ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ଧାରାବାହିକ ‘ଝିଅ ଆମର ନୂଆବୋହୁ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ରେ ଅଭିନୟ କରୁଥିବା ପୂଜା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତେବେ ଆପଣ ମାନେ ଏହା ଜାଣିଛନ୍ତି କି ଅଭିନେତ୍ରୀ ପୂଜା ଅଭିନୟ ବ୍ୟତୀତ ଆଉ କେଉଁ କେଉଁ କାମ କରନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଟରଙ୍ଗ ଟିଭି ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଝିଅ ଆମର ନୂଆବୋହୁ’ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ପୂଜା ଙ୍କ ପ୍ରକୃତ ନାମ ହେଉଛି ଲାବ୍ରିନ ଖାଁ । ଲାବ୍ରିନ ଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲା ରେ ଅବସ୍ଥିତ । ସେ ଯାଜପୁର କଲେଜ ରେ ପାଠ ପଢ଼ୁଥିଲେ ଏବଂ ଏହାପରେ ସେ ମୁମ୍ବାଇ ଚାଲି ଯାଇଥିଲେ । ମୁମ୍ବାଇ ରେ ସେ ମଡେଲିଙ୍ଗ କାମ କରୁଥିଲେ ।
ଏହାର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଏବଂ ଓଡ଼ିଶା କୁ ଫେରିଲା ପରେ ସେ କାଷ୍ଟିଂ କାଷ୍ଟ କମ୍ପାନୀ ଖୋଲିଥିଲେ । ନୂଆନୂଆ ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ସେ ତାଙ୍କ କମ୍ପାନୀ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରି କୁ ଯୋଗାଇ ଦେଉଥିଲେ ।
ଯେତେବେଳେ ଝିଅ ଆମର ନୂଆବୋହୁ ଧାରାବାହିକ ର ଏହାର ଅଡିସନ ପାଇଁ ତାଙ୍କ କମ୍ପାନୀ କୁ ଖବର ଆସିଥିଲା ସେତେବେଳେ ସେ ସ୍ୱୟଂ ଏହି ଅଡିସନ କୁ ଦେବା ନିମନ୍ତେ ଯାଇଥିଲେ ଏବଂ ସିଲେକ୍ଟ ହୋଇ ଉକ୍ତ ଧାରାବାହିକ ରେ ଲିଡ଼ ନାୟିକା ଭାବରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହି ଅଭିନେତ୍ରୀ ସୋସିଆଲ ମିଡିଆ ରେ ପ୍ରାୟତଃ ସକ୍ରିୟ ରୁହନ୍ତି ଏବଂ ନୂଆନୂଆ ଭିଡିଓ ପୋଷ୍ଟ କରନ୍ତି ।

ଦର୍ଶକ ମାନେ ତାଙ୍କ ପୋଷ୍ଟ କୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ତାଙ୍କର ଏକ ଡାନ୍ସ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ସେହି ଭିଡିଓ ରେ ସେ ତେଲୁଗୁ ଫିଲ୍ମ ପୁଷ୍ପା ର ଏକ ଗୀତ ରେ ଡ୍ୟାନ୍ସ କରିଥିଲେ । ଯାହା ଦେଖି ଦର୍ଶକ ମାନେ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଥିଲେ । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ପୂଜା ଓରଫ ଲାବ୍ରିନ କିପରି ଲାଗନ୍ତି ସେହି ସମ୍ବନ୍ଧରେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

