ସରକାରଙ୍କ ବଡ ଘୋଷଣା ! ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ଏହି ସବୁ ନୂଆ ନିୟମ, ଦେଖନ୍ତୁ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ, ସାଧାରଣତ ଦେଶର ପ୍ରତ୍ୟକ ମାସର ପହିଲା ରେ କିଛି ପରିବର୍ତ୍ତନ ଅଥବା କିଛି ନୂଆ ନିୟମ ଲାଗୁ ହୋଇଥାଏ । ଚଳିତ ବର୍ଷର ସେପ୍ଟେମ୍ବର ମାସରେ ମଧ୍ୟ ଏଭଳି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଅଛି । ବ୍ୟାଙ୍କ, କାରୋବାର, ଏବଂ ଘରୋଇ ସହିତ ଜଡିତ ୪ ଟି ନିୟମ ବଦଳିବାକୁ ଯାଉଅଛି । ଏହି ନିୟମ ଲାଗୁ ହେବା ପରେ କେଉଁଠି ଆପଣଙ୍କୁ ସୁବିଧା ମିଳିବ ତ କେଉଁଠି ଆପଣଙ୍କୁ ଅଳ୍ପ କ୍ଷତି ସହିବାକୁ ପଡିବ । ବର୍ତ୍ତମାନ ଆସନ୍ତୁ ନଜର ପକାଇବା ସେପ୍ଟେମ୍ବର ମାସରେ ଲାଗୁ ହେବାକୁ ଥିବା ନିୟମ ଉପରେ । PNB ରେ ହ୍ରାସ ପାଇବ ସୁଦ୍ଧ ହାର ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସେପ୍ଟେମ୍ବର ପହିଲା ରୁ ଜମାଖାତା ର ଶୁଦ୍ଧହାର ହ୍ରାସ କରିବାକୁ ଯାଉଅଛି । ଏହି ସୂଚନା ବ୍ୟାଙ୍କ ର official ୱେବସାଇଟ ରୁ ମିଳିଛି । ଏହି ନିୟମ ଲାଗୁ ହେବା ପରେ ବ୍ୟାଙ୍କ ର ଶୁଦ୍ଧ ହାର ବାର୍ଷିକ ୨.୯ ପ୍ରତିଶତ ରହିବ । ଏହି ନୂଆ ନିୟମ PNB ରେ ଚାଲୁ ରହିଥିବା ଏବଂ ନୂଆ ଉଭୟ ଆକାଉଣ୍ଟ ରେ ଲାଗୁ ହେବ । ବର୍ତ୍ତମାନ PNB ରେ ଜମା ଖାତା ସୁଧହାର ବାର୍ଷିକ ୩ ପ୍ରତିଶତ ରହିଅଛି ।

ପିଏଫ ୟୁଏଏନ ସହିତ ଆଧାର ଲିଙ୍କ ବାଧ୍ୟତା ମୂଳକ । କର୍ମଚାରୀ ଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ରେ ଅନ୍ୟାନ୍ୟ ସୁବିଧା ନିମନ୍ତେ ଆଧାରକାର୍ଡ କୁ ୟୁଏଏନ ସହିତ ଲିଙ୍କ କରିବା ବାଧ୍ୟତା ମୂଳକ କରାଯାଇଅଛି । ୟୁଏଏନ ସହିତ ଆଧାର ଲିଙ୍କ କରିବାର ସମୟ ସୀମା ମଇ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ଏହାକୁ ଗଡାଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ କରାଯାଇଅଛି ।

ଯଦି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆପଣଙ୍କ ଆଧାର ୟୁଏଏନ ସହିତ ଲିଙ୍କ ନ ହୁଏ ତେବେ ଆପଣଙ୍କୁ ଅନେକ ଅସୁବିଧା ର ସମୁଖୀନ ହେବାକୁ ପଡିବ । GST ରିଟର୍ନ ରେ ନୂଆ ନିୟମ । ଯେଉଁ ବ୍ୟବସାୟୀ ମାନେ ଗତ ୨ ମାସ ମଧ୍ୟରେ GST ଆର ୩P ରିଟର୍ନ କରି ନାହାନ୍ତି । ସେମାନେ ସେପ୍ଟେମ୍ବର ୧ ତାରିଖରୁ ବାହ୍ୟ ଯୋଗାଣ ର ବିବରଣୀ ପୂରଣ କରି ପାରିବେ ନାହିଁ । ତ୍ରୟମାସିକ ରିଟର୍ନ ଦାଖଲ କରିଥିବା ବ୍ୟବସାୟୀ ଯଦି ସେମାନେ GST ଆର ୩p ଦାଖଲ କରି ନାହାନ୍ତି ସେମାନେ ମଧ୍ୟ GST ଆର ଦାଖଲ କରିବାରୁ ବଞ୍ଚିତ ହେବେ ।

ଗ୍ୟାସ ସିଲିଣ୍ଡର କୁ ନେଇ ଆସିପାରେ ନୂଆ ଦର । ପ୍ରତି ମାସରେ ଗ୍ୟାସ ସିଲିଣ୍ଡର ର ଦରରେ ପରିବର୍ତ୍ତନ ହୋଇଥାଏ । କେବେ ସିଲିଣ୍ଡର ଦର ବଢିଥିବା ବେଳେ କେବେ ସିଲିଣ୍ଡର ର ଦରରେ ହ୍ରାସ ହୋଇଥାଏ । ସେପ୍ଟେମ୍ବର ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡର ରେ ପରିବର୍ତ୍ତନ ହୋଇପାରେ ବୋଲି କୁହା ଯାଉଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *