ଓଡିଶାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ Family & Biography

ନମସ୍କାର ବନ୍ଧୁଗଣ ଆଜି ଆମେ ଯାହାଙ୍କ ବିଷୟରେ ଜାଣିବା ତାଙ୍କୁ ଆଲିଉଡ ସିନେ ଜଗତର ଆଧାର କହିଲେ ଭୁଲ ହେବ ନାହିଁ । ତାଙ୍କର ନିଛକ ମଣିଷ ପଣିଆ ସମସ୍ତଙ୍କୁ ପ୍ରଭାବିତ କରିଥାଏ । 90 ଦଶକରୁ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ବଡ ପରଦାରେ ଦେଖିବା ପାଇଁ ଲୋକ ମାନେ ପାଗଳ ହୁଅନ୍ତି । ଆମେ ଆଜି ମେଗା ଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ କିଛି ଅଜଣା କଥା ଜାଣିବା । ସିଦ୍ଧାନ୍ତ ମହାପାତ୍ର 1966 ମସିହା ଅଗଷ୍ଟ 4 ତାରିଖରେ ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ।

ତାଙ୍କର ଜନ୍ମ ସ୍ଥାନ ହେଉଛି ବ୍ରହ୍ମପୁର । ତାଙ୍କର ବାପାଙ୍କ ନାଁ ଡାକ୍ତର ମନମୋହନ ମହାପାତ୍ର । ଓ ମା’ଙ୍କ ନାଁ କନକ ଲତା ମହାପାତ୍ର । ବାପା ମା ଦୁହେଁ ଡାକ୍ତର । ବ୍ରହ୍ମପୁର ର ସେଣ୍ଟ ଭିନସେଣ୍ଟ କଂଭେଣ୍ଟ ସ୍କୁଲ ରୁ ସିଦ୍ଧାନ୍ତ ମହାପାତ୍ର ତାଙ୍କର ସ୍କୁଲିଙ୍ଗ ଶେଷ କରିଥିଲେ । କେନ୍ଦୁଝର ର ଡ଼ିଡ଼ି କଲେଜ ରୁ ସେ ନିଜର +2 ଓ +3 ପାଠ ପଢା ଶେଷ କରିଥିଲେ । କମର୍ସ ରେ ସେ ନିଜର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ ।

ଏହା ପରେ ସେ ତାଙ୍କର ମାଷ୍ଟର ଡିଗ୍ରୀ ଦିଲ୍ଲୀ ର ଇଂଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ମାର୍କେଟିଙ୍ଗ ରୁ କମ୍ପ୍ଲିଟ କରିଛନ୍ତି । ତାଙ୍କର ଅଭିନୀତ ପ୍ରଥମ ଓଡିଆ ଚଳଚିତ୍ର ନାମ ଥିଲା ଶ୍ରଦ୍ଧାଞ୍ଜଳି । ଯାହାକୁ ସେ 1993 ମସିହାରେ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର 23 ବର୍ଷ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଦର୍ଶକ ମାନଙ୍କୁ ଭେଟି ଦେଇଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ସେ ଏକ ନୂଆ ଲେଭେଲ କୁ ନେଇ ଯାଇଥିଲେ ।

ତା ପରେ ସେ ହେଇଗଲେ ଅଲିଉଡ ର ବାଦଶାହ, ମେଗାଷ୍ଟାର ଓ ସୁପର ଷ୍ଟାର । ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ରଚନା ବାନାର୍ଜୀ ଙ୍କ ଯୋଡି ସେହି ସମୟରେ ହିଟ ଥିଲା ଯାହାକୁ ଦେଖିବାକୁ ଲୋକମାନେ ପାଗଳ ହେଉଥିଲେ । ଏବେ ମଧ୍ୟ ତାଙ୍କ ଯୋଡିକୁ ଟକ୍କର ଦେବା ଭଳି କୌଣସି ଯୋଡି ଆସି ନାହାଁନ୍ତି । ଦୁହେଁ ଏକାଠି ଅନେକ ସୁପର ହିଟ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

ଅନେକ ଗୁଜବ ମଧ୍ୟ ତାଙ୍କ ବିଷୟରେ ଶୁଣିବାକୁ ମିଳିଥିଲା । 7 ଟି ଓଡିଶା ଷ୍ଟେଟ ଫିଲ୍ମ ଆୱାର୍ଡ ଜିତିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଅଭିନେତ୍ରୀ ମାମା ମିଶ୍ରଙ୍କୁ ସେ ବିବାହ କରିଛନ୍ତି । ତାଙ୍କର 2 ଟି ପିଲା । ଗୋଟିଏ ପୁଅ ଆଉ ଗୋଟିଏ ଝିଅ । ତାଙ୍କ ଝିଅ ନାଁ ସାଇସିଦ୍ଧି ଓ ପୁଅ ନାଁ ସାଇ ସମର୍ଥ । 2009 ମସିହାରେ ସେ ବିଜୁ ଜନତା ଦଳରେ ଯୋଗ ଦେଇ ବ୍ରହ୍ମପୁର ରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ । 2014 ରେ ସେ ସେକେଣ୍ଡ ଟାଇମ ମଧ୍ୟ 1 ଲକ୍ଷ ଭୋଟ ରେ ଲୀଡ କରିଥିଲେ ।

2009 ରୁ 2019 ପର୍ଯ୍ୟନ୍ତ ସେ ପୋଲିଟିକ୍ସ ରେ ଏକ ଲମ୍ବା ଇନିଙ୍ଗ୍ସ ଖେଳିଛନ୍ତି । ନିଜର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି । ଏହା ସହିତ ବର୍ତ୍ତମାନ ସେ ନିଜକୁ ଫିଲ୍ମ ରେ ସକ୍ରିୟ ରଖିଛନ୍ତି । ବର୍ତ୍ତମାନ ସେ ପ୍ରତି ଫିଲ୍ମ ପାଇଁ 50 ଲକ୍ଷରୁ ଅଧିକ ଟଙ୍କା ନେଉଛନ୍ତି । ରାଜଧାନୀ ଭୁବନେଶ୍ଵର ରେ ସେ ନିଜ ପରିବାର ସହ ରହୁଛନ୍ତି । ତାଙ୍କର ନିଜର ଏକ ହୋଟେଲ ମଧ୍ୟ ଅଛି ଯାହାକୁ ମାମା ମିଶ୍ର ଦେଖାଶୁଣା କରିଥାନ୍ତି ।

ତେବେ ବନ୍ଧୁଗଣ ଆପଣମାନଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ନିଶ୍ଚୟ ଗୋଟେ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *