ଶବରେ ଚାଲୁଥିଲା ପୋକ, କେହି ଆସିଲେନି ସରପଞ୍ଚ କଲେ ଶେଷ ସଂସ୍କାର! ମାନବିକତା ଦେଖାଇଥିବା ସରପଞ୍ଚକୁ ଶହେ ସାଲାମ୍…….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମାନବିକତାର ଜଳନ୍ତା ଉଦାହରଣ ଦେଇଥିଲେ ସରପଞ୍ଚ । ଏଭଳି ସରପଞ୍ଚ କୁ ଶହେ ସାଲାମ ଆପଣ ଭାବୁଥିବେ ଏମିତି କଣ କରିଛନ୍ତି । ସୂଚନା ଅନୁସାରେ ନୟାଗଡର ରାଜକାନସୁନା ସରପଞ୍ଚ ଗ୍ରାମର ଜଣେ ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଥିଲା ମାତ୍ର ଆଖପାଖରେ ରହୁଥିବା ଲୋକେ ତାହା ଜାଣି ମଧ୍ୟ ଅଜଣା ରହୁଥିଲେ ।

ମୃତ୍ୟୁ ହେଇଥିବା ଲୋକ ନେପାଳି  ଥିଲେ ମାତ୍ର ସାନ ବେଳୁ ଏହି ଗ୍ରାମରେ ରହୁଥିଲେ ସ୍ଥାନୀୟ ଲୋକଙ୍କ ଘରେ ପହରୀଦାର କାମ କରୁଥିଲେ । ମାତ୍ର କିଛିଦିନ ତଳେ ତାଙ୍କ ଗୋଡରେ ସାଂଘାତିକ ଆଘାତ ହୋଇଥିବା କାରଣରୁ ସେ ଆଉ କାମକୁ ଯାଇପାରିଲେ ନାହିଁ । ତେଣୁ ଘରେ ରହିବାକୁ ପଡୁଥିଲା କିନ୍ତୁ କୃଷ୍ଣାଙ୍କର ବାପାମା କେହି ନ ଥିବା ହେତୁ ତାଙ୍କ ସେବା କରିବା ପାଇଁ କେହି ନ ଥିଲେ ।

ଦିନଦିନକୁ ତାଙ୍କ ଗୋଡର ଆହତ ବଢିବାକୁ ଲାଗିଥିଲା । ତାଙ୍କ ଦୁଃଖ କିଏ ବା ବୁଝିବ ଏକ ବେଳର ଖାଇବା ଦେବାକୁ ବି କେହି ନ ଥିଲେ ସେଥିରେ ତାଙ୍କ ଗୋଡ ଯନ୍ତ୍ରଣା ଯାହାକୁ ସେ ସହ କରିପାରୁନଥିଲେ । ତେବେ ଏହି ପ୍ରକ୍ରିୟାରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ଶବ ଯେହେତୁ ଘରେ ଥିଲା ତେଣୁ ଆହତ ସ୍ଥାନକୁ ଖାଇବା ନିମନ୍ତେ ପୋକ ମାନେ ଆସୁଥିଲେ ଓ ଘର ବାହାରକୁ ମଧ୍ୟ ପୋକ ଚାଲୁଥିବା ସ୍ଥାନୀୟ ପୋଡଶୀ ଲୋକେ ଦେଖୁଥିଲେ ମାତ୍ର କେହି ବି ଶବର ଶେଷ ସଂସ୍କାର  ପ୍ରକ୍ରିୟା କରିବାକୁ ଆଗକୁ ଆସୁନଥିଲେ ।

ମାତ୍ର ସେହି ଗ୍ରାମର ସରପଞ୍ଚ ଚିତରଞ୍ଜନ ପ୍ରଧାନ ଆଗକୁ ଆସି ଘଟଣା ସ୍ଥଳରେ ପହଞ୍ଚି ଶବ ଦାହ ହେବାର ସମସ୍ତ ବ୍ୟବସ୍ଥା କରିଥିଲେ ତାହା ନୁହେଁ କାନ୍ଧ ଉପରେ ଶବକୁ ବୋହି ବୋହି ଯାଇଥିଲେ ଜଳାଇବାକୁ । ଆଜିକାଲି ଦୁନିଆରେ ଜଣେ ଆଉ ଜଣକୁ ପଚାରନ୍ତି ନାହିଁ ମାତ୍ର ଏଭଳି ଏକ ଦୃଶ୍ୟ ଲୋକମାନଙ୍କୁ ବେସ୍ ଆକର୍ଷିତ କରିଛି ।

ଶବକୁ ଛୁଇଁବା ପାଇଁ ଲୋକେ ନାକ ଟେକୁ ଥିଲେ ମାତ୍ର ସରପଞ୍ଚ ବାବୁ ମାନବିକତାର ଏକ ଉଦାହରଣ ପାଲଟିଛନ୍ତି । ଏହି ଖବରକୁ ନେଇ ଚର୍ଚ୍ଚା ରେ ଅଛନ୍ତି ସରପଞ୍ଚ । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *