ସୋମ୍ୟ ରଞ୍ଜନଙ୍କ ଭଣଜା ଆୟାନ ବର୍ତ୍ତମାନ ନିଜ ମାମୁଁକୁ ଖୋଜୁଛି । କିନ୍ତୁ ସେ ଜାଣି ନାହିଁ କି ତା ମାମୁଁ ଆଉ ଏହି ଦୁନିଆରେ ନାହାନ୍ତି । ମାମୁଁ ସୋମ୍ୟ ବି ନିଜର ଶେଷ ଚିଠିରେ ଲେଖି ଯାଇଛନ୍ତି କି ଆୟାନ ମୋତେ କ୍ଷମା କରିଦେବୁ । କହିବାକୁ ଗଲେ ସୋମ୍ୟ ରଞ୍ଜନ ଭଣଜା ଆୟାନକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉ ଥିଲେ । ବର୍ତ୍ତମାନ ଆୟନ ଦିନରାତି ନିଜ ମା କୁ ପ୍ରଶ୍ନ କରୁଛି କି ମା ମାମୁଁ କୁଆଡେ ଗଲେ ।

କିନ୍ତୁ ଆୟାନର ମା ଜାଣି ପାରୁ ନାହାନ୍ତି କି ସେ ତାଙ୍କ ପୁଅର ଏହି ପ୍ରଶ୍ନର କଣ ଉତ୍ତର ଦେବେ । ବାରମ୍ବାର ପଚାରିବା ପରେ ଆୟାନର ମା ପୁଅକୁ ବିଭିନ୍ନ ପ୍ରକାରର ବାହାନ ଦେଉଛନ୍ତି । କେତେବେଳେ କହୁଛନ୍ତି ମାମୁଁ ହସ୍ପିଟାଲ ଯାଇଛନ୍ତି ତ ଅନ୍ୟ କେତେବେଳେ କହୁଛନ୍ତି କି ମାମୁଁ ତାରା ହୋଇ ଯାଇଛନ୍ତି ।
ଯେତେବେଳେ ଛୋଟ ପିଲାକୁ ଏହା ବିଷୟରେ ପ୍ରଶ୍ନ କରାଯାଉଛି ତେବେ ସେ ବି କହୁଛି କି ମୋ ମାମୁଁ ଷ୍ଟାର ହୋଇ ଯାଇଛନ୍ତି ଓ ମୋ ମାଇଁ ବ୍ୟାଡ । ସେ ମୋ ମାମୁଁଙ୍କୁ ଷ୍ଟାର କରି ଦେଇଛନ୍ତି । କହିବାକୁ ଗଲେ ଆୟାନ ବର୍ତ୍ତମାନ ବହୁତ ଛୋଟ । ସେଥିପାଇଁ ସେ ବୁଝି ପାରୁ ନାହିଁ କି ତା ମାମୁଁ ସହିତ କଣ ହୋଇଛି । ଅନ୍ୟ ପଟେ ସୋମ୍ୟଙ୍କ ଘରେ ବର୍ତ୍ତମାନ କେବଳ କାନ୍ଦିବା ସ୍ଵର ଶୁଣିବାକୁ ମିଳୁଛି ।
ସୋମ୍ୟ କେଉଁ ମାନସିକ ନିର୍ଯାତନା ଦେଇ ଗତି କରୁଥିଲା ସେ କେଉଁ ସବୁ ପରିସ୍ଥିତିର ସାମ୍ନା କରିଲେ କି ଶେଷରେ ସେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲା ତାହା କେବଳ ସୋମ୍ୟ ହିଁ ଜାଣିଛନ୍ତି । କିନ୍ତୁ ଆୟାନର ମାମୁଁ ଯେମିତି ତାକୁ ଭଲ ପାଇବା ଦେଉ ଥିଲା ଓ ତାର ଜନ୍ମଦିନକୁ ଯେମିତି ପାଳନ କରୁଥିଲା ଓ ତାକୁ ଏତେ ଭଲ ପାଉଥିଲା ଏହି ସବୁ ଜିନିଷକୁ ଆୟାନ ମନେ ପକାଉଛି । ବର୍ତ୍ତମାନ ଆୟାନ ଯେଉଁ ସବୁ ପ୍ରଶ୍ନ କରୁଛି ତାର ଉତ୍ତର ବର୍ତ୍ତମାନ କାହା ପାଖରେ ନାହିଁ ।

କେହି ବି ତାକୁ କହି ପାରୁ ନାହାନ୍ତି କି ତାର ମାମୁଁ କୁଆଡେ ଗଲେ ସମସ୍ତେ ତାକୁ କେବଳ କହୁଛନ୍ତି କି ତାର ମାମୁଁ ଷ୍ଟାର ହୋଇଗଲେ । ସେ ବି କହୁଛି କି ତାର ମାମୁଁ ଆକାଶରେ ତାରା ହୋଇଗଲେ ଓ ତାର ମାଇଁ ତାର ମାମୁଁକୁ ଷ୍ଟାର କରି ଦେଇଛନ୍ତି । ଆପଣ ବି ଯଦି ଏହି କୁନି ପିଲାର କଥା ଶୁଣିବେ ତେବେ ଆପଣ ବି କାନ୍ଦି ପକାଇବେ ।

