ACF Soumyaranjan ଡେଥ ମିଷ୍ଟ୍ରି: ସନ୍ଦେହ ଘେରରେ DFO ଓ ବିଦ୍ୟାଭାରତୀ ! ସାମ୍ନାକୁ ଆସିଲା ଷଡଯନ୍ତ୍ର ର ସ୍ପଷ୍ଟ ପ୍ରମାଣ, Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ସନ୍ଦେହ ଜଣକ ଭାବେ ପୋଡି ହୋଇ ପ୍ରାଣ ହରାଇବା ପରେ, ଘଟଣାର ଗୋଟିଏ ପରେ ଗୋଟିଏ ନୂଆ ମୋଡ ସାମନାକୁ ଆସିବାରେ ଲାଗିଛି । ପତ୍ନୀ ବିଦ୍ୟା ଭାରତୀଙ୍କ ସହ ତାଙ୍କ ବାହାଘର ବର୍ଷେ ମଧ୍ୟ ତିଷ୍ଠି ପାରିଲା ନାହିଁ ।

ବାହାଘରର କେବଳ ସାତ ମାସ ପରେ ଘଟିଲା ଏଭଳି ଦୟନୀୟ ଘଟଣା । ସୌମ୍ଯଙ୍କ ଘରଲୋକ କିନ୍ତୁ ଏହାକୁ ଏକ ଆତ୍ମହତ୍ୟା ବୋଲି ମାନିବାକୁ ନାରାଜ । DFO ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କୁ ଏଥିପାଇଁ ସନ୍ଦେହ କରି ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ଘରଲୋକ । କିନ୍ତୁ ବିଦ୍ୟା ମଧ୍ୟ ସୋମ୍ୟଙ୍କ ଚରିତ୍ର ଉପରେ କରିଛନ୍ତି ପାଲଟା ସଂହାର । ସୌମ୍ଯଙ୍କ ସହ ଝଗଡା ବେଳର ଏକ ଅଡିଓ ଭାଇରାଲ କରିଛନ୍ତି ।

ଯେଉଁଥିରେ ଅନ୍ୟ ଏକ ଝିଅ ସହ ସମ୍ପର୍କ ଥିବା ନେଇ ସୌମ୍ୟଙ୍କ ଉପରେ ଲଗାଇଛନ୍ତି ଆରୋପ । ଅନ୍ୟ ପଟେ ସାଇଣ୍ଟିଫିକ ଟିମ ହାତରେ ଲାଗିଛି ବିଦ୍ୟାଙ୍କ ଏକ ହାତଲେଖା ଚିଠି । ଆଉ ଏବେ ବିଦ୍ୟାଙ୍କ ଏକ ଫଟୋରେ ତାଙ୍କ ହାତରେ ଦେଖିବାକୁ ମିଳିଛି କିଛି ପୋଡା ଦାଗ । ବିଦ୍ୟାଭାରତୀ କହିଛନ୍ତି ଯେ ସୌମ୍ୟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତରେ ହୋଇଛି ଏହି ପୋଡା ଦାଗ । କିଛି ସ୍ଥାନରେ ଘା ବଡ ହୋଇଯିବ ସହ ଫୋଟକା ମଧ୍ୟ ହୋଇଛି ।

କିନ୍ତୁ ୯ ଦିନ ତଳର ଭିଜୁଆଲରେ ତଥା ଘଟଣା ଦିନ ଯେତେବେଳେ ବିଦ୍ୟା ହସ୍ପିଟାଲରେ ଥିଲେ ସେହି ଦିନର ଭିଜୁଆଲରେ ବିଦ୍ୟାଙ୍କ ହାତରେ କେଉଁଠାରେ ମଧ୍ୟ ଦେଖିବାକୁ ମିଳି ନାହିଁ ଏହି ପୋଡା ଦାଗ । ଏହା ବିଦ୍ୟାଙ୍କ ଉପରେ ବଢୁଥିବା ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଏବେ ସୁଧା ମିଳିଥିବା ସମସ୍ତ ପ୍ରମାଣ ବିଦ୍ୟାଭାରତୀ ଓ DFO ଙ୍କ ବିରୁଦ୍ଧରେ ଯାଉଛି । ସେପଟେ ସାଇଣ୍ଟିଫିକ ଟିମ ହାତରେ ଲାଗିଥିବା ବିଦ୍ୟାଙ୍କ ହାତଲେଖା ଚିଠିରେ ସେ ଯାହା ଲେଖିଛନ୍ତି ତାହା ପୁରା ମାମଲାକୁ ଆହୁରି ରହସ୍ୟମୟ କରିଛି ।

“କେମିତି ଆଉ ତିନିଟା ଦିନ କଟିବ, atleast ୧୨ ରୁ ୧୫ ଶାନ୍ତିରେ ରହିବି” ଏହିପରି ବିଦ୍ୟା ଲେଖିଛନ୍ତି ତାଙ୍କ ଡାଏରୀରେ । ଆଉ ୧୨ ତାରିଖ ଦିନ ହିଁ ଘଟିଥିଲା ଏହି ଅଘଟଣ । ତେବେ ଏବେ ପ୍ରଶ୍ନ ଉଠୁଛି, ଏହି ତିନି ଦିନ ଏମିତି କଣ ଘଟିବାର ଥିଲା ଯାହା ବିଦ୍ୟା ପୂର୍ବରୁ ହିଁ ଜାଣିଥିଲେ ?

ତେବେ ବିଦ୍ୟା ଓ DFO ଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଯୋଗୁଁ ସୌମ୍ଯଙ୍କ ପ୍ରାଣ ଗଲା ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର । ଏହି ଘଟଣାକୁ ୯ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏ ଯାଏ ସ୍ପଷ୍ଟ ହୋଇ ପାରି ନାହିଁ ।

ପୋଲିସକୁ ଏହି ତଦନ୍ତରେ ସାହାଯ୍ୟ କରୁଛି ଏକ ଚାରି ଜଣିଆ କ୍ରାଇମ ବ୍ରାଞ୍ଚ ଟିମ । DFO ଙ୍କ ସହ ଏହି ଆରୋପକୁ ବିଦ୍ୟା ଖଣ୍ଡନ କରିଛନ୍ତି । ତେବେ DFO ଙ୍କୁ ମୁଖ୍ୟ ଆରୋପି କୁହାଯାଉ ଥିବା ବେଳେ ତାଙ୍କୁ କାହିଁକି ଏବେ ସୁଦ୍ଧା ଜେରା କରୁ ନାହିଁ ପୋଲିସ ?  ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *