ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଅଣ୍ଟା ଏବଂ ଗୋଡ଼ ହାତ ବିନ୍ଧା ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ବନ୍ଧୁଗଣ ପୂର୍ବତନ କାଳରେ ବୃଦ୍ଧ ବ୍ୟକ୍ତି ମାନଙ୍କ ଶରୀରରେ ଏହି ହାଡ଼ ଜନିତ ସମସ୍ୟା ଯଥା ଅଣ୍ଟା, ହାତ ବିନ୍ଧା ଏବଂ ଗୋଡ଼ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଥିଲା । ବୃଦ୍ଧ ଅବସ୍ଥାରେ ଏହି ସବୁ ସମସ୍ୟା ଦେଖା ଯାଉଥିଲା ।
କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଦେହରେ ମଧ୍ୟ ଦେଖିବାକୁ ମିଳୁଛି । ଏହା ଖାଦ୍ୟପେୟ ନିୟମିତ ନହେବା ଦ୍ୱାରା ଏବଂ ନିୟମିତ ଯୋଗ ନକରିବା ଦ୍ୱାରା ଏହି ସବୁ ସମସ୍ୟା ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଏହି ସବୁ ସମସ୍ୟା ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ ଏବଂ କୌଣସି କାର୍ଯ୍ୟ ରେ ମନ ଲାଗି ନଥାଏ ।
ତେବେ ବନ୍ଧୁଗଣ ଏହି ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଏହି ସମସ୍ତ ସମସ୍ୟା ରୁ ମୁକ୍ତି ତୁରନ୍ତ ମିଳିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।
୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ମାତ୍ର ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ପ୍ରଥମ ସାମଗ୍ରୀ ହେଉଛି ‘ସୋରିଷ ତେଲ’ । ଯାହା ଆପଣଙ୍କ ଘରେ ନିଶ୍ଚିତ ଭାବରେ ଥିବ ଓ ଆପଣଙ୍କୁ ସହଁଜରେ ମିଳିଯିବ । ଦ୍ଵିତୀୟ ସାମଗ୍ରୀ ଟି ହେଉଛି ‘ଜାଇଫଳ’ । ଏହା ଆପଣଙ୍କୁ ମାର୍କେଟ ରେ ସହଜରେ ମିଳିଯିବ ଏବଂ ଏହାର ମୂଲ୍ୟ ହେଉଛି ମାତ୍ର ପାଞ୍ଚ ଟଙ୍କା ।
୨.ବନ୍ଧୁଗଣ ଏହି ଔଷଧି ବନାଇବା ନିମନ୍ତେ ପ୍ରଥମେ ଆପଣ ଏକ ଜାଇଫଳ ନିଅନ୍ତୁ । ଏହି ଜାଇଫଳ ର ମଞ୍ଜିକୁ ଭଲ ଭାବରେ ପେଶୀ କରି ଚୂର୍ଣ୍ଣ କରି ଦିଅନ୍ତୁ । ଏହାକୁ ପେଶୀବା ପରେ ଏକ ଅଲଗା ପାତ୍ର ରେ ଏହାକୁ ରଖନ୍ତୁ । ଆପଣ ପେଶୀ ଥିବା ଜାଇଫଳ କୁ ଏକ ପାତ୍ରରେ ଦୁଇ ଚାମଚ ନିଅନ୍ତୁ । ଏହାପରେ ଏଥିରେ ତିନି ଚାମଚ ସୋରିଷ ତେଲ ପକାନ୍ତୁ ।
୩. ବନ୍ଧୁଗଣ ଏହାପରେ ଜାଇଫଳ ର ଚୂର୍ଣ୍ଣ ଏବଂ ସୋରିଷ ତେଲ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଔଷଧି ପ୍ରସ୍ତୁତ ହୋଇଗଲା । ଏହାପରେ ଆପଣ ଏହି ଔଷଧି କୁ ନିଜ ଶରୀରର ବିନ୍ଧୁଥିବା ସ୍ଥାନରେ ଲଗାଇ ମାଲିସ କରନ୍ତୁ । ଏହା ଦ୍ଵାରା ଆପଣଙ୍କ କଷ୍ଟ ଦୁର ହେବ । ଯଦି ଆପଣଙ୍କର ପ୍ରତିଦିନ ହାତ, ଗୋଡ଼ ଏବଂ ଆଣ୍ଠୁ ବିନ୍ଧୁଛି ତେବେ ଏହି ଔଷଧି କୁ ଶୋଇବା ସମୟରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।
ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଏହାର ଚମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ