ବନ୍ଧୁଗଣ, ସୂଚନା ଅନୁଯାୟୀ ଭୁବନେଶ୍ଵରର ଗାୟତ୍ରୀ ସାମାନ ଗତ ମାସେ ହେବ ନିଜ ସ୍ଵାମୀ ଙ୍କୁ ଖୋଜୁଛନ୍ତି । କାରଣ ତାଙ୍କ ସ୍ଵାମୀ ଗତ ମାସେ ହେବ କେଉଁଆଡେ ଫେରାର ହୋଇ ଯାଇଛନ୍ତି । ବର୍ତ୍ତମାନ 5 ମାସର ଗର୍ଭବତୀ ଅଛନ୍ତି ଗାୟତ୍ରୀ । ଗାୟତ୍ରୀ କହିଛନ୍ତି ଯେ ତାଙ୍କ ବିବାହ ଏପ୍ରିଲ 16 ରେ ହୋଇଥିଲା ଏବଂ ପରିବାର ଲୋକେ ସବୁ ଆସିଥିଲେ । ଏହା ପରେ ତାଙ୍କ ମା’ ମଧ୍ୟ ଆସି ଭଡାଘରେ ତାଙ୍କ ସହିତ ରହି ଜାଆନ୍ତି । ସମସ୍ତେ ଆସି ବୁଲାବୁଲି କରି ଯାଆନ୍ତି ।
ଇଂଷ୍ଟାଗ୍ରାମରେ ସୌମ୍ୟ ଙ୍କ ସହିତ ଦେଖାସାକ୍ଷାତ ହେବାପରେ କଥାବାର୍ତ୍ତା ହୋଇ ପରିବାର ଲୋକଙ୍କ ସହମତି ରେ ବିବାହ ହୋଇଥିଲା । ଗାୟତ୍ରୀ ଙ୍କ ଅଭିଯୋଗ ବର୍ତ୍ତମାନ ଏହା ଯେ ବିବାହ ପରେ ସବୁ ଠିକ ଥିଲା ବର୍ତ୍ତମାନ ତାଙ୍କୁ ସନ୍ଦେହ ହେଉଛି ଯେ ତାଙ୍କ ସ୍ଵାମୀ ସୌମ୍ୟ ଙ୍କୁ ତାଙ୍କ ପରିବାର ଲୋକେ କେଉଁଠାରେ ଲୁଚାଇ ରଖିଛନ୍ତି ।
ଗାୟତ୍ରୀ ପୋଲିସ ଷ୍ଟେସନ ଯାଇ ସେଠାରେ ଏଫଆଇୟାର କଥା କହିବାରୁ ପୋଲିସ ବାବୁ କହିଲେ ଯେ ଆପଣ ଜାଆନ୍ତୁ ଶାଶୁଘରକୁ ଯଦି ତାହା ଭଲରେ ସମାଧାନ ହୋଇଯାଉଛି ତେବେ ଆପଣ ଏଫଆଇୟାର କାହିଁକି ଦେବେ ? ଏହା ପରେ ଗାୟତ୍ରୀ ଶାଶୁଘରକୁ ଯାଇଥିଲେ କିନ୍ତୁ ଶାଶୁ କହୁଛନ୍ତି ଯେ ଗାୟତ୍ରୀ କୁଆଡେ ତାଙ୍କ ପୁଅ କୁ ମାରି ଦେଇଛନ୍ତି । ତେବେ ଯଦି ଗାୟତ୍ରୀ ତାଙ୍କ ପୁଅ କୁ ମାରିଦେଇଛନ୍ତି ତେବେ ତାଙ୍କ ନାମରେ ଏଫଆଇୟାର କ’ଣ ପାଇଁ ଦେଉନାହାଁନ୍ତି ?
ଗାୟତ୍ରୀ କହିଥିଲେ ଯେ ତାଙ୍କ ଶାଶୁଙ୍କର ହେଉଛି ଡବଲ ରୂପ । ତାଙ୍କ ପାଖକୁ ଯେତେବେଳେ ଆସନ୍ତି ଶାଶୁ କୁହନ୍ତି ଯେ ଗୋଡ ବିନ୍ଧୁଛି ମୁଣ୍ଡ ବିନ୍ଧୁଛି ମାତ୍ର ଗାଁ କୁ ଗଲାବେଳେ ତାଙ୍କର ରୂପ ଦେଖି ଗାୟତ୍ରୀ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ବାପରେ କି କାନ୍ଦେଇ ସିଏ ! ମୁଣ୍ଡିଆ ମାରିବା ପାଇଁ ମଧ୍ୟ ଯାଇଥିଲେ ଗୋଡ ଛିଞ୍ଚାଡି ଦେଇଥିଲେ । ସେମାନେ ସବୁଥିରେ ମନା କରୁଥିଲେ ଏବଂ କହୁଥିଲେ ଯେ ଗାୟତ୍ରୀ ଙ୍କୁ ଜାଣି ନାହାଁନ୍ତୀୟ ବୋଲି ।
ଫଟୋ ସବୁ ଦେଖାଇ ଗାୟତ୍ରୀ ପ୍ରମାଣ ଦେବାପରେ ସେମାନେ ମାନିଲେ ଯେ ଆମ ବୋହୂ ବୋଲି କିନ୍ତୁ ଶାଶୁଘର ଲୋକଙ୍କ କହିବା କଥା ଯେ ଆମ୍ଭର ପୁଅ ଆସିଲେ ହିଁ ସେ ଆଗକୁ ଯାହା କରିବେ । ଯଦି ଉଭୟ ପକ୍ଷରୁ କିଛି ଭୁଲ ରହିଛି ତେବେ ସୌମ୍ୟ ଆସିବା ପରେ ହିଁ ଉଭୟ ପରିବାର ମିଶି ତାହାକୁ ସମାଧାନ କରାଯାଇପାରିବ ବୋଲି କହିଛନ୍ତି ଗାୟତ୍ରୀ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।