ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ କୋରନା ଭାଇରସ୍ ପାଇଁ ବହୁତ ଚିନ୍ତିତ ଅଛନ୍ତି । କାରଣ ଏହି ଭାଇରସ୍ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ଏବଂ ବହୁତ ଜଣ ଏହି ଭାଇରସ ରେ ସଂକ୍ରମିତ ହୋଇ ନିଜ ପ୍ରାଣ ମଧ୍ୟ ହରାଇଛନ୍ତି । ସେଥିପାଇଁ ସରକାର ସମସ୍ତ ଙ୍କୁ ଘରେ ସୁରକ୍ଷିତ ରହିବା ଏବଂ ସମସ୍ତଙ୍କୁ ସାନିଟାଇଜର ଏବଂ ମାସ୍କ ପିନ୍ଧିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ କୌଣସି ଭିଡ଼ ଜାଗା ରେ ନ ଯିବାକୁ ଏକାଠି ହୋଇ ନ ବସିବାକୁ ମଧ୍ୟ ବାରଣ କରା ଯାଇଛି ।
ବର୍ତ୍ତମାନ ଏହି କୋରନା ମହାମାରୀ ର ପ୍ରଭାବ ଦେଶରେ ବଢିବାକୁ ଲାଗିଛି । ଯେଉଁ କାରଣରୁ ସରକାର ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ତେବେ ଧୀରେ ଧୀରେ ସ୍କୁଲ କଲେଜ ଅଫିସ ଖୋଲା ଗଲାଣି ଏବଂ ଓଡ଼ିଶାର କିଛି ରାଜ୍ୟ ର କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ କଟକଣା ହଟେଇବା ସହିତ ଆଉ କିଛି ଜିଲ୍ଲା ରେ ବର୍ତ୍ତମାନ ମଧ୍ୟ ସଟଡାଉନ ଏବଂ ଲକଡାଉନ କରାଯାଇଛି ତେବେ ଏହା ଲୋକଙ୍କ ସୁରକ୍ଷା ପାଇଁ ହିଁ କରାଯାଇଛି ।
ତେବେ ସବୁ ମାସ ଭଳି ଏହି ମାସ ଅର୍ଥାତ ସେପ୍ଟେମ୍ବର ମାସ ରେ ମଧ୍ୟ କିଛି ନୂଆ ଗାଇଡ଼ ଲାଇନ କରାଯିବ । ଏହା ସହିତ ଆଗକୁ ପାର୍ବଣ ମଧ୍ୟ ଆସୁଛି । ତେବେ ଏହି ପରିସ୍ଥିତି ରେ ଲୋକଙ୍କ ସୁରକ୍ଷା କୁ ଆଖିରେ ରଖି କି ପ୍ରକାର ର ଗାଇଡ଼ ଲାଇନ କରାଯିବ ତାହା ସମ୍ପୂର୍ଣ୍ଣ ଭାବରେ ଜଣା ପଡି ନାହିଁ । ତେବେ ସୂଚନା ଅନୁସାରେ ଜଣେ କର୍ମଚାରୀ ଙ୍କ କହିବା ଅନୁସାରେ କେରଳ ରେ ପଜିଟିଭ ସଂଖ୍ୟା ସେତେବେଳେ ବଢ଼ିଲା ଯେତେବେଳେ ଓନମ ପାଇଁ ସବୁ ଖୋଲା ଯାଇଥିଲା ।
ତେବେ ଦେଶ ରେ ପଜିଟିଭ ସଂଖ୍ୟା ଭିତରେ କେରଳ ରୁ ଅଧିକ ସଂଖ୍ୟକ ଲୋକ ପଜିଟିଭ ମିଳୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ଏବଂ ଲୋକଙ୍କ ସୁରକ୍ଷା କୁ ଦେଖି ସରକାର ଗାଇଡ଼ ଲାଇନ ପ୍ରସ୍ତୁତ କରିବେ । ଏହା ସହ କୁହାଯାଉଛି ଯେ ତୃତୀୟ ଲହରୀ ରେ ଛୋଟ ପିଲାଙ୍କ ଉପରେ ଏହାର ପ୍ରଭାବ ଅଧିକ ହେବ ତେଣୁ ଏହାକୁ ଧ୍ୟାନ ରେ ରଖି ଠିକ ସମୟରେ ଏବଂ ଠିକ ଗାଇଡ଼ଲାଇନ ସରକାର ପ୍ରସ୍ତୁତ କରିବ ଏବଂ ଆପଣଙ୍କ ପାଖରେ ପହଂଚାଇବ ।
ଏହା ଛଡା କିଛି ବି ହେଉ କିନ୍ତୁ ନିଜର ସୁରକ୍ଷା ଏବଂ ଯତ୍ନ ନେବା ଆବଶ୍ୟକ ଏବଂ କୋଭିଡ ର ସମସ୍ତ ପ୍ରୋଟୋକଲ ମାସ୍କ ପିନ୍ଧିବା,ସାନିଟାଇଜର ବ୍ୟବହାର ଆଦି କୁ ଠିକ ଭାବରେ ପାଳନ କରିବା ଉଚିତ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ