ACF Soumya Ranjn ଡେଥ ମିଷ୍ଟ୍ରି: ସୌମ୍ୟଙ୍କ ମାମଲାରେ ଜଙ୍ଗଲମନ୍ତ୍ରୀଙ୍କୁ ଶକ୍ତ ଧକ୍କା…ଏବେ ସବୁ ଫସିବେ, ହଠାତ ଆସିଲା ବଡ଼ ନିଷ୍ପତ୍ତି….

ନମସ୍କାର ବନ୍ଧୁଗଣ ଏସିଏଫଓ ସୌମ୍ୟରଂଜନ ଙ୍କ ମୃତ୍ୟୁ ମାମଲାରେ ନୁଆ ମୋଡ଼ । ଜଂଗଲ ମନ୍ତ୍ରୀ ଙ୍କ ପିଏସ କୁ ଅଚାନକ ମାଓ ଇଲାକା କୁ ବଦଳି କରାଯାଇଛି । ମାତ୍ର ପନ୍ଦର ମିନିଟ ଭିତରେ ଦାୟିତ୍ୱ ହସ୍ତାନ୍ତର ପାଇଁ ବି ନିର୍ଦେଶ ମିଳିଛି ।

ଜଂଗଲ ମନ୍ତ୍ରୀ ବିକ୍ରମ କେଶରୀ ଅରୁଖା ଙ୍କ ବ୍ୟକ୍ତି ଗତ ସଚିବ ଦୀପ୍ତି ରଞ୍ଜନ ବେହେରା ଙ୍କର ହୋଇଛି ଅଚାନକ ବଦଳି । ଆଖ ପାଖ ନୁହେଁ ସିଧା କୋରାପୁଟ । ଦିନ ୨ଟା ବେଳେ ବଦଳି ନିର୍ଦେଶ ନାମା ବାହାରିଲା ଏବଂ ମାତ୍ର ପନ୍ଦର ମିନିଟ ଭିତରେ ଦାୟିତ୍ୱ ହସ୍ତାନ୍ତର ପାଇଁ ମଧ୍ୟ କୁହାଗଲା । ୨୪ ଘଣ୍ଟା ଭିତରେ କାର୍ଯ୍ୟ ରେ ଯୋଗ ଦେବା ପାଇଁ ମିଳିଲା ନିର୍ଦେଶ । ଲୋକସଭା ରେ ଯୁଦ୍ଧ କାଳୀନ ଭିତ୍ତିରେ ସବୁ କାର୍ଯ୍ୟ ଚାଲିଥିବା ବେଳେ ମନ୍ତ୍ରୀ ତାଙ୍କ ଘରେ ଶୋଇଥିଲେ ।

ତାଙ୍କୁ କିଛି ପଚରା ଗଲା ନାହିଁ କି କାରଣ ବି କୁହାଗଲା ନାହିଁ । କେବଳ ଚିଠି ଜରିଆରେ ପିଏସ ଆଜି ଠୁ ହଟି ଗଲେ ବୋଲି ଜଣାଇ ଦିଆ ଗଲା । ବନ ବିଭାଗ ର ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ କୁ ନେଇ ସାରା ରାଜ୍ୟ ଚିନ୍ତିତ । ତାଙ୍କ ପରିବାର ଲୋକେ ଜଙ୍ଗଲ ମନ୍ତ୍ରୀ ଙ୍କ ଆଡ଼କୁ ଆଙ୍ଗୁଳି ଉଠାଇ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି । ଏହି ସମୟରେ ଜଂଗଲ ମନ୍ତ୍ରୀ ପିଏସ ଙ୍କୁ ମାଓ ଇଲାକା କୁ ବଦଳି କରାଯାଇଛି ।

କୌଣସି ଅଫିସର ଙ୍କ ଦୁର୍ନୀତି କିମ୍ବା ଅ-ପ-ରା-ଧ ରେ ଜଡିତ ର କିଛି ଖବର ମୁଖ୍ୟମନ୍ତ୍ରୀ ଙ୍କ ଦରବାର ରେ ପହଁଚେ ସେତେବେଳେ ସେ କ୍ଷମା କରନ୍ତି ନାହିଁ । କିଛି ଦିନ ତଳେ ଷ୍ଟାଫ ଶିଲେକ୍ସନ ସଦସ୍ୟ ଙ୍କ ପିଏସ ଙ୍କୁ ଦୁର୍ନୀତି ଅଭିଯୋଗ ରେ ଜେଲ ରେ ପୁରା ଯାଇଛି । ଯେତେ ବଳଶାଳୀ ଅଫିସର ହେଲେ ମଧ୍ୟ ତାଙ୍କ ମୁଣ୍ଡ ଗଳାଇ ଛନ୍ତି ମୁଖ୍ୟମନ୍ତ୍ରୀ । ଏ କ୍ଷେତ୍ରରେ ଯଦିଓ ବଦଳି ର କାରଣ ସ୍ପଷ୍ଟ ହୋଇ ନାହିଁ ତଥାପି ସଚିବାଳୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସାଧାରଣତଃ ମନ୍ତ୍ରୀ ଯାହାକୁ ଚାହିଁବେ ତାଙ୍କୁ ପିଏସ ରଖା ଯାଏ । ତାଙ୍କର ଏକାନ୍ତ ଅନୁଗତ କୁ ପଦବୀ ମଧ୍ୟ ମିଳେ । ମନ୍ତ୍ରୀ ନ ଚାହିଁବା ପର୍ଯ୍ୟନ୍ତ ତାଙ୍କର ବଦଳି ମୁସ୍କିଲ । ଏ କ୍ଷେତ୍ରରେ କିନ୍ତୁ ସେଭଳି କିଛି ହେଲା ନାହିଁ । ମନ୍ତ୍ରୀ ଙ୍କୁ କିଛି ବି ପଚରା ଗଲା ନାହିଁ । ହଠାତ ଏମିତି କଣ ଆବଶ୍ୟକ ପଡିଲା ଯେ ଦୀର୍ଘ ଦଶରୁ ବାର ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ମନ୍ତ୍ରୀ ଙ୍କୁ ପିଏସ ଙ୍କୁ ତତ୍କାଳ ହଟା ଗଲା ।

କିଛିଦିନ ପୂର୍ବରୁ ମୃତ ସୌମ୍ୟରଂଜନ ଙ୍କ ସମ୍ପର୍କୀୟ ଭାଇ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଁଚି ଥିଲେ ସେ ଅଭିଯୋଗ କରିଥିଲେ କି ତାଙ୍କ ଭାଇଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ଏହା ଏକ ଯୋଜନା ବନ୍ଧ ହତ୍ୟାକାଣ୍ଡ ।

ଡିଏଫଓ ସଂଗ୍ରାମ କେଶରୀ ଏଥିରେ ସମ୍ପୃକ୍ତ ଅଛନ୍ତି କିନ୍ତୁ ରାଜନୈତିକ ଚାପ ଯୋଗୁଁ ମାମଲା କୁ ମୋଡ଼ି ଦିଆ ଯାଉଛି ଜଂଗଲ ମନ୍ତ୍ରୀ ଏହି ମାମଲା କୁ ଅଲଗା ମୋଡ଼ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ ମଧ୍ୟ କରିଥିଲେ । ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ ଭଳି ପିଏସ ଙ୍କ ବଦଳି ମଧ୍ୟ ଏକ ରହସ୍ୟ ପ୍ରଶ୍ନ ହୋଇ ରହିଛି ।

Leave a Reply

Your email address will not be published. Required fields are marked *