ସନ୍ଦେହରେ ମହିଳା ଓଆଇସି ମମତା, ACF Soumyaranjan ଙ୍କ କେସ ରେ ରହିଛି ଲିଙ୍କ

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି । ତେବେ ଏହି ସବୁ ମାମଲାରେ ବିଦ୍ୟା ଙ୍କୁ ଛାଡି ଆଉ ଜଣଙ୍କ ଉପରେ ମଧ୍ୟ ବହୁତ ସନ୍ଦେହ କରାଯାଉଛି । ସେ ହେଉଛନ୍ତି ଓଆଇସି ଅଫିସର ମମତା ।

ତେବେ ମିଡ଼ିଆ ଵାଲା ତାଙ୍କୁ ଏହି ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ କୁ ନେଇ କିଏ ଦୋ-ଷୀ କିମ୍ବା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ବୋଲି ପଚାରିଥିଲେ । ତେବେ ମହିଳା ଅଫିସର କହିଲେ କି ଏହି ମାମଲା ଟି ବର୍ତ୍ତମାନ ତଦନ୍ତ ପ୍ରକ୍ରିୟାରେ ରହିଛି ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ସେ ଏହି ବିଷୟରେ କୌଣସି ମନ୍ତବ୍ୟ କିମ୍ବା ଉତ୍ତର ଦେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ ।

ଏହା ମଧ୍ୟ କହିଛନ୍ତି କି ତଦନ୍ତ ପର୍ଯ୍ୟାୟ ଶେଷ ହେଲେ ସେ ସବୁ କଥା ମିଡ଼ିଆ ଆଗରେ ପ୍ରଥମେ ପ୍ରକାଶ କରିବେ ବୋଲି ମିଡ଼ିଆ କୁ ପ୍ରତିଶ୍ରୁତି ଦେଇଛନ୍ତି ଅଫସର ମମତା । ତେବେ ସୌମ୍ୟ ଙ୍କୁ ନ୍ୟାୟ ମିଳୁଛି କିମ୍ବା ଏହା ମଧ୍ୟ କେବଳ ତଦନ୍ତ ଏବଂ ଫାଇଲ ଭିତରେ ରହିଯାଉଛି ତାହା ଦେଖିବାର ବାକି ଅଛି ।

Leave a Reply

Your email address will not be published. Required fields are marked *