‘ଆଜି ତାଙ୍କର ସେଇ ସୁର ଭାଇ ଡାକ ସେଇ ସ୍ନେହ ଶ୍ରଦ୍ଧା…ସେ ଯେମିତି ଥିଲେ ଆଗରୁ ଏବେ ବି ସେମିତି ଅଛନ୍ତି, ସେ ଆମ ଭଉଣୀ ଆମ ପାଇଁ ଗର୍ବ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଷ୍ଟ୍ରପତି ହେବା ପୂର୍ବରୁ ଯେମିତି ଥିଲେ ଏବେ ମଧ୍ୟ ସେମିତି ଅଛନ୍ତି । ଆଜି ବି ସେଇ ସୁର ଭାଇ ଡାକ । ତେବେ କଙ୍ଗ୍ରେଶ ବିଧାୟକ ସୁର ରାଉଙ୍କ ମୁହଁରୁ ଏପରି କିଛି ମନ୍ତବ୍ୟ ରାଷ୍ଟ୍ରପତିଙ୍କ ପାଇଁ ଶୁଣିବାକୁ ମିଳିଛି । ତେବେ ସୁର ରାଉତଙ୍କ କହିବା ଆଧାରରେ ରାଷ୍ଟ୍ରପତି ହେଉଛନ୍ତି ଆମ ଓଡିଶା ମାଟିର ଝିଅ । ଆମ ଓଡିଆ ଆଦିବାସୀ ଝିଅ । ତେବେ ଭାରତର ମଧ୍ୟ ସେ ଗର୍ବ ଓ ଗୌରବ ।

ସେ ଯେମିତି ଥିଲେ ରାଷ୍ଟ୍ରପତି ହେବା ପୂର୍ବରୁ ଯେପରି ଥିଲେ । ଏବେ ମଧ୍ୟ ସେପରି ଅଛନ୍ତି । ରାଷ୍ଟ୍ରପତି ପଦବୀରେ ଅଧିଷ୍ଟିତ ହେବା ପରେ ତାଙ୍କର ବ୍ୟବହାର ଓ ଆଚରଣରେ କିଛି ମଧ୍ୟ ପରିବର୍ତ୍ତନ ଆସିନାହିଁ । ସେହିପରି ନମ୍ର ଶାନ୍ତ ଭାବନାରେ କଥା ହେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରେ ଦେଖିବାକୁ ମିଳିଛି । ତେବେ ବିଧାୟକ ସୁର ରାଉତ ଏପରି ମଧ୍ୟ କହିଛନ୍ତି । ଏହା କି ଯେ ମୋତେ ସୁର ଭାଇ ଡାକିଲେ । ମୋତେ ତାଙ୍କ ମୁହଁରୁ ସୁର ଭାଇ ଡାକ ଶୁଣି ବହୁତ ଆନନ୍ଦ ଲାଗିଲା ।

ମୋ ପୁଅ କଥା ମଧ୍ୟ ମୋତେ ପଚାରିଲେ । ତେବେ ମୋ ପୁଅ ଯେଉଁ ସବୁ ବଡ ବଡ ୫ ଟି ପର୍ବତ ତଥା ଏଭେରେଷ୍ଟ ମଧ୍ୟ ଚଢିଲାଣି । ସେହି ବିଷୟରେ ମଧ୍ୟ ଆଲୋଚନା କରିଲୁ । ତେବେ ତାଙ୍କ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରି ବହୁତ ଖୁସି ଲାଗିଲା । ଏତେ ବଡ ରାଷ୍ଟ୍ରପତି ପଦବୀରେ ଅଧିଷ୍ଟିତ ହୋଇ ମଧ୍ୟ ତାଙ୍କ ମନରେ କିଛି ଗର୍ବ ଓ ଅହଂକାର ମନୋଭାବ ନାହିଁ ।

ତେବେ କଙ୍ଗ୍ରେଶ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ଯଦି ରୁଷ ଓ ୟୁକେର୍ନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରାଷ୍ଟ୍ରପତି ବନ୍ଦ କରିଦିଅନ୍ତେ । ତେବେ ବହୁତ ହିଁ ଭଲ ହୁଅନ୍ତା । ପୃଥିବୀକୁ ପୁଣି ଥରେ ଶାନ୍ତି ଫେରି ଆସନ୍ତା । ଅନେକ ଲୋକ ମଧ୍ୟ ରାଷ୍ଟ୍ରପତିଙ୍କ ଉପକାର ପାଇଁ ଉପକୃତ ହୁଅନ୍ତେ ।

ତେବେ ରାଷ୍ଟ୍ରପତିଙ୍କ ଏପରି ଭାବରେ ଉତ୍ତମ ଆଚରଣ ଓ ବ୍ୟବହାରରେ ସୁର ରାଉତ ବହୁତ ଆନନ୍ଦିତ ହୋଇଛନ୍ତି ବୋଲି ସୁର ରାଉତ ମନ୍ତବ୍ୟ ଦେଇଛନ୍ତି ।   ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *