ଆଜି ବହୁତ ବଦଳି ଯାଇଛନ୍ତି Salman Khan ଙ୍କ ୱାନ୍ଟେଡ ଫିଲ୍ମ ର ଏହି ହିରୋଇନ, Bollywood ରୁ ଦୂରେଇ ଯାଇ ବିତାଉଛନ୍ତି ଗୁମନାମ ର ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସଲମାନ ବହୁତ ଅଭିନେତ୍ରୀ ମାନଙ୍କ ସହ ଫିଲ୍ମ କରିଛନ୍ତି । ହେଲେ ସଲମାନଙ୍କ ଏକ ଫିଲ୍ମ ବହୁତ ହିଟ ହୋଇଥିଲା । ସେହି ଫିଲ୍ମଟି ହେଉଛି ‘ୱାନ୍ଟେଡ’ । ଆପଣ ମାନେ ସମସ୍ତେ ଏହି ଫିଲ୍ମଟିକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ ନାୟିକା ଆଈଶା ଟାକିଆଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଈଶା ବଲିଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି ।

ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଆଉ ବଲିଉଡରେ ନଜର ଆସୁ ନାହାନ୍ତି । ହେଲେ ଏହି ଅଭିନେତ୍ରୀ ଜଣକ ବଲିଉଡରେ ସଫଳତା ପାଇବା ପରେ ବଲିଉଡକୁ ତ୍ୟାଗ କରିଛନ୍ତି । ହେଲେ କିଛି ସମୟ ପୂର୍ବରୁ ଆଈଶା ବହୁତ ଚର୍ଚାରେ ଥିଲେ । କାରଣ ଗୋଟେ ସମୟରେ ଆଈଶା ନିଜ ଲିପ୍ସ ସର୍ଜରୀ କରି ବହୁତ ଚର୍ଚାରେ ଥିଲେ ।


କାରଣ ଏହି ସର୍ଜରୀ ପରଠାରୁ ଆଈଶାଙ୍କ ଚେହେରା ବହୁତ ମାତ୍ରାରେ ବଦଳି ଯାଇଥିଲା । ତାଙ୍କର ଏହି ସର୍ଜରୀ ପାଇଁ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଥିଲେ । ଏହାଦ୍ବାରା ଆଈଶାଙ୍କୁ ବହୁତ ମାତ୍ରାରେ ଟ୍ରୋଲୀଙ୍ଗ ର ଶିକାର ହେବାପାଇଁ ପଡିଥିଲା । ବହୁତ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଆଈଶା ବିବାହ କରିବା ପରେ ବଲିଉଡକୁ ତ୍ୟାଗ କରିଥିଲେ ।


ବିବାହ ପରେ ସେ ବଲିଉଡର କୌଣସି ଫିଲ୍ମରେ ଅଭିନୟ କରିନଥିଲେ । ବନ୍ଧୁଗଣ ଆଈଶାଙ୍କ ଜନ୍ମ ୧୦ ଏପ୍ରିଲ ୧୯୮୭ରେ ମୁମ୍ବାଇରେ ହୋଇଥିଲା । ତାଙ୍କ ପିତା ମୁସ୍ଲିମ ଏବଂ ମା ହିନ୍ଦୁ ଥିଲେ । ଆଈଶା ୧୫ ବର୍ଷ ବୟସରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କୁ ସର୍ବ ପ୍ରଥମେ ଏକ ଆଡ ଫିଲ୍ମରେ ଦେଖାଯାଇଥିଲା ଏବଂ ଏହାପରେ ତାଙ୍କୁ ବହୁତ ଗୀତରେ ଦେଖାଯାଇଥିଲା । ସେ କେତେକ ଆଲବମରେ କାମ କରିବା ପରେ ୨୦୦୪ରେ ତାଙ୍କୁ ବଲିଉଡରେ କାମ କରିବାର ମଉକା ମିଳିଥିଲା । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଟାର୍ଜନ’ ।

ଏହି ଫିଲ୍ମରେ ଦର୍ଶକ ମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ତାଙ୍କୁ ବହୁତ ଫିଲ୍ମରେ କାମ କରିବା ପାଇଁ ମଉକା ମିଳିଥିଲା । ଏହାପରେ ସେ ବହୁତ ଅଧିକ ଲୋକପ୍ରିୟତା ହାସିଲ କରିଥିଲେ, ଯାହାଫଳରେ ତାଙ୍କୁ ବଲିଉଡର ଭାଇଜାନ ସଲମାନ ଖାନଙ୍କ ସହ ଫିଲ୍ମ ‘ୱାନ୍ଟେଡ’ରେ କାମ କରିବା ପାଇଁ ମଉକା ମିଳିଥିଲା ।

ଏହି ଫିଲ୍ମ ପରଠାରୁ ଆଈଶା କେବଳ ଅନ୍ୟ ଦୁଇଟି ଫିଲ୍ମରେ ନଜର ଆସିଥିଲେ । ଏହା ପରଠାରୁ ଆଈଶା ବଲିଉଡରୁ ଗାୟବ ହୋଇଯାଇଥିଲେ । କାରଣ ୨୦୦୯ରେ ସେ ବିଜନେସ ମ୍ୟାନ ଫରାନ ଆଜମିଙ୍କ ସହ ବିବାହ କରିଥିଲେ । ଏହାପରେ ସେ ଲାଇମ ଲାଇଟରେ ବହୁତ କମ ନଜର ଆସିଥିଲେ । ସେ ନିଜର ବୈୟାବାହିକ ଜୀବନ ଉପରେ ଅଧିକ ଧ୍ୟାନ ଦେଇଥିଲେ । ଆଜିମଧ୍ୟ ଆଈଶା ବହୁତ ସୁନ୍ଦର ଏବଂ ଆକର୍ଷିତ ନଜର ଆସୁଛନ୍ତି ।

ତେବେ ଆଈଶା ଆପଣଙ୍କୁ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *