ନମସ୍କାର ବନ୍ଧୁଗଣ ତାଲିବାନକୁ ନେଇ ବଡ଼ ବୟାନ ଦେଇଛନ୍ତି ସିଡିଏସ । ଜର୍ଣ୍ଣାଲ ବିପିନ ରାୱତ କହିଛନ୍ତି କି ଆଫଗାନିସ୍ତାନ ରେ କୌଣସି ବି ଗତିବିଧି ହୁଏ ତେବେ ଏହାର ସିଧା ରାସ୍ତା ଭାରତ ର ତରଫରୁ ହିଁ ଆସିବ । ତେବେ ତାଙ୍କ ସହ ବି ସେହି ଭଳି ସାମ୍ନା କରିବା ଯେପରି ନିଜ ଦେଶର ଆତଂକବାଦ ଙ୍କୁ ସାମ୍ନା କରିଥାଉ । ଆଫଗାନିସ୍ତାନ ଉପରେ ତାଲିବାନ ର ରାଜ ର ପ୍ରଭାବ ଯୋଗୁଁ ଆତଙ୍କବାଦ କୁ ଏହା ଆହୁରି ପ୍ରୋତ୍ସାହିତ କରୁଛି ।
ତେବେ ସିଡିଏସ କହିଛନ୍ତି କି ୨୦ ବର୍ଷ ତଳେ ଥିବା ତାଲିବାନ ଏବଂ ବର୍ତ୍ତମାନ ର ତାଲିବାନ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଯଦି ବି ଆଫଗାନିସ୍ତାନ ରେ ହେଉଥିବା କିଛି ବି ସମସ୍ୟା ର ରାସ୍ତା ଭାରତ ପର୍ଯ୍ୟନ୍ତ ଅଛି ତେବେ ସେମାନଙ୍କ ସାମ୍ନା ମଧ୍ୟ ବହୁତ ଭଲ ଭାବରେ କରାଯିବ । ନ୍ୟୁଜ ଏଜେନସି ଏ ଏନ ଆଇ ରିପୋର୍ଟ ଅନୁସାରେ ବୁଧବାର ଦିନ ଦିଲ୍ଲୀ ରେ ଓ ଆର ଏଫ ର ଏକ କାର୍ଯ୍ୟକ୍ରମ ରେ ସିଡିଏସ ବିପିନ ରାୱତ ପହଂଚି ଥିଲେ ।
ତେବେ ସେଠାରେ ଆଫଗାନିସ୍ତାନ ର ହାଲତର ବିଷୟ ରେ ଆଲୋଚନା ହେଉଥିଲା । ତେବେ ସିଡିଏସ କହି ଥିଲେ କି ଯାହା ବି କିଛି ହୋଇଛି ତାହା ଆଶା କରାଯାଉ ଥିଲା । କେବଳ ଟାଇମ ଲାଇନ ରେ ପରିବର୍ତ୍ତନ ହୋଇ ଯାଇଛି । ଆଫଗାନିସ୍ତାନ ଉପରେ ତାଲିବାନ ର ରାଜତ୍ଵ ଆଗରୁ ସମସ୍ତେ ଜାଣିଥିଲେ ଏହି ବିଷୟରେ । ତେବେ କୋଡିଏ ବର୍ଷ ପୂର୍ବରୁ ଯାହା ଥିଲା ବର୍ତ୍ତମାନ ମଧ୍ୟ ସେହା ହିଁ ଅଛି କିନ୍ତୁ କେବଳ ସହଯୋଗୀ ବଦଳି ଯାଇଛନ୍ତି ।
ତେବେ ସିଡିଏସ ଙ୍କ ଅନୁସାରେ ସେମାନେ ଦେଶର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି । ସମସ୍ତ ଆତଙ୍କବାଦୀ ଙ୍କୁ ମଧ୍ୟ ସାମ୍ନା କରିବାର ପ୍ରସ୍ତୁତି ଚାଲିଛି । ଏହା ଛଡା ଯଦି ଦେଶରୁ କିଛି ଲୋକ ଆତଙ୍କ ବାଦୀ କୁ ଚିନ୍ହିବାରେ ପୋଲିସ କୁ ସାହାଯ୍ୟ କରିଥାଏ ତେବେ ସେମାନେ ବହୁତ ଆଭାର ମଧ୍ୟ ହେବେ । ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ବିଦେଶର ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ