ଶଶୁରର ମାନ ରଖିବା ପାଇଁ ଆମ୍ବୁଲାନ୍ସରେ କନ୍ୟା ଘରକୁ ପହଞ୍ଚିଲା ବର ଓ ଷ୍ଟ୍ରେଚରରେ ବସି ବିବାହ କଲା ପୁଅ! ହୃଦୟସ୍ପଶୀ ଦୃଶ୍ୟ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆମ୍ବୁଲାନ୍ସ ଆସି ବାହାହେଲା ବର ଓ ବଞ୍ଚାଇଲ ଶଶୁର ସମ୍ମାନ । ହଁ ଦର୍ଶକବନ୍ଧୁ ଦୁର୍ଘଟଣା ରୋକୀ ପାରିଲାନି ବିବାହ । ଆଜିର ଯୁଗରେ ବାହାଘରେ ସବୁ ଜିନିଷ ଥିଲେ ମଧ୍ୟ କୋଣସି ଏକ କାରଣ ପାଇଁ ବାହାଘର ଭାଙ୍ଗିଯାଇଥାଏ । ମାତ୍ର ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଲୋକମାନଙ୍କୁ ବେଶ୍ ଆକର୍ଷିତ କରିଛି ।

ଏହି ଘଟଣା ଟି ହେଉଛି ଝାଡ଼ଖଣ୍ଡର ପର୍ଲାମୁଣ୍ଡିଠାରେ ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା । ସବୁ ବେସ୍ ଖୁସିଥିଲେ ମାତ୍ର ଘଟିଥିଲା ଅଚିନ୍ତା ବିଷୟ । ଆସୁଥିବା ସମୟରେ ବର ଦୁର୍ଘଟଣାର ଶିକାର ହୋଇଥିଲେ ମାତ୍ର ଯେତେ କଷ୍ଟ ହେଉଥିଲେ ବି କନ୍ୟାର ବାପାଙ୍କ ଇଜ୍ଜତ ଆଖି ଆଗରେ ରଖି ଷ୍ଟ୍ରେଚର ସାହାଯ୍ୟରେ ବେଦି ନିକଟକୁ ଆସି  ପହଞ୍ଚିଥିଲେ ଓ ବାହାଘର ସବୁ ବିଧିବିଧାନରେ ସମ୍ପର୍ଣ୍ଣ ହୋଇଥିଲା ।

ମାତ୍ର ଏବେ ଏହି ବାହାଘର ବେଶ ଚର୍ଚ୍ଚା ରେ ରହିଛି । ସୂଚନା ଅନୁସାରେ ଜୁନ 25 ତାରିଖ ଦିନ  ଚନ୍ଦ୍ରିଶ ମିଶ୍ରଙ୍କ ବିବାହ ପ୍ରେରଣା ମିଶ୍ରଙ୍କ ସହ   ସ୍ଥିର ହୋଇଥିଲା । ଉଭୟ ଘରଲୋକେ ବିବାହ କୁ ନେଇ ଧୂମଧାମ ଆୟୋଜନ କରିଥିଲେ ମାତ୍ର ବର ଦୁର୍ଘଟଣାର ଶିକାର ହୋଇଥିଲା ଏବଂ ଡାକ୍ତର କହିଥିଲେ ଯେ ଚନ୍ଦ୍ରିଶଙ୍କ ଗୋଡ ଭାଙ୍ଗିଯାଇଛି ଓ ସେ ଠିକ୍ ହେବାକୁ ଦୁଇ ମାସ ସମୟ ଲାଗିବ ।

ମାତ୍ର ଚନ୍ଦ୍ରିଶ କନ୍ୟାର ସମ୍ମାନ ବିଷୟକୁ ଚିନ୍ତା କରି ନିଷ୍ପତି ନେଇଥିଲେ ଯେ ଯେତେ କଷ୍ଟ ହେଉପଛେ ନିଦ୍ଧାରିତ  ହୋଇଥିବା ତାରିଖରେ ବିବାହଟି ହେବ । ତେଣୁ ସେ ଡାକ୍ତରଙ୍କ ପରାମର୍ଶ ନେଇ ଷ୍ଟ୍ରେଚର ସାହାଯ୍ୟରେ ବହୁତ କଷ୍ଟରେ ବାହାଘରକୁ ପହଞ୍ଚି ସମସ୍ତଙ୍କ ଉପସ୍ଥିତି ବିବାହ କରିଥିଲେ ଓ ତାଙ୍କୁ ଦେଖୁଥିବା ଲୋକେ ପ୍ରଶଂସାର ବର୍ଷା ବର୍ଷାଇ ଥିଲେ ।

ଶଶୁରଙ୍କ ଗୌରବ ରକ୍ଷା କରିବା ପାଇଁ ବର ବହୁ କଷ୍ଟ ସହ କରି ଆମ୍ବୁଲାନ୍ସରେ ବାହାଘରକୁ ଆସିବା ବିଷୟକୁ ଲୋକେ ବହୁ ପସନ୍ଦ କରିଛନ୍ତି । ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଲୋକେ ଏସବୁ ଦୃଶ୍ୟ ଦେଖିବା ପରେ ଭାଗ୍ୟରେ ଥିଲେ ହିଁ ଏ ଭଳି ସ୍ଵାମୀ ମିଳେ ବୋଲି କହିଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *