ଏହି 5 ଜଣ ଅଭିନେତ୍ରୀଙ୍କ ସହ କାମ କରିବା ପାଇଁ ତରସୁଛନ୍ତି ସଲମାନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସଲମାନ ଖାନ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବଲିଉଡରେ ସବୁଠାରୁ ଅଧିକ ଲୋକପ୍ରିୟତା ସଲମାନ ଖାନଙ୍କର ରହିଛି । ସଲମାନ ଖାନଙ୍କ ସହ କାମ କରିବା ପାଇଁ ବହୁତ ଅଭିନେତ୍ରୀଙ୍କ ସ୍ଵପ୍ନ ରହିଛି । ଆଜି ବନ୍ଧୁଗଣ ଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ .

୧. ଦୀପିକା ପାଦୁକୋନ


ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଏକ ଅଲଗା ନାମ ଅର୍ଜନ କରିଛନ୍ତି । ଦୀପିକା ବହୁତ ଥର କହିଛନ୍ତି ଯେ, ସେ ସଲମାନ ଖାନଙ୍କ ସହ ଫିଲ୍ମରେ କାମ କରିବା ପାଇଁ ଚାହୁଁଛନ୍ତି । ‘ପ୍ରେମ ରତନ ଧନ ପାୟୋ’ ଫିଲ୍ମଟି ପ୍ରଥମେ ଦୀପିକାଙ୍କୁ ଅଫର ହୋଇଥିଲା ହେଲେ ଶେଷରେ ଏହି ଫିଲ୍ମରେ ସୋନମ କପୁର କାମ କରିଥିଲେ ।

୨. ଆଲିଆ ଭଟ୍ଟ

ଆଲିଆ ଭଟ୍ଟ ନିଜ ବୟସ ଅନୁସାରେ ବହୁତ ଶୀଘ୍ର ବଲିଉଡରେ ସଫଳତା ପାଇଛନ୍ତି । ଆଲିଆ ମଧ୍ୟ ସଲମାନ ଖାନଙ୍କ ସହ ଏକ ରୋମାଣ୍ଟିକ ଫିଲ୍ମରେ କାମ କରିବା ପାଇଁ ଚାହୁଞ୍ଚନ୍ତି । ଏହା ସହିତ ଆଲିଆ ସଲମାନ ଖାନଙ୍କର ବହୁତ ବଡ ଫ୍ୟାନ ମଧ୍ୟ ଅଟନ୍ତି ।

୩. ଏମି ଜ୍ୟାକସନ

ଆମ ଲିଷ୍ଟରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଏମି ଜ୍ୟାକସନଙ୍କ ନାମ ମଧ୍ୟ ରହିଛି । ଏମି ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କ ଫିଲ୍ମ ‘ଫିର୍କୀ ଅଲି’ରେ କାମ କରିଥିଲେ । ଏମିଙ୍କୁ ‘କିକ୍’ ଫିଲ୍ମ ପାଇଁ ଅଫର ମଧ୍ୟ ଆସିଥିଲା, ହେଲେ ସେହି ଫିଲ୍ମରେ ଜ୍ୟାକଲିନଙ୍କୁ ନିଆ ଯାଇଥିଲା । ଏମିଙ୍କୁ ସଲମାନ ଖାନଙ୍କ ସହ ଫିଲ୍ମ କରିବା ପାଇଁ ବହୁତ ଇଛା ରହିଛି ।

୪. କୃତୀ ସାନୋନ

‘ହିରୋପନ୍ତି’ ଫିଲ୍ମରୁ କୃତି ନିଜ ଫିଲ୍ମ କାରିୟରର ଆରମ୍ଭ କରିବା ପରେ ସେ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ଫିଲ୍ମ ‘ଦିଲବାଲେ’ରେ କୃତୀ ସାହାରୁଖ ଖାନଙ୍କ ସହ କାମ କରିସାରିଛନ୍ତି, ହେଲେ କୃତିଙ୍କର ଇଛା ଅଛି ସଲମାନ ଖାନଙ୍କ ସହ କାମ କରିବା ପାଇଁ । ଖବର ମିଳିଛି ଯେ, ଫିଲ୍ମ ‘ବଡିଗାର୍ଡ ୨’ରେ କୃତି ସଲମାନ ଖାନଙ୍କ ସହ ନଜର ଆସିବେ ।

୫. ପରିନିତି ଚୋପଡା

ନିଜ ଦମରେ ପରିନିତି ବଲିଉଡରେ ସଫଳତା ହାସିଲ କରିଛନ୍ତି । ହେଲେ ପରିନିତି ସଲମାନ ଖାନଙ୍କ ସହ କାମ କରିବା ପାଇଁ ଚାହୁଁଛନ୍ତି । କେବଳ ତାଙ୍କୁ ଏକ ସଠିକ ମଉକାର ଅପେକ୍ଷା ରହିଛି । ଶୁଣିବାକୁ ମିଳିଥିଲା କି ଫିଲ୍ମ ସୁଲ୍ତାନ ରେ ପରିନିତିଙ୍କୁ ନିଆ ଯାଇଛି କିନ୍ତୁ ଏହା ଉଡା ଖବର ଥିଲା । ଏହା ପରେ ଶୁଣିବାକୁ ମିଳିଲା କି ଦବଙ୍ଗ 3 ରେ ପରିନିତି ଚୋପ୍ରାଙ୍କୁ ଅଫର କରାଯାଇଥିଲା କିନ୍ତୁ ଏହା ମଧ୍ୟ ମିଛ ଥିଲା । ଏବେ ବହୁତ ଜଲ୍ଦି ପରିନିତି କୌଣସି ଖାନ ଷ୍ଟାରଙ୍କ ସହ ନଜର ଆସି ପାରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *