ସାର୍ଥକ ଟିଭିର ସବୁଠୁ ଧନୀ ଅଭିନେତ୍ରୀ ! ଜାଣନ୍ତୁ ଏମାନଙ୍କ ମଧ୍ୟରୁ କାହାର ଦରମା ସବୁଠୁ ଅଧିକ ?

ବନ୍ଧୁଗଣ, ଆପଣ ମାନେ ଟିଭି ଧାରାବାହିକ ଦେଖିବାକୁ ନିଶ୍ଚିତ ଭାବରେ ଭଲ ପାଆନ୍ତି । ତେବେ ଆଜି ଆମ୍ଭେ ଟିଭି ଧାରାବାହିକ ରେ ଅଭିନୟ କରି ଆସୁଥିବା ଆକ୍ଟର ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆଜି ଆମ୍ଭେ କହିବାକୁ ଯାଉଅଛୁ ସାର୍ଥକ ଟିଭି ସିରିୟଲ ହିରୋଇନ ମାନଙ୍କ ଦରମା ସମ୍ବନ୍ଧରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ୭;- ସୁପ୍ରିୟା ନାୟକ;- “କେମିତି କହିବି କହ’ ସିରିୟଲରେ ନନ୍ଦିନୀ ଭୂମିକାରେ ଅଭିନୟ କରିଛନ୍ତି । ସେ ଗୋଟିଏ ଦିନର ସୁଟିଙ୍ଗ ପାଇଁ ୩ ହଜାର ଟଙ୍କା ନେଇଥାନ୍ତି ।

୬;- ମାନସୀ ପାଲ;- “ତୋ ପାଇଁ ମୁଁ, ମୋ ପାଇଁ ତୁ” ସିରିୟଲରେ ଜ୍ୟୋତି ଭୂମିକାରେ ଅଭିନୟ କରିଛନ୍ତି । ସେ ଗୋଟିଏ ଦିନର ସୁ-ଟି-ଙ୍ଗ ନିମନ୍ତେ ୩ ହଜାର ୫୦୦ ଟଙ୍କା ନେଇଥାନ୍ତି ।

୫;- ତୃପ୍ତି ମୀରାମିତା, “ମହାଦେବୀ” ସିରିୟଲରେ ଶ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ଗୋଟେ ଦିନର ସୁଟିଙ୍ଗ ପାଇଁ ୩୫୦୦ ଟଙ୍କା ନେଇଥାନ୍ତି । ଦର୍ଶକେ ତାଙ୍କ ଅଭିନୟକୁ ପସନ୍ଦ କରିବା ସହିତ ତାଙ୍କୁ ବହୁତ ଭଲ ପାଇଆସୁଛନ୍ତି ।

୪;- ଅର୍ପିତା କର, ସେ ମହାଦେବୀ ସିରିୟଲରେ ଦେବୀ ଭୂମିକାରେ ଅଭିନୟ କରିଛନ୍ତି । ଗୋଟେ ଦିନର ସୁଟିଙ୍ଗ ପାଇଁ ସେ ୪ ହଜାର ଟଙ୍କା ନେଇଥାନ୍ତି । ତାଙ୍କର ଅନେକ ଫ୍ୟାନ୍ସ ମାନେ ତାଙ୍କୁ ସବୁବେଳେ ଶୁଭକାମନା ଦେଇ ଆସିଛନ୍ତି । ଅଭିନୟ ଜଗତରେ ସେ ପାଦ ଦେଇ ବହୁତ ଖୁସ ଅଛନ୍ତି ବୋଲି କହିଛନ୍ତି ।

୩;- ଅନନ୍ୟା ଦାସ, ସେ ଦିବ୍ୟଦୃଷ୍ଟି ସିରିୟଲରେ ଦୃଷ୍ଟି ଭୂମିକାରେ ଅଭିନୟ କରିଛନ୍ତି । ଗୋଟେ ଦିନର ସୁଟିଙ୍ଗ ନିମନ୍ତେ ସେ ୫୦୦୦ ଟଙ୍କା ନେଇଥାନ୍ତି ।

୨;- ଲିପ୍ସା ମିଶ୍ର, ହେ ପ୍ରଭୁ ସିରିୟଲ ରେ କୁହୁ ଭୂମିକାରେ ଅଭିନୟ କରିଛନ୍ତି । ସେ ଗୋଟିଏ ଦିନର ସୁଟିଙ୍ଗ ନିମନ୍ତେ ୮୦୦୦ ଟଙ୍କା ନେଇଥାନ୍ତି । ଲିପ୍ସା ଙ୍କ ଅଭିନୟ ବହୁତ ଉନ୍ନତ ମାନର ହୋଇଥାଏ । ଯେଉଁ କିରିଦାର ରେ ସେ ଅଭିନୟ କରନ୍ତି ଦର୍ଶକଙ୍କ ହୃଦୟକୁ ନେଇଯାଇଥାନ୍ତି ।

୧;- ଜେସୀ ସାମଲ, ଜୀବନ ସାଥି ସିରିୟଲରେ ଭକ୍ତି ଭୂମିକାରେ ଅଭିନୟ କରିଛନ୍ତି । ସେ ଗୋଟିଏ ଦିନର ସୁଟିଙ୍ଗ ପାଇଁ ୯ ହଜାର ଟଙ୍କା ନେଇଥାନ୍ତି । ଜେସୀ ଙ୍କର ଅଭିନୟ ମଧ୍ୟ ବହୁତ ଭଲ ହୋଇଥାଏ । ତାଙ୍କର ଅନେକ ଫ୍ୟାନ୍ସ ଅଛନ୍ତି । ଯେଉଁ ମାନେ ତାଙ୍କୁ ଅଧିକ ଭଲ ପାଇବା ଦେଇ ଆସିଛନ୍ତି । ତେବେ ବନ୍ଧୁଗଣ ଟିଭି ସିରିୟଲରେ ଅଭିନେତ୍ରୀ ମାନଙ୍କର ଦରମା ସମ୍ବନ୍ଧରେ ଜାଣି ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *