TV ସିରିଏଲ ‘ବନୁ ମେ ତେରି ଦୁଲହନ’ ରୁ ଫେମସ ହୋଇଥିବା ଏହି Actor ଙ୍କ ପତ୍ନୀ ସୁନ୍ଦରତାରେ ନୁହଁନ୍ତି କୌଣସି Bollywood ହିରୋଇନ ଙ୍କ ଠାରୁ ବି କମ, ପ୍ରଥମ ନଜରରେ ହେଇଯିବେ ଦିବାନା

ଟିଭି ର ଫେମସ ଆକ୍ଟର ମାନଙ୍କ ମଧ୍ୟରେ ଗୋଟିଏ ନାମ ଆସିଥାଏ ଶରଦ ମଲ୍ହୋତ୍ରା । ସେ ଟିଭି ର ଅନେକ ହିଟ ସୋ କରି ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଶରଦ ମଲ୍ହୋତ୍ରା ଙ୍କ ଜନ୍ମ 9 ଜାନୁୟାରୀ 1983 ରେ ମହାରାଷ୍ଟ୍ର ମୁମ୍ବାଇ ର ଏକ ମଧ୍ୟମ ବର୍ଗୀୟ ପରିବାରରେ ହୋଇଥିଲା । ସେ ନିଜର ବିକମ ଅନର୍ସ କୁ ଆଗକୁ ବଢାଇବା ପାଇଁ ସେଣ୍ଟ ଜାଭିଆର କଲେଜ ଅଫ ସ୍କୁଲ କୋଲକାତା ରେ ଭାଗ ନେଇଥିଲେ । ଯେତେବେଳେ ସେ ଛୋଟ ପିଲା ଥିଲେ ସେବେ ଠାରୁ ସେ ମଡେଲିଙ୍ଗ ପ୍ରତି ଆକର୍ଷିତ ଥିଲେ ।

ଶରଦଙ୍କର ଏବ ବଡ ଭଉଣୀ ଅଛନ୍ତି ଯାହାଙ୍କ ନାମ ରିମା । ଶରଦ ନିଜ କ୍ଯାରିୟର ର ଆରମ୍ଭ ଟିଭି ସିରିଏଲ ‘ରାଜକୁମାରୀ ବୋଲି ଅର ଉସକା ମ୍ୟାଜିକ ବ୍ୟାଗ’ ରୁ କରିଥିଲେ । ସେ ଏଥିରେ ଗୋଲଡି ର ଭୂମିକା କରିଥିଲେ । ନିଜର ପ୍ରଥମ ଧାରାବାହିକ କଳାଲା ପରେ ସେ 4 ମାସ ପାଇଁ ବ୍ରେକ ନେଲେ ଓ ଅଭିନୟ ରେ ପାରଙ୍ଗମାତା ହାସଲ କରିବା ପାଇଁ ନ୍ୟୁୟର୍କ ର ଏକ ଏକାଡେମି କୁ ଚାଲି ଯାଇଥିଲେ ।

2006 ରେ ‘କଭି ତୋ ନଜର ମିଲାଓ’ ରେ କମ ବ୍ୟାକ କଲେ ।  ସେହି ବର୍ଷ ସେ ଟିଭି ଧାରାବାହିକ ରେ ମାନସିକ ରୂପରେ ଚିନ୍ତା ଗ୍ରସ୍ତ ବ୍ୟକ୍ତି ସାଗର ପ୍ରତାପ ସିଂହ ଙ୍କ ଭୂମିକା କରିଥିଲେ । ଏହା ପରେ ‘ମେ ତେରି ଦୁଲହନ’ ରେ ରେ ତାଙ୍କ ଚରିତ୍ର କୁ ଲୋକମାନେ ଖୁବ ପସନ୍ଦ କରିଥିଲେ ଓ ସେ ଏହା ପରେ ଘରେ ଘରେ ପରିଚିତ ହୋଇଗଲେ । ଏହା ପରେ ସେ ଐତିହାସିକ ସୋ ‘ଭାରତ କା ବୀର ପୁତ୍ର ମହାରାଣା ପ୍ରତାପ ରେ ମହାରାଣା ପ୍ରତାପ ପାଇଁ ଅଡିସନ ଦେଲେ ।

ସେ ଏହି ଭୂମିକା ପାଇଁ ମନୋନୀତ ହେବା ପୂର୍ବରୁ 5 ଥର ଅଡିସନ ଦେଇଥିଲେ । ସେ ଏହି ଧାରାବାହିକ ପାଇଁ ମନୋନୀତ ହେବା ପରେ ମାରଶାଲ ଆର୍ଟ ଓ ଘୋଡା ସବାରି ର ବି ଟ୍ରେନିଂ ନେଲେ । ଏହା ପରେ 2016 ରେ ସେ କଲର୍ସ ଟିଭି ର ଫେମସ ସୋ ‘କସମ ତେରେ ପ୍ୟାର କି’ ରେ ହୀରୋ ଭୂମିକା କରିଲେ । 2012 ରେ ‘ଫ୍ରମ ସିଡନୀ ୱିଥ ଲଭ’ ରୁ ବଲିଉଡ ରେ ଡେବ୍ଯୁ କରିଥିଲେ । ଟିଭି ସିରିଏଲ ବନୁ ମେ ତେରି ଦୁଲହନ ଓ କସମ ତେରେ ପ୍ୟାର କି ପାଇଁ ସର୍ବଶ୍ରେଷ୍ଠ ଅଭିନେତା ର ପୁରସ୍କାର ମଧ୍ୟ ଜିତିଥିଲେ ।

ତେବେ ଚାଲନ୍ତୁ ଏବେ ଜାଣିବା ତାଙ୍କ ପତ୍ନୀ ଙ୍କ ବିଷୟରେ । ତାଙ୍କ ନାମ ହେଉଛି ରୂପସୀ ଭାଟିୟା । ରୂପସୀ ଭାଟିୟା ମୁମ୍ବାଇ ର ଏକ ଫାଶନ ଡିଜାଇନର ଅଟନ୍ତି । ଶରଦ ମଲହୋତ୍ରା ଏବେ ଲଣ୍ଡନ ରୁ ହନିମୁନ ଓ ପତ୍ନୀ ରୂପସୀ ଭାଟିୟାଙ୍କ ଜନ୍ମ ଦିନ ପାଳନ କରି ଫେରିଛନ୍ତି । ଶରଦ ଙ୍କ ବିବାହ ଏପ୍ରିଲ 2020 ରେ ହୋଇଥିଲା । କିନ୍ତୁ ବ୍ୟସ୍ତତା କାରଣରୁ ସେ 4 ମାସ ପରେ ହନିମୁନ ଯାଇ ପାରିଲେ ।

ବିବାହ ପରେ ଜୀବନରେ ଆସିଥିବା ପରିବର୍ତ୍ତନ ଓ ହନିମୁନ କୁ ନେଇ ଦୈନିକ ଭାସ୍କର ସହିତ ଏକ ଇଣ୍ଟରଭ୍ୟୁ ରେ ଶରଦ କହିଲେ କି ଏମିତି ତ ହନିମୁନ ବିବାହ ର ପରେ ହୋଇଥାଏ କିନ୍ତୁ ମୋର ଚାରି ମାସ ପରେ ହେଲା । ବିବାହ ପରେ ଟାଇମ ହିଁ ମିଳିଲା ନାହିଁ । ଓଭର ଟାଇମ କାମ କରି ହନିମୁନ ପାଇଁ ଟାଇମ ବାହାର କଲି ଓ ଏହା ସହିତ ପୁରା ଟୀମ ର ବି ସହଯୋଗ ମତେ ମିଳିଲା ।

ତେବେ ଯାଇ ପ୍ରଡ୍ୟୁସର ଠାରୁ 5-6 ଦିନ ପାଇଁ ଛୁଟି ମିଳିଲା । ଏହି ଛୁଟି ବହୁତ ଭଲ ରହିଲା ଓ ମୁଁ ଫ୍ରେଶ ହେଇଗଲି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗିଲା ଆମକୁ କମେନ୍ଟ ରେ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *