ସତ ହେବାକୁ ଲାଗିଛି ମାଳିକା ବଚନ ! ଓଡିଶାର ଏଗାଁରେ ଘରେ ଘରେ ପଶି କାମୁଡୁଛନ୍ତି ଶିଆଳ, ଗାଁରେ ଦେଖାଯାଉଛି ଭୟର ବାର୍ତ୍ତାବରଣ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଓଡିଶାର ଏ ଗାଁରେ ଘରେ ଘରେ ପଶି କାମୁଡୁଛି ଶିଆଳ । ଏହା ବାବଦରେ ଲୋକେ କହୁଛନ୍ତି କି ଧୀରେ ଧୀରେ ସତ ହେଉଛି ମାଳିକା ବଚନ । କାରଣ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି କି କଳିଯୁଗରେ ଶିଆଳ ଓ କୁକୁର ଘରେ ଘରେ ପଶି ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ଏସବୁ ଶେଷକାଳରେ ଘଟିବାକୁ ଯାଉଥିବା ଲକ୍ଷଣ ।

ଯଦି ଏସବୁ ଲକ୍ଷଣ ଦେଖିବେ ତେବେ ବୁଝିଯିବେ କି ମହାବିପଦ ମାଡିଆସୁଛି ଏବଂ ଏହି କଳିଯୁଗ ସରିଯିବ । ଠିକ ସେହିପରି ଘଟୁଛି ଏହି ଗାଁରେ ସନ୍ଧ୍ଯା ହେଲା ମାତ୍ରକେ ଶିଆଳମାନେ ଘରେ ପଶି ମହିଳା ଓ ପୁରୁଷମାନଙ୍କୁ କାମୁଡିକି ପଳାଉଛନ୍ତି । ତେଣୁ ସେହି ଗାଁର ଲୋକମାନେ ହାତରେ ଠେଙ୍ଗା ଧରି ବୁଲୁଛନ୍ତି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଆଇଥାନା ଅଧୀନ ନିଆଳା ଶାସନ ଗୌରପଡା ଗାଁରେ ।

ମାଳିକା ବଚନ ସତ ହେଇଛି ତେଣୁ ଲୋକେ ହାତରେ ଠେଙ୍ଗା ଧରି ବୁଲୁଛନ୍ତି । କାରଣ ଘରେ ପଶିବେ କୁକୁର ଓ ଶିଆଳ ଜଣ ଜଣ ଜଣଙ୍କୁ  କାମୁଡି ଲୋହୁଲୁହାଣି କରିବେ ।  ଆତଙ୍କ ସୃଷ୍ଟି କରିଛି ପାଗଳ ଶିଆଳ ସନ୍ଧ୍ଯା ହେଲା ମାତ୍ରକେ  ଲୋକେ କବାଟ ବନ୍ଦ କରିଦେଉଛନ୍ତି । ସୂଚନା ଅନୁଯାୟୀ 27 ରୁ ଅଧିକ ଲୋକଙ୍କୁ କାମୁଡି ଲୋହୁଲୁହାଣ କରିଛି ଆତଙ୍କ ଶିଆଳ ।

ଘରେ ଭିତରେ ପଶୁଛି ଯାହାକୁ ଦେଖୁଛି ହାତ ଗୋଡ କାମୁଡି ଦେଇ ପଳାଉଛି । ଏହା କେବଳ ମଣିଷକୁ  ନୁହେଁ ବରଂ ଗୃହପାଳିତ ପଶୁମାନଙ୍କୁ ବି  ଛାଡୁନି  ହିଂସ୍ରକ ଶିଆଳ । ଗୌରପଡାରେ ଗ୍ରାମରେ ଦୁଇଦିନ ହେଲା ଏଭଳି ଆତଙ୍କ ସୃଷ୍ଟି କରିଛି ଶିଆଳ । ଏମିତିକି ରାସ୍ତାରେ ଯାଉଥିବା ବୋଲବମ କାଉଡିଆ ମାନଙ୍କୁ ମଧ୍ୟ କାମୁଡୁଛି  ହିଂସ୍ରକ ଶିଆଳ ।

ତେବେ  ଏହାକୁ ନେଇ ସେହି ଗାଁର ଲୋକେ ଭୟକରୁଛନ୍ତି କିପରି ନିଜକୁ ଓ ଗୃହପାଳିତ ପଶୁକୁ ବଞ୍ଚାଇବେ ଏବେ ତାହା ଚିନ୍ତାର ବିଷୟ ପାଲିଟିଛି । ଗାଁର ବନ୍ୟବିଭାଗ ମଧ୍ୟ କୋଣସି କଢାକଢି ପଦକ୍ଷେପ ନେଇନଥିବାରୁ ଲୋକେ ହାତରେ ଠେଙ୍ଗା ଧରି ବୁଲୁଛନ୍ତି । ଅଭିଯୋଗ କରିବା ପରେ ମଧ୍ୟ ଶିକାରୀମାନେ ଆସି ପାଗଳ ଶିଆଳକୁ ଧରି ନାହାଁନ୍ତି । ତେବେ ଏହି ଖବରକୁ  ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *