ଏସିଏଫ ସୌମ୍ୟ ମାମଲାରେ ନୂଆ ଟୁଇଷ୍ଟ। ଡିଏଫଓ ସଂଗ୍ରାମ କେଶରୀଙ୍କ ପୂର୍ବତନ ୱାଚମ୍ୟାନ୍ ଦେଲେ ସାଂଘାତିକ ତଥ୍ୟ । ନିଜ ପଦବୀ ଦବଦବା ଦେଖାଉଥିଲେ ସଂଗ୍ରାମ । ରାତି ଅଧରେ ଡିଏଫଓ ଯାଉଥିଲେ ମୃତ ସୌମ୍ୟ ରଞ୍ଜନଙ୍କ କ୍ୱାର୍ଟରକୁ । କାଳେ କେହି ଦେଖିଦେବ ସେଥିପାଇଁ ପଛ ବାଟ ଦେଇ ଯାଉଥିଲେ ଡିଏଫଓ । ଏହା ବିଷୟରେ ଡିଏଫଓ ସଂଗ୍ରାମ କେସରୀଙ୍କ ପୂର୍ବତମ ୱାଚମେନ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ୱାଚମ୍ୟାନ ଜଣକଙ୍କ ମତରେ-‘ମୁ ଆଠ ବର୍ଷ ପର୍ଯ୍ୟନ୍ତ ଡିଏଫଓ ଅଫିସରେ ଥିଲେ । ସେ ବିନା କାରଣରେ ମୋତେ କାଢି ଛନ୍ତି । ଏ ସବୁ ମାମଲାରେ କେମିତି ମୁ ଦୂରେଇ ରହିବି ସେଥିପାଇଁ ସେ ମଧ୍ୟ କାଢି ଛନ୍ତି । ସୋମ୍ୟ ସାରଙ୍କୁ ନ୍ୟାୟ ମିଳୁ ବୋଲି ମୁ ଚାହୁଁଛି । ସଂଗ୍ରାମଙ୍କ ପୂର୍ବରୁ ବିବେକ ସାର ମଧ୍ୟ ନାଇଟ ଡ୍ଯୁଟି ଦେଇଥିଲେ’ ।
ଏହାପରେ ଆଗକୁ ୱାଚମ୍ୟାନ ଜଣକ କହିଲେ-‘ନାଇଟ ଡ୍ଯୁଟି କରିବା ବେଳେ ମୁ ଡିଏଫଓ ସଂଗ୍ରାମ କେସରୀଙ୍କୁ ଗୋଟିଏ ଥର ରାତିରେ ଦେଖିଛି । ଡିଏଫଓ ଅଫିସ ପଛରେ ସୋମ୍ୟ ସାରଙ୍କ ଘର ଅଛି । ଡିଏଫଓ ସଂଗ୍ରାମ ସେହି ପଛ ରାସ୍ତାରେ ସୋମ୍ୟ ସାରଙ୍କ ଘରକୁ ଯିବାର ମୁ ନିଜ ଆଖିରେ ଦେଖିଛି । ଯେତେବେଳେ ସେ ଏହା ବିଷୟରେ ଜାଣିଲେ ସେତେବେଳେ ସେ ମତେ କାଢି ଦେଲେ’ ।
ଆଗକୁ ୱାଚମ୍ୟାନ କହିଲେ-‘ ସୋମ୍ୟ ସାର ଓ ଡିଏଫଓଙ୍କ ମଧ୍ୟ କିପରି ସମ୍ପର୍କ ଥିଲା ତାହା ବିଷୟରେ ମୁ କିଛି ଜାଣି ନାହିଁ । ହେଲେ ଥରେ ରାତିରେ ଡିଏଫଓ ପଛ ରାସ୍ତାରେ ସୋମ୍ୟଙ୍କ ଘରକୁ ଯାଉଥିବା ବେଳେ ମୁ ଦେଖିଥିଲି । ଆଗରୁ ସେହି ପଛ ରାସ୍ତାରେ ଗେଟ ନଥିଲା ବର୍ତ୍ତମାନ ସେହି ଗେଟଟି କରାଯାଇଛି । ବିଦ୍ୟା ଭାରତୀ ମରନିଙ୍ଗ ୱାଲ୍କ କରିବା ବେଳେ ଡିଏଫଓ ତାଙ୍କ ଛାତ ଉପରେ ରହି ବିଦ୍ୟାଙ୍କ ଉପରେ ନଜର ରଖନ୍ତି’ ।
ବନ୍ଧୁଗଣ ୱାଚମ୍ୟାନଙ୍କର ଏହି ବଡ ବୟାନ ବର୍ତ୍ତମାନ ଏହି କେସ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଛି । ସିବିଆଇ ଯାଞ୍ଚ ପରେ ମଧ୍ୟ ସୋମ୍ୟଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ । କିନ୍ତୁ ସତ କେବେ ଲୁଚି ରହେ ନାହିଁ ଏହି କେସ ସହ ଜଡିତ ସମସ୍ତ ସତର ଖୁଲାସା ନିଶ୍ଚୟ ହେବ ଓ ସୋମ୍ୟଙ୍କୁ ନ୍ୟାୟ ମିଳିବ ।