‘ମୋର ସୌଭାଗ୍ୟ କି ବାବୁଶାନଙ୍କ ଭଏସ ଦେଲି, ‘Daman’ ଫିଲ୍ମ ର ଲୋକପ୍ରିୟତା ଯେମିତି ବଢୁଛି ନା…’ Sanket Mahtre

ବନ୍ଧୁଗଣ, ସୂଚନା ଅନୁଯାୟୀ ଭଏସ ଆର୍ଟିଷ୍ଟ ସଙ୍କେତ ମହାନ୍ତ୍ରେ କହିଛନ୍ତି ଯେ, ତାଙ୍କର ସୌଭାଗ୍ୟ ଯେ ତାଙ୍କୁ ଦମନ ଚଳଚିତ୍ର ର ଲିଡ ଆକ୍ଟର ବାବୁଶାନ ମହାନ୍ତି ଙ୍କ କ୍ୟାରେକ୍ଟର ନିମନ୍ତେ ଭଏସ ଦେବାକୁ ସୁଯୋଗ ମିଳିଲା । କିଛି ଦିନ ପୂର୍ବେ ସୋ-ସି-ଆ-ଲ ମି-ଡି-ଆ ରେ ଅନେକ  ଗୁଡିଏ ଲୋକଙ୍କ ମେସେଜ ଆସିବାକୁ ଲାଗିଲା ଯେ ସାର ଆପଣଙ୍କୁ “ଦମନ” ଫିଲ୍ମ ନିମନ୍ତେ ଭଏସ ଦେବା ଆବଶ୍ୟକ । ଆପଣ ଏହି ଚଳଚିତ୍ର ଦେଖିଛନ୍ତି କି ନା ବର୍ତ୍ତମାନ ପର୍ଯ୍ୟନ୍ତ ? ଏହି କ୍ୟାରେକ୍ଟର ନିମନ୍ତେ ଆପଣଙ୍କ ଭଏସ ଯିବା ଆବଶ୍ୟକ ।

ଏହାପରେ ସେ ଚକିତ ହୋଇଗଲେ ଯେ ବହୁତ ଲୋକଙ୍କର ଏହି ଫିଲ୍ମ କୁ ନେଇ ଏଭଳି ମେସେଜ କାହିଁକି ଆସୁଛି । ଏହାପରେ ସେ ଏହି ଚଳଚିତ୍ରର ଟ୍ରେଲର ଦେଖିବାକୁ ଲାଗିଲେ । ଏହାପରେ ସାମ୍ପୁଲ ପଠାଇଲେ, ଏହାପରେ ପ୍ରୋସେସ ହେଲା, ଏହାପରେ ଅଚାନକ ଲିଙ୍କ ଆସିଲା ଯେ ଆମ୍ଭକୁ ତୁମ ସହିତ ରେକର୍ଡ କରିବାର ଅଛି ।

ଆଜି ସେହି ଦିନ ଯେ ରେକର୍ଡିଙ୍ଗ ସଂପୂର୍ଣ୍ଣ ହୋଇଛି ଏବଂ ସବୁଠାରୁ ବଡ କଥା ଯେ ଆଜି ତାଙ୍କୁ ରେକର୍ଡିଙ୍ଗ ପରେ ପ୍ରଥମେ ହିନ୍ଦୀରେ ଏହି ଚଳଚିତ୍ର ଦେଖିବାର ସୌଭାଗ୍ୟ ମିଳିଛି । ଏଥି ନିମନ୍ତେ ସେ ବହୁତ ଖୁସି ଅଛନ୍ତି । ଯାହାକି ଏହା ସତ୍ୟ ଘଟଣା ଉପରେ ଆଧାର ଅଛି ଏଣୁ ଏହାର ଏମ୍ପାକ୍ଟ ଆହୁରୀ ଅଧିକ ଅଛି । ସଂପୂର୍ଣ୍ଣ ଫ୍ୟାନ୍ସ ମାନଙ୍କୁ ସଂକେତ ଧନ୍ୟବାଦ ଦେଇ କହିଛନ୍ତି ଯେ ଆପଣ ମାନେ ଏହି ଫିଲ୍ମ ନିମନ୍ତେ ଭଏସ ପାଇଁ ସଜେଷ୍ଟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ।

ଦମନ ଚଳଚିତ୍ର ର ସଂପୂର୍ଣ୍ଣ ଟିମ ତାଙ୍କ ସହିତ ଥିଲା ଏବଂ ଏହା ଅତ୍ୟନ୍ତ ଫ୍ୟାଣ୍ଟାଷ୍ଟିକ ଅନୁଭୂତି ବୋଲି କହିଥିଲେ ସଙ୍କେତ । ସଂପୂର୍ଣ୍ଣ ଟିମ କୁ ଶୁଭେଛା ଜଣାଇବା ସହିତ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ ଭଏସ ଆର୍ଟିଷ୍ଟ ସଙ୍କେତ । ଓଡିଆ ଫ୍ୟାନ୍ସ ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଏହା ସଙ୍କେତ ଙ୍କର ପ୍ରଥମ ଓଡିଆ ଚଳଚିତ୍ର ଅଟେ ଏବଂ ସମସ୍ତଙ୍କର ଷପୋର୍ଟ ନିଶ୍ଚିତ ଏହିଭଳି ରହିଥାଉ ବୋଲି କହିଛନ୍ତି ସଙ୍କେତ । ବର୍ତ୍ତମାନ ଆଉ କିଛି ଦିନ ପରେ ହିନ୍ଦୀ ଭାଷା ରେ ଏହାକୁ ଦର୍ଶକ ଦେଖିବାକୁ ପାଇବେ ଏବଂ ଟିମ ସହିତ ଓଡିଶାବାସୀ ମଧ୍ୟ ବହୁତ ଖୁସି ଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *