ସରିଲା ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର, ଦେଖନ୍ତୁ ବାହାଘର ର ଫୁଲ ଆଲବମ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ ।

ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି । ସେହିପରି ଏକ ଯୋଡି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ର ଯୋଡି । ଏହି ଯୋଡି ଅନେକ ବର୍ଷ ହେବ ଦର୍ଶକ ମାନଙ୍କୁ ମନୋରଞ୍ଜନ କରାଇ ଆସୁଥିଲେ । କିନ୍ତୁ ଗତ କାଲି ଏମାନେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଆସନ୍ତୁ ଜାଣିବା ତାଙ୍କ ବିବାହ କିପରି ହୋଇଥିଲା ଓ ସେଠାରେ କେଉଁମାନେ ଉପସ୍ଥିତ ରହିଥିଲେ ।  ବନ୍ଧୁଗଣ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ବିବାହ ର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଅନେକ ଲୋକ ଏହାକୁ ମିଛ ବୋଲି ମଧ୍ୟ ଭାବିଥିଲେ । ତେବେ ଏହି ସବୁ କଥା ରେ ବର୍ତ୍ତମାନ ପୂର୍ଣଛେଦ ପଡିଯାଇଛି ।

ବନ୍ଧୁଗଣ ସେମାନେ ଦୁହେଁ ମାର୍ଚ୍ଚ ୧ ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଯାଇଛନ୍ତି । ଓଲିଉଡ ର ଏହି ପ୍ରସିଦ୍ଧ ଯୋଡି ବର୍ତ୍ତମାନ ନିଜର ଅସଲ ଜୀବନ ରେ ମଧ୍ୟ ପତି ପତ୍ନୀ ହୋଇ ସାରିଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ଠାରେ ବିବାହ କରିଥିଲେ ।

ବିବାହ ସମୟ ର ଅନେକ ଫୋଟୋ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ । ଏହି ଫୋଟୋ ରେ ଦେଖିବାକୁ ମିଳିଛି ଯେ ସେମାନେ ଦୁହେଁ ରାଜସ୍ଥାନ ର ରୀତିନୀତି ରେ ହିଁ ବିବାହ କରିଛନ୍ତି । ବିବାହ ସମୟ ରେ ତାଙ୍କର ସମସ୍ତ ପରିବାର ତାଙ୍କ ସହିତ ନଜର ଆସିଥିଲେ ।


ବିବାହ କୁ ନେଇ ଦୁଇଜଣ ବହୁତ ଖୁସି ଥିବାର ମଧ୍ୟ ନଜର ଆସୁଛନ୍ତି । ଦୁଇ ଜଣ ବହୁତ ସୁନ୍ଦର ଭାବରେ ସଜିତ ହୋଇଥିଲେ । ବର ବେଶ ରେ ସବ୍ୟସାଚୀ ବହୁତ ସୁନ୍ଦର ଦେଖା ଯାଉଥିଲେ । ତାଙ୍କୁ ଏକ ରାଜକୁମାର ପରି ସଜ୍ଜିତ କରାଯାଇଥିଲା । ସେହିପରି ଓଲିଉଡ ର ଚୁଲବୁଲି ନାୟିକା ଅର୍ଚ୍ଚିତା ମଧ୍ୟ ବିବାହ ପୋଷାକ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ ।

ତାଙ୍କୁ ମଧ୍ୟ ଠିକ ରାଣୀ ଙ୍କ ପରି ସଜ୍ଜିତ କରାଯାଇଥିଲା । ବିବାହ ସମୟ ର ଫୋଟୋ ରୁ ଜଣାପଡିଛି ଯେ ତାଙ୍କ ବିବାହ ରେ ଦୁଇଜଣ ଙ୍କ ପରିବାର ର ସମସ୍ତ ସଦସ୍ୟ ସେହି ସ୍ଥାନ ରେ ଉପସ୍ଥିତ ରହିଥିଲେ । ଉଭୟ ଙ୍କ ପିତା ମାତା ଓ ପରିବାର ବର୍ଗ ସେମାନଙ୍କୁ ଆଗାମୀ ଜୀବନ ପାଇଁ ଆଶୀର୍ବାଦ ମଧ୍ୟ କରିଥିଲେ ।

ଓଲିଉଡ ର ଏହି ସୁପରହିଟ ଯୋଡି ବର୍ତ୍ତମାନ ସମୟ ରେ ଅସଲ ଜୀବନ ରେ ମଧ୍ୟ ସାତ ଜନ୍ମ ର ବନ୍ଧନ ରେ ବାନ୍ଧି ହୋଇ ଯାଇଛନ୍ତି । ତାଙ୍କ ବିବାହ କୁ ନେଇ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଡି କିପରି ଲାଗୁଛି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *