ସାମ୍ନାକୁ ଆସିଲା ଏକ ଭୟଙ୍କର ସତ, ସୌମ୍ୟଙ୍କ ଡାଏରୀ ୧୨ ରୁ ୧୫ ତାରିଖ ଥିଲା କାଳ ସମୟ, ଯାହା ପାଇଁ ଭୟରେ ଥିଲେ ସୌମ୍ଯ ଆଜି ତାହା ହେଲା ସତ

ନମସ୍କାର ବନ୍ଧୁଗଣ ମୃତ୍ୟୁ ଯେତେବେଳେ ଆସେ ସେତେବେଳେ ଧୀରେ ଧୀରେ ଆସେ ଏବଂ ତାର ପଦ ଛାପ କେହି ଶୁଣି ପାରନ୍ତି ନାହିଁ। କାଳ ରାତ୍ରି ବିତିବା ଆଗରୁ କାଳ ଗ୍ରାସ କରିଥିଲା।

ସୌମ୍ୟ ଙ୍କ ଡାଏରି ଏବଂ ପିତା ଅଭିରାମ ଙ୍କ ଅନୁଯାୟୀ ୧୨ ତାରିଖରୁ ୧୫ ତାରିଖ ଥିଲା କାଳ ସମୟ। କୌଣସି ମତେ ପାରଳାଖେମୁଣ୍ଡି ରୁ ବଦଳି ପାଇଁ ଚାହୁଁଥିଲେ ସୌମ୍ୟ। ଟର୍ନସ୍ଫର ଲେଟର ମଧ୍ୟ ଆସି ଯାଇଥିଲା ବାସ ଆଉ ତିନିଦିନ। ସୌମ୍ୟ ଙ୍କ ଜୀଵନ ରୁ ଏହି ଦୁଃସ୍ୱପ୍ନ ର ଚାପ୍ଟର ଓଭର ହୋଇ ଯାଇଥାନ୍ତା କିନ୍ତୁ ସୌମ୍ୟ ଙ୍କ ଭୟ ସତ ପାଲଟି ଯାଇଥିଲା ଆଉ ଘଟି ଯାଇଥିଲା ଏକ ଅଘଟଣ। ଶିମିଳିପାଳ ବଦଳି ହେବା ଆଗରୁ ସୌମ୍ୟ ଙ୍କ ଜୀଵନ ଜୁଇ ରେ ପହଁଚି ଯାଇଥିଲା।

ତେବେ ପ୍ରଶ୍ନ ଉଠୁଛି କାହିଁକି ମାନସିକ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ସୌମ୍ୟରଂଜନ ମହାପାତ୍ର। ତେବେ ଅଭିଯୋଗ ଅନୁଯାୟୀ ଏହି ସବୁ ଘଟଣା ପଛରେ ସେ ସବୁଠାରୁ ଅଧିକ ଭଲ ପାଉଥିବା ସ୍ତ୍ରୀ ବିଦ୍ୟା ଭାରତୀ ଏବଂ ତାଙ୍କ ପାପ ସମ୍ପର୍କ ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଯାହା ହଜମ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା।

ସୌମ୍ୟ ଜାଣି ପାରିଥିଲେ ନିଜ ପତ୍ନୀ ଙ୍କ ପାପ ସମ୍ପର୍କ ବିଷୟରେ। ଏହା ସେ କେବଳ ନିଜ ମାଆ ଙ୍କୁ ହିଁ କହିଥିଲେ ଏବଂ ରାଣ ଦେଇଥିଲେ କାହାକୁ କିଛି ନ କହିବା ପାଇଁ। ତେଣୁ ସୌମ୍ୟ ଚାହୁଁଥିଲେ କି ହୁଏତ ତାଙ୍କ ବଦଳି ହୋଇଗଲେ ବିଦ୍ୟା ମଧ୍ୟ ସୁଧୁରୀ ଯିବେ ଏବଂ ଭଲ ବାଟକୁ ଫେରି ଆସିବେ ଏବଂ ଫୁଣି ଥରେ ନିଜର ନୂତନ ଜୀଵନ ର ଆରମ୍ଭ କରିବେ କିନ୍ତୁ ଏହା ହୋଇ ପାରି ନଥିଲା।

ତେବେ ସୌମ୍ୟ ଙ୍କ ମାତା ଙ୍କ ଅନୁସାରେ ଦୁହିଁ ଙ୍କ ଭିତରେ ସ୍ୱାମୀ ସ୍ତ୍ରୀ ଭଳି କୌଣସି ସମ୍ପର୍କ ନଥିଲା ଏବଂ ବିବାହ ର ଏକ ବର୍ଷ ପର୍ଯ୍ୟନ୍ତ ସମ୍ପର୍କ ରଖିବ ନାହିଁ ବୋଲି ଆଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ଦିନେ କୌଣସି କଥାକୁ ନେଇ ଝଗଡା ହେବାରୁ ସେ ଘର ଛାଡ଼ି ପଳାଇଥିଲେ ପରେ ସୌମ୍ୟ ତାଙ୍କୁ ସଂଗ୍ରାମ ଙ୍କ ଘରେ ପାଇଥିଲେ। ବିଦ୍ୟା ଉତକ୍ଷିପ୍ତ ହୋଇ କହିଥିଲେ କି ତୁମକୁ ବିବାହ କରିବା ଠାରୁ ମୁଁ ଦେହ ବ୍ୟବସାୟ କରିବା ଅତ୍ୟନ୍ତ ଭଲ। ତେବେ ବିଦ୍ୟା ଙ୍କ ଏହି ମାନସିକ ନିର୍ଯ୍ୟାତନା ସହି ପାରୁ ନଥିଲେ ସୌମ୍ୟ।

ତେବେ ସେପଟେ ବିଦ୍ୟା ଏବଂ ତାଙ୍କ ବାପା ଏହି ସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ଏ ସବୁ ମିଥ୍ୟା ବୋଲି କହିଛନ୍ତି। ତେବେ ସେଠାରେ ଏକ ସ୍ପେଶାଲ ପୋଲିସ ଟିମ ବିଦ୍ୟା ତଥା ତାଙ୍କ ପରିବାର କୁ ପଚରା ଉଚରା କରୁଛି। ତେବେ ସୌମ୍ୟ ଙ୍କ ବାପା ଅଭିରାମ ନିଜ ପୁଅ କୁ ନ୍ୟାୟ ମିଳିବା ପାଇଁ ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ନ୍ୟାୟ ଭିକ୍ଷା କରିଛନ୍ତି ତା ସହ ଡ଼ିଏଫଓ ଙ୍କ ବିରୁଦ୍ଧରେ କଡା ତଦନ୍ତ କରି ତାଙ୍କୁ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି।

ତେବେ ଏହା ଛଡା ଅଧା ରାସ୍ତା ରେ ଆମ୍ବୁଲାନ୍ସ କୁ ଅଟକାଇ ଥିଲେ କଣ ପାଇଁ ଏ ସବୁ ବିଦ୍ୟା ଙ୍କୁ ସନ୍ଦେହ ଘେର ରେ ରଖିଛି। ତେବେ ସୌମ୍ୟ ଙ୍କୁ ନ୍ୟାୟ ମିଳୁଛି କି ନାହିଁ ଏବଂ ଅଭିଯୁକ୍ତ ଙ୍କୁ ଉଚିତ ଦଣ୍ଡ ମିଲୁଛି କି ନାହିଁ ଦେଖିବାର ଅଛି। ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *