ବାପା ହୋଇ ଝିଅ ପାଇଁ ମାଆର ଅଭାବ ରଖି ନାହାନ୍ତି ମାଷ୍ଟର୍ Saswat joshi, ଦେଖନ୍ତୁ କିପରି ଝିଅର ନେଉଛନ୍ତି ଯତ୍ନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।


ତେବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଜଣେ ଏଭଳି କଳାକାର ଙ୍କ ବିଷୟରେ ଆଲୋଚନା କରିବୁ ଯିଏ କି ବର୍ତ୍ତମାନ ଓଡ଼ିଶାର ଜଣେ ପ୍ରତିଷ୍ଠିତ ଓଡିଶୀ ନର୍ତ୍ତକୀ । ତେବେ ଶାଶ୍ୱତ ଯୋଶୀ ୧୮ ଡିସେମ୍ବର ୧୯୮୪ ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ।  ଶାଶ୍ୱତ ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଗୁରୁଙ୍କ ନାମ ଥିଲା ପ୍ରସନ ପଟ୍ଟନାୟକ ଓ ଶାନ୍ତନୁ ବେହେରା ।  ଶିଶୁ କଳାକାର ରୂପରେ ସମ୍ପୂର୍ଣ୍ଣ ରୁଚି ଓ ସମର୍ପଣ ସହକାରେ ସେ ଓଡ଼ିଶୀ ଶିଖିଥିଲେ ।

ତେବେ ୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ [କେଲୁଚରଣ ମହାପାତ୍ର]ଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ ।  ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ ।

ବିଶ୍ୱର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ । ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।


ତେବେ ଓଡ଼ିଶୀରେ ନୃତ୍ୟ ଡ୍ରାମା,ମାତୃ ରୂପ,ମଲ୍ଲହାର,ଦେବୀ,ଶିବ ତାଣ୍ଡବ,କ୍ରୀଷ୍ଣା ସମର୍ପଣ, ମା- ଆତ୍ମଜୀବନୀ ଉପରେ ଆଧାରିତ ରମାଦେବୀ ଚୌଧୁରୀ ମିଶ୍ରିତ କୋରିୟଗ୍ରାଫୀ,ସାରିଆ ୫ ପଦାର୍ଥ,ଇନ୍ଦ୍ରଧନୁ,ରୁଦ୍ର, ସତ୍ୟମ ଶିବମ ସୁନ୍ଦରମ, ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏନସିସି କ୍ୟାଡେଟ ମାନଙ୍କ ତରଫରୁ ଓଡ଼ିଶାର ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡ଼ିଶୀ ଶିଖିଥାନ୍ତି ।

ତେବେ ଶାଶ୍ୱତ ଯେତେ ସୁନ୍ଦର ଡାନ୍ସର ସେତେ ସୁନ୍ଦର ମଣିଷ ଏବଂ ବାପା ମଧ୍ୟ । ତେବେ ସେ ନିଜ ଝିଅ ଜାୟା ଙ୍କୁ ଖୁବ ଭଲ ପାଆନ୍ତି । ସେ ତାଙ୍କର ବହୁତ କେୟାର ମଧ୍ୟ ନିଅନ୍ତି । ସେ ତାଙ୍କ ସହ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ମଧ୍ୟ ବନାଇ ରିଲସ ରେ ପୋଷ୍ଟ କରନ୍ତି । ତେବେ ସେ ନିଜ ଝିଅ ର ଯତ୍ନ ଜଣେ ମଆଙ୍କ ଠାରୁ ମଧ୍ୟ ବହୁତ ଅଧିକ ନେଇଥାନ୍ତି । ତେବେ ବର୍ତ୍ତମାନ ଗୋଟିଏ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଶାଶ୍ୱତ ନିଜ ଝିଅ ର ଚୁଟି ବହୁତ ଭଲ ଭାବରେ କୁଣ୍ଡାଇ ଦେଉଛନ୍ତି ଏବଂ ତାଙ୍କୁ ସଜ କରି ଦେଇଛନ୍ତି । ତେବେ ଜଣେ ମାଆ ଭଳି ଯତ୍ନ ନେଉଛନ୍ତି ଶାଶ୍ୱତ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *