ACF Soumya Ranjan ଙ୍କ ମୃତ୍ୟୁ ମାମଲାରେ ବଡ ଖୁଲାସା, ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଲା ବିଦ୍ୟାଙ୍କ ହାତଲେଖା ଚିଠି, ଦେଖନ୍ତୁ ଏମିତି କଣ ଲେଖା ଅଛି ଏହି ଚିଠିରେ ?

ବନ୍ଧୁଗଣ ଏସିଏଫ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ଏହି କରୋନା କାଳ ସମୟରେ ବନ୍ଧୁଗଣ ଦେଶରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ଗତ କିଛି ଦିନ ତଳେ ଏସିଏଫ ସୋମ୍ୟ ରଞ୍ଜନ ପାରଳାଖେମୁଣ୍ଡିରେ ଥିବା ତାଙ୍କ ସରକାରୀ କ୍ଵାଟରରେ ଜଳି ମୃତ୍ୟୁ ବରଣ କରିଥିଲେ । ସୋମ୍ୟଙ୍କ ଦେହାନ୍ତଙ୍କୁ ପ୍ରଥମେ ଏକ ଆକସ୍ମିକ ଦୁର୍ଘଟଣା କୁହାଯାଉଥିଲା ହେଲେ ବର୍ତ୍ତମାନ ଏହାକୁ ଏକ ଷଡଯନ୍ତ୍ର କାରୀ ହତ୍ୟା ବୋଲି କୁହାଯାଉଛି । ବନ୍ଧୁଗଣ ସୋମ୍ୟଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ହାତ ରହିଛି ବୋଲି ସୋମ୍ୟଙ୍କ ପରିବାର ଲୋକ କହୁଛନ୍ତି ।

ସେବେଠାରୁ ପୋଲିସ ଏହି କେସର ତଦନ୍ତ ବହୁତ କଡାକଡି ରୂପରେ କରୁଛି । ବନ୍ଧୁଗଣ ବର୍ତ୍ତମାନ ସାଇଣ୍ଟିଫିକ ଟିମକୁ ଏକ ବଡ ପ୍ରମାଣ ମିଳିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ସାଇଣ୍ଟିଫିକ ଟିମ ହାତରେ ଲାଗିଛି ବିଦ୍ୟା ଭାରତୀଙ୍କ ଏକ ହାତ ଲେଖା ଚିଠି ।

ତଦନ୍ତ କାରୀ ସାଇଣ୍ଟିଫିକ ଟିମ ଏହି ଚିଠିର ଖୁଲାସା କରିଛି । ଏହି ଚିଠିଟି ବିଦ୍ୟା ଭାରତୀ ଲେଖିଛନ୍ତି ବୋଲି ଜଣା ପଡିଛି । ବନ୍ଧୁଗଣ ସେହି ଚିଠିରେ ବିଦ୍ୟା ଯାହା ସବୁ ଲେଖିଛନ୍ତି ତାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ସେହି ଚିଠିରେ ବିଦ୍ୟା କଣ ଲେଖିଛନ୍ତି । ବିଦ୍ୟା ସେହି ଚିଠିରେ ଲେଖିଛନ୍ତି-‘ପୃଥିବୀରେ ମୁ ସବୁଠାରୁ ତମକୁ ଅଧିକ ଘୃଣା କରେ ।

ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କର, ମୋ ଜୀବନକୁ ନଷ୍ଟ କରିବାକୁ ଦିଅ ନାହିଁ । କେମିତି ଆଉ ତିନି ଦିନ କଟିବ । ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି’ ବୋଲି ଚିଠିରେ ଲେଖା ହୋଇଛି । ଏହାପରେ ଆଗକୁ ବିଦ୍ୟା ଲେଖିଛନ୍ତି-‘ମୁ ଏ ଲୋକକୁ ସବୁଠାରୁ ଅଧିକ ଘୃଣା କରେ, ମୋ ନାମକୁ ଏହି ଲୋକର ନାମ ସହ ଯୋଡିବା ପାଇଁ ମଧ୍ୟ ସବୁଠାରୁ ଖରାପ ଲାଗୁଛି ।

ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନକୁ ବରବାଦ କରିଦିଏ, ପ୍ଳିଜ ମତେ କ୍ଷମା କରିଦିଅ । ଜୀବନ ସାରା ପାଇଁ ମୁ କଷ୍ଟ ସହିପାରିବି ନାହିଁ ମୁ କେବେ କାହାର କ୍ଷତି କରିନାହିଁ ଓ କ୍ଷତି ଚାହିଁ ନାହିଁ’ । ସୋମ୍ୟଙ୍କ ଝଗଡା ହେଲେ ବିଦ୍ୟା ନିଜ ମନର କୋହକୁ ଏହିପରି ଭାବରେ ଲେଖି ଦିଅନ୍ତି । ବର୍ତ୍ତମାନ ଏହି ଚିଠି ଆଧାରରେ ବିଦ୍ୟାଙ୍କୁ ପୋଲିସ ପଚରା ଉଚରା କରୁଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *