୟ କଳାକାର ଙ୍କ ଏଭଳି କାର୍ଯ୍ୟ ଦ୍ଵାରା ଆପଣ କିପରି ପ୍ରଭାବିତ ହେଉଛନ୍ତି ତାହା ନିଜ ମତ ମାଧ୍ୟମରେ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *