ଦେଖନ୍ତୁ Video: ACF Soumya Ranjan ଡେଥ ମିଷ୍ଟ୍ରି- ସାମ୍ନା କୁ ଆସିଲା ସୌମ୍ଯଙ୍କ ରୋଷେୟା ଙ୍କ ବୟାନ, ସେ କଣ କହୁଛନ୍ତି ଥରେ ଶୁଣନ୍ତୁ, ଆପଣଙ୍କ ଛାତି ବି ଥରି ଉଠିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚାର ଖବର ପାଲଟି ଥିବା ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କର ରହସ୍ୟ ଜନକ ମୃତ୍ୟୁ । ତେବେ ସୌମ୍ୟ ଙ୍କ ମାତା ପିତାଙ୍କ ଅନୁସାରେ ତାଙ୍କ ବୋହୂ ଅର୍ଥାତ ବିଦ୍ୟା ଭାରତୀ ହିଁ ନିଜ ସ୍ୱାମୀ ଙ୍କ ମୃତ୍ୟୁ ର କାରଣ ।

ତାଙ୍କ ଯୋଗୁଁ ହିଁ ସୌମ୍ୟ ଆଜି ଏହି ଦୁନିଆ ରେ ନାହାନ୍ତି । ବିଦ୍ୟା ଙ୍କ ଅନ୍ୟ ଆଡେ ଅର୍ଥାତ ଡିଏଫଓ ସଂଗ୍ରାମ ଙ୍କ ସହ ସମ୍ପର୍କ ରହିଛି ବୋଲି ମଧ୍ୟ ଅଭିଯୋଗ କରା ଯାଇଛି । ତେବେ ବିଦ୍ୟା ଏହି ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି । ତେବେ ସୌମ୍ୟ ଙ୍କ ମୃତ୍ୟୁ ହୋଇଥିବା ଘଟଣା ଟି ନିଜ ଆଖିରେ ଦେଖିଥିଲେ ସେହି ଘରେ କାମ କରୁଥିବା ରୋଷେୟା । ତେବେ ଆସନ୍ତୁ ସେ ଏହି ମୃତ୍ୟୁ କୁ ନେଇ ମିଡ଼ିଆ ଆଗରେ କଣ ପ୍ରକାଶ କରିଛନ୍ତି ଜାଣିନେବା ।

ରୋଷେଇ କରୁଥିବା ଯୁବକ ଙ୍କ ନାମ ହେଉଛି ମନ୍ମଥ । ତାଙ୍କ ଅନୁସାରେ ସେ ସବୁଦିନ ଭଳି ସେଦିନ ମଧ୍ୟ ସକାଳ ୭ ଟାରେ ଯାଇଥିଲେ ଏବଂ ୮:୩୦ ସୁଧା ନିଜ କାମ ସାରି ଅନ୍ୟ ଜଣେ ଅଫିସର ଙ୍କ ଘରକୁ ଆସି ଯାଇଥିଲେ । ତେବେ ୯ ଟା ପାଖାପାଖି ରେ ତାଙ୍କୁ ସୌମ୍ୟ ଙ୍କ ଘରୁ କିଛି ଶବ୍ଦ ଶୁଣା ଯାଇଥିଲା ଏବଂ ଏହା ପରେ ସେ କଣ ହେଉଛି ଦେଖିବା ପାଇଁ ଆସିବା ବେଳେ ସେ ଦେଖିଥିଲେ କି ସୌମ୍ୟ ଜଳୁଛନ୍ତି ଏବଂ ବିଦ୍ୟା ମ୍ୟାଡମ ସେଠାରେ ଚିତ୍କାର କରୁଛନ୍ତି ।

ତେବେ ଏହା ଦେଖି ମନ୍ମଥ ନିଜ ସାର ଙ୍କୁ ବଞ୍ଚେଇବା ପାଇଁ ସଙ୍ଗେ ସଙ୍ଗେ ସେଠାକୁ ଯାଇ ପାଣି ଢାଳି ନିଆଁ ଲିଭାଇ ଥିଲେ ସେତେ ବେଳକୁ ସେ ବହୁତ ଅଧିକ ଜଳି ଯାଇଥିଲେ ଏବଂ କିଛି ସାଙ୍ଗ ଏବଂ ଡ୍ରାଇଭର ର ସହାୟତା ରେ ଅଫିସ ଗାଡି ରେ ହିଁ ତାଙ୍କୁ ହସ୍ପିଟାଲ କୁ ନେଇ ଯାଇଥିଲେ ।

ତେବେ ତାଙ୍କୁ ବିଦ୍ୟା ଏବଂ ସୌମ୍ୟ ଙ୍କ ଭିତରେ କିଭଳି ସଂପର୍କ ଥିଲା ପ୍ରଶ୍ନ କରିବାରୁ ଏବଂ ଏହି ଦୁର୍ଘଟଣା ଘଟୁଥିବା ସମୟରେ କିପରି କଣ ପରିସ୍ଥିତି ଥିଲା ପ୍ରଶ୍ନ କରିବାରୁ । ମନ୍ମଥ ନିଜ ଉତ୍ତର ରେ କହିଥିଲେ କି ସେ କେବଳ ରୋଷେଇ କରିବାକୁ ଯାଆନ୍ତି ଏବଂ ନିଜ କାମ ସାରି ଫେରି ଆସନ୍ତି ତେବେ ସବୁ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଛୋଟ ମୋଟ ଝଗଡା ହେଲା ଭଳି ହୁଏ ।

କିନ୍ତୁ ଆଉ କିଛି ବଡ଼ କଥା ଅଛି କି ନାହିଁ ସେ ଜାଣି ନାହାନ୍ତି ଏବଂ ସେ ଯେତେବେଳେ ସୌମ୍ୟ ଙ୍କୁ ଜଳୁଥିବାର ଦେଖିଲେ ସେ ସେତେବେଳେ କେବଳ ତାଙ୍କୁ କିପରି ବଞ୍ଚାଇବେ ବୋଲି ହିଁ ଚେଷ୍ଟା କରିଥିଲେ ଆଉ କିଛି ଜିନିଷ ଆଡେ ନଜର ମଧ୍ୟ ଯାଇ ନଥିଲା । ତେବେ ଏହା ଆତ୍ମହତ୍ୟା କିମ୍ବା ମର୍ଡର କିମ୍ବା ଦୁର୍ଘଟଣା ସେ କିଛି ଜାଣି ନାହାଁନ୍ତି ବୋଲି ନିଜ ଇଣ୍ଟରଭିଉ ରେ ଜଣାଇ ଥିଲେ । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *