ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଭାବରେ ଜାଣିଥିବେ, ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।
ଏହି ସମ୍ପର୍କ ରେ ସୌମ୍ୟ ଙ୍କ ବାପା ମାଆ ମଧ୍ୟ ତାଙ୍କ ପତ୍ନୀ ବିଦ୍ୟା ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ, ସୌମ୍ୟ ଓ ବିଦ୍ୟା ଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ବିଦ୍ୟା ଙ୍କ ଅନ୍ୟ ଜଣକ ସହିତ ସମ୍ପର୍କ ଥିଲା । ଏହି ସମ୍ବନ୍ଧରେ ପୋଲିସ ମଧ୍ୟ ବିଦ୍ୟା ଙ୍କୁ ଜେରା କରି ପଚରାଉଚରା କରିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୌମ୍ୟ ଙ୍କ ମୃତ୍ୟୁ ର ରହସ୍ୟ କଣ ତାହା ସଠିକ ଭାବରେ ଜଣା ପଡ଼ି ନାହିଁ ।
ସୌମ୍ୟ ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀ ଏକ ଚିଠି ମଧ୍ୟ ଲେଖିଥିଲେ । ଏହି ଚିଠି ପଢ଼ିବା ପରେ ସ୍ପଷ୍ଟ ରୂପରେ ଜଣା ପଡ଼ି ଯାଇଥିଲା ଯେ, ବିଦ୍ୟା ଙ୍କ ମନରେ ସୌମ୍ୟ ଙ୍କ ପାଇଁ କେତେ ମାତ୍ରାରେ ଘୃଣା ଭାବ ରହିଥିଲା । ସେ ଲେଖିଥିବା ଚିଠି ରେ ଭଗବାନ ଙ୍କ ନିକଟରେ ଡିଭୋର୍ସ ପାଇଁ ଗୁହାରି କରୁଥିଲେ ଦିବ୍ୟା । ଯାହାଦ୍ୱାରା ଜଣାପଡ଼ି ଯାଉଥିଲା ଯେ, ସେ ସୌମ୍ୟ ଙ୍କୁ ଆଦୋୖ ଭଲ ପାଉ ନଥିଲେ ଏବଂ ଯଥା ଶୀଘ୍ର ସମ୍ଭବ ନିଜ ସମ୍ପର୍କ କୁ ଭାଂଗିବାକୁ ଚାହୁଁଥିଲେ ।
କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅନ୍ୟ ପକ୍ଷ ରେ ଏହା ଦେଖିବାକୁ ମିଳିଛି ଯେ, ନିଜ ବିବାହ ସମ୍ପର୍କ କୁ ବଞ୍ଚାଇବା ପାଇଁ ସୌମ୍ୟ ଅନେକ ଚେଷ୍ଟା କରିଛନ୍ତି । ଏସବୁ ମିଳିଥିବା ସୌମ୍ଯଙ୍କ ଡାଏରୀ ରୁ ସ୍ପଷ୍ଟ ହୋଇଛି । ୧୨ ତାରିଖ ରେ ଘଟଣା ଘଟିବା ପୂର୍ବରୁ ତିନି ଦିନ ପୂର୍ବରୁ ଅର୍ଥାତ ୯ ତାରିଖ ରେ ଏକ ରୂପା ପାଉଁଜି କିଣା ହୋଇଛି । ଯାହା ବର୍ତ୍ତମାନ ସିଜ କରାଯାଇଛି ।
ଏହି ରୂପା ର ପାଉଁଜି ସୌମ୍ୟ ରଂଜନ ନିଜ ପତ୍ନୀ ବିଦ୍ୟା ଙ୍କ ପାଇଁ ଉପହାର ସ୍ୱରୂପ ଆଣିଥିଲେ । ତେବେ ସବୁ ଦୃଷ୍ଟି ରୁ ଦେଖିବା ପରେ ସ୍ପଷ୍ଟ ରୂପରେ ଜଣା ପଡୁଛି ଯେ, ସୌମ୍ୟ ରଞ୍ଜନ ନିଜ ବୈବାହିକ ଜୀବନ କୁ ବଞ୍ଚାଇବା ପାଇଁ ନିଜ ଦ୍ୱାରା ଯେତେ ସମ୍ଭବ ସମସ୍ତ ପ୍ରୟାସ କରିଥିଲେ ଏବଂ ନିଜ ସମ୍ପର୍କ କୁ ବଞ୍ଚାଇ ରଖିବାକୁ ଚାହିଁଥିଲେ ।
କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି ଯେ, ତାଙ୍କ ପତ୍ନୀ ବିଦ୍ୟା ସୌମ୍ୟ ଙ୍କୁ ବହୁତ ଘୃଣା କରୁଥିଲେ ଏବଂ ତାଙ୍କ ସହିତ ବୈବାହିକ ସମ୍ପର୍କ ଭାଙ୍ଗିବାକୁ ଚାହୁଁଥିଲେ । ତେବେ ବର୍ତ୍ତମାନ ସୌମ୍ୟ ଙ୍କ ମୃତ୍ୟୁ କୁ ନେଇ ପୋଲିସ ନିଜର ତଦନ୍ତ ଜାରି ରଖିଛି ଏବଂ ସୌମ୍ୟ ଙ୍କ ହତ୍ୟାକାରୀ କୁ ଧରିବାର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ