ସାମ୍ବାଦିକକୁ ଦୃବ୍ୟବହାର କରିବା ଥାନା ଅଧିକାରିଣୀ ଜ୍ୟୋତିରମୟୀଙ୍କୁ ପଡିଲା ମହଙ୍ଗା, ଏବେ ଉତୁରିଗଲା ନିଶା…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ପୋଲିସ ମାଡାମଙ୍କ  ନିଶା କରି ଉତ୍ପାତ ହେଉଥିଲେ ଏବେ ତାଙ୍କ ନିଶା ଉତୁରିଗଲା । ପୋଲିସ କର୍ମଚାରୀ ହେଇକି ଏଭକି ନିଶାରେ ଲିପ୍ତ ରହିବା କୁହାଯାଏ ଏହି ମାଡାମବଜାର ପ୍ରତିଦିନର କାମ । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ର ଡେରାବିଶ ଥାନାର  ଥାନାଅଧିକାରିଣୀ ହେଉଛନ୍ତି ଜ୍ୟୋତିରମୟୀ ଶେଠୀ ।

ମାତ୍ର ଏହି ମାଡାମ କୁଆଡେ ସମସ୍ତକୁ ଲାଲି ଆଖି ଦେଖାଇଥାନ୍ତି ଏବଂ ସବୁବେଳେ ନିଶାରେ ଝୁରିରୁହନ୍ତି । ଯେତେବେଳେ ସାମ୍ବାଦିକକୁ ଲାଲି ଆଖି ଦେଖାଉଥିଲେ ତେବେ ତାହା କ୍ୟାମେରାରେ ରେକର୍ଡ ହୋଇଯାଇଥିଲେ । ମାଡାମ କିଭଳି ଭାବରେ ବ୍ୟବହାର କରନ୍ତି ତାହା ସଂପୂର୍ଣ୍ଣ କ୍ୟାମେରା ରେକର୍ଡ କରିଛି ପରନ୍ତୁ ଯେବେ ପୋଲିସ ମ୍ୟାଡାମ ଜାଣିଲେ କି ଓଡିଶା ଭାସ୍କର ସାମ୍ବାଦିକ ରେକର୍ଡିଂ କରୁଛନ୍ତି ତେବେ ସେ ତାଙ୍କ ହାତରୁ ଫୋନକୁ ଛଡାଇନେଇଥିଲେ ।

କେବଳ ଏହା ନୁହେଁ ସାମ୍ବାଦିକକୁ ଘଣ୍ଟାଏ ଘଣ୍ଟାଏ ଧରି ଥାନାରେ ରଖିଥିଲେ । ସାମ୍ବାଦିକ ଯେତେ କହିଲେ ବି ମ୍ୟାଡାମ ଜଣଙ୍କ ତାଙ୍କ କଥାକୁ ଶୁଣିଳେ ନାହିଁ  । ପୋଲିସ ମାଡାମ ରେକର୍ଡ କରିଥିବା ସମସ୍ତ ତଥ୍ୟକୁ ଡିଲଟ କରିଦେଉଥିଲେ । ତେବେ ସାମ୍ବାଦିକ ସଂଘ ପକ୍ଷରୁ କେନ୍ଦ୍ରାପଡା ଏସପିଙ୍କୁ ଦେଖାକରି  ସଂପୂର୍ଣ୍ଣ ଘଟଣା ଜଣାଇଥିଲେ ଓ  ପୋଲିସ ମାଡାମ ପ୍ରତି କଢାକଢା ପଦକ୍ଷେପ ନେବା ପାଇଁ ଦାବି କରିଥିଲେ ।

ଏହି ସବୁ ଘଟଣା ଶୁଣିବା ପରେ କେନ୍ଦ୍ରାପଡା ପୋଲିସ କର୍ମଚାରିଣୀ ଜ୍ୟୋତିରମୟୀଙ୍କୁ ଡେରାବିଶ ଥାନାରୁ ନିକିରାଇ ଥାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ରାଜ୍ୟ ସମ୍ବାଦିକ ସଂଘ କହିଛି କି କେବଳ ତାଙ୍କୁ ବଦଳାଇଦେଲେ ହେବନି ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ଉଚିତ୍ । କାରଣ ପୋଲିସ ଅଧିକାରିଣୀଙ୍କ ଏଭଳି ବ୍ୟବହାର କର୍ତ୍ତବ୍ୟ ପ୍ରତି ଅବହେଳାକୁ ଦର୍ଶାଇଥାଏ ।

ପୋଲିସ ଅଧିକାରିଣୀ  ନିଶାଦ୍ରବ୍ୟର ବ୍ୟବହାର କରିବା ନିୟମକାନୁନକୁ ଭାଙ୍ଗିଥାଏ ତେଣୁ ତାଙ୍କୁ ଦଣ୍ଡିତ କରିବା ନିହାତି ଜରୁରୀ । ତେଣୁ ଯେତେ ସମ୍ଭବ ମାଡାମକୁ ନିଲମ୍ବିତ କରିବା ଉଚିତ୍ ବୋଲି ଦାବି କରୁଥିବା ଦେଖିବାକୁ ମିଳୁଛି । ତେବେ ଆଗକୁ ଦେଖାଯିବ ଯେ ପୋଲିସ ମାଡାମକୁ ଚାକିରୀଋ ବାହାର କରାଯାଉଛି କି ନାହିଁ ବୋଲି । ଏହି ଖବରକୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗ ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *