TV ସିରିଏଲ ସାଥ ନିଭାନା ସାଥୀୟାର ରାଶି ମୋଦୀ ଆଜି ଦେଖାଯାନ୍ତି ଆଗ ଠାରୁ ଆହୁରି ଅଧିକ ସୁନ୍ଦର ଆଉ ଷ୍ଟାଇଲିସ, ପ୍ରଥମ ନଜରରେ ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ପ୍ରକାରର ସିରିଏଲ ନିଶ୍ଚୟ ଦେଖିଥିବେ । ଆପଣ ମାନେ ଏହି ସିରିଏଲରେ କାମ କରୁଥିବା ବିଭିନ୍ନ ପ୍ରକାରର କଳାକାର ମାନଙ୍କୁ ମଧ୍ୟ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନଙ୍କ ମଧ୍ୟରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ବହୁତ କମ ସିରିଏଲରେ କାମ କରି ଫେମସ ହୋଇ ଯାଇଛନ୍ତି ହେଲେ ସେମାନେ ବର୍ତ୍ତମାନ ଏହି ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ତ୍ୟାଗ ମଧ୍ୟ କରିସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଆମେ ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଭିନେତ୍ରୀ ରୁଚା ହାଜବନ୍ସି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ଷ୍ଟାରପ୍ଲସର ଫେମସ ସିରିଏଲ ‘ସାଥ ନିଭାନା ସାଥିଆ’ରେ ରାଶି ମୋଦୀର ଭୂମିକା ପଦର୍ଶନ କରିଥିବା ରୁଚା ବର୍ତ୍ତମାନ ଏହି ଇଣ୍ଡଷ୍ଟ୍ରିରୁ ଗାୟବ ହୋଇ ଯାଇଛନ୍ତି । ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସିଲ କରିଥିଲା । ଏହି ସିରିଏଲରେ ରୁଚାଙ୍କ ଅଭିନୟକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ,ହେଲେ ଏହି ସିରିଏଲ ପରେ ରୁଚା ଅନ୍ୟ କୌଣସି ସିରିଏଲରେ ନଜର ଆସିନଥିଲେ ।


ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରୁଚା ହାଜବନ୍ସିଙ୍କ ଜନ୍ମ ୮ ଫେବୃୟାରି ୧୯୮୮ ମସିହାରେ ମୁମ୍ବାଇ ସହରରେ ହୋଇଥିଲା । ରୁଚା କେବେ ହେଲେ ଏକ ଅଭିନେତ୍ରୀ ହେବା ପାଇଁ ଚିନ୍ତା କରିନଥିଲେ । ନିଜର କଲେଜ ଡିଗ୍ରୀ ହାସିଲ କରିବା ପରେ ରୁଚା ଏକ ଓକିଲ ହେବା ପାଇଁ ଚାହୁଁଥିଲେ । ସେଥିପାଇଁ ସେ ବହୁତ କଷ୍ଟ ମଧ୍ୟ କରିଥିଲେ । ହେଲେ ରୁଚାଙ୍କ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା ।

ଥରେ ରୁଚା ଏକ ରେଷ୍ଟୁରେଣ୍ଟ ଯାଇଥିଲେ ସେହି ସ୍ଥାନରେ ରୋଶ୍ରୀ ପ୍ରଡ଼କ୍ସନର ଏକ ପ୍ରଡ୍ୟୁସରଙ୍କ ନଜର ରୁଚାଙ୍କ ଉପରେ ପଡିଯାଇଥିଲା । ସେହି ପ୍ରଡ୍ୟୁସର ଜଣକ ରୁଚାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖି ରୁଚାଙ୍କ କାମ ଦେବା ପାଇଁ ମନ ମନେଇ ଦେଇଥିଲେ, ଏହା ପରେ ରୁଚା ୨୦୦୯ ରେ ସିରିଏଲ ‘ଚାରଚାନ୍ଦି’ରୁ ନିଜ ଅଭିନୟ କାରିୟର ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ଦେବିକାର ଭୂମିକା ପଦର୍ଶନ କରିଥିଲେ ।


ଏହି ସିରିଏଲକୁ ଦର୍ଶକ ମାନେ ମଧ୍ୟ ବହୁତ ଅଧିକ ପସନ୍ଦ କରିଥିଲେ । ଯାହା ଫଳରେ ରୁଚା ବହୁତ ସମୟ ପର୍ଯ୍ୟନ୍ତ ଲାଇମ ଲାଇଟରେ ରହିଥିଲେ । ଏହା ପରେ ତାଙ୍କୁ ‘ସାଥ ନିଭାନା ସାଥିଆ’ ସିରିଏଲରେ କାମ କରିବାର ମଉକା ମିଳିଥିଲା । ଏହି ସିରିଏଲ ପରେ ସେ ନିଜର ଲଙ୍ଗ ଟାଇମ ବୟଫ୍ରେଣ୍ଡ ରାହୁଲ ଜଗଦାଲେଙ୍କ ସହ ବିବାହ କରିଥିଲେ ।

ଏହା ପରେ ସେ ନିଜର ବୈବାହିକ ଜୀବନରେ ବ୍ୟସ୍ତରେ ରହିଗଲେ । ଯାହା ଫଳରେ ସେ ହିନ୍ଦୀ ଟେଲିଭିଜନ ଦୁନିଆକୁ ତ୍ୟାଗ କରିଥିଲେ । ବର୍ତ୍ତମାନ ସେ ବହୁତ ସମୟ ପର୍ଯ୍ୟନ୍ତ ଟିଭି ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି । ବର୍ତ୍ତମାନ ରୁଚା ୩୨ ବର୍ଷ ବୟସର ହୋଇସାରିଛନ୍ତି ଓ ବହୁତ ଅଧିକ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ମଧ୍ୟ ନଜର ଆସୁଛନ୍ତି । ଏବେ ତାଙ୍କର ଗୋଟିଏ ଛୋଟ ଝିଅ ମଧ୍ୟ ଅଛି ।

ତେବେ ଆପଣଙ୍କୁ ରୁଚାଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *