ନିଜର ଅନସ୍କ୍ରିନ ଭଉଣୀକୁ ହିଁ ପ୍ରେମ କରି ବସିଲେ TV ର ଏହି ୪ ଜଣ ଷ୍ଟାର, ନମ୍ବର ୨ ତ କରିନେଲେ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଆପଣ ସମସ୍ତ ପ୍ରକାରର ଭୂମିକା ଦେଖିବାକୁ ପାଇବେ । ହେଲେ ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକ ସିରିଏଲରେ ଭାଇ ଭଉଣୀଙ୍କ ଭୂମିକାକୁ ବହୁତ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଅନସ୍କ୍ରିନରେ ଭାଇ ଭଉଣୀର ଭୂମିକା ପଦର୍ଶନ କରୁଥିବା କେତେଜଣ କଳାକାର ମାନେ ଅସଲ ଜୀବନରେ ପରସ୍ପରକୁ ପ୍ରେମ କରିବସିଛନ୍ତି ଓ କେତେଜଣ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ପରସ୍ପର ସହ ବିବାହ କରିସାରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭିର ଏପରି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଅନସ୍କ୍ରିନ ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ ମଧ୍ୟ ରିଅଲ ଲାଇଫରେ ଲଭ ପାର୍ଟନର ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଯୋଡି ବିଷୟରେ ।


ଦିଗଙ୍ଗନା ସୂର୍ଯ୍ୟବଂଶୀ ଓ ଶିବିନ ନାରଙ୍ଗ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଦିଗଙ୍ଗନା ସୂର୍ଯ୍ୟବଂଶୀ ଓ ଶିବିନ ନାରଙ୍ଗ । ଏହି ଦୁଇଜଣ ସିରିଏଲ ଏକ ବୀରକି ଅରଦାସ ବୀରାରେ ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ଡେଟ କରିଥିଲେ ଓ ରିଲେସନସିପରେ ରହିଥିଲେ କିନ୍ତୁ ଏହି କିଛି ଦିନ ହେବ ଖବର ଆସିଛି ଯେ, ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗିଯାଇଛି । ଦିଗଙ୍ଗନାଙ୍କ ନାମ ଫିଲ୍ମ ମେକର ମହେଶ ଭଟ୍ଟଙ୍କ ସହ ଯୋଡା ସାରିଥିବା ବେଳେ ଶିବିନଙ୍କ ନାମ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କ ସହ ଯୋଡା ସାରିଛି ।

ବନ୍ଦନା ଲଲ୍ବାନୀ ଓ ଅମନ ଭର୍ମା- ଅମନ ମେହେରା ଟିଭି ଇଣ୍ଡଷ୍ଟ୍ରିର ବହୁତ ପପୁଲାର ଆକ୍ଟର ଅଟନ୍ତି । ଏହି କିଛି ସମୟ ପୂର୍ବରୁ ଅମନଙ୍କ ଏକ ସୋ ‘ଶପଥ’ ଆସିଥିଲା । ସୋରେ ଅମନ ଓ ବନ୍ଦନା ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ହେଲେ ଅସଲ ଜୀବନରେ ସେମାନେ ପରସ୍ପରକୁ ପ୍ରେମ କରିଥିଲେ ଓ ସେମାନେ ନିଜ ପ୍ରେମରେ ସଫଳ ମଧ୍ୟ ହୋଇଛନ୍ତି । କାରଣ ସେମାନେ ପରସ୍ପର ସହ ବିବାହ କରିଛନ୍ତି ।

ରୋହନ ମେହେରା ଓ କାଞ୍ଚି ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କାଞ୍ଚି ସିଂହ ଓ ଅଭିନେତା ରୋହନ ମେହେରା । ଏହି ଦୁଇଜଣ ସିରିଏଲ ‘ୟେ ରିସତା କ୍ୟା କେହେଲାତା ହେ’ରେ ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ ।

ହେଲେ ଏହି ଦୁଇଜଣ ସେହି ସିରିଏଲରେ କାମ କରିବା ସମୟରେ ପରସ୍ପର ସହ ପ୍ରେମ କରି ବସିଥିଲେ । କିନ୍ତୁ ସିରିଏଲର ମେକର୍ଷ ମାନେ ଏହି ଦୁଇଜଣଙ୍କୁ ନିଜ ସମ୍ପର୍କକୁ ଲୁଚାଇବା ପାଇଁ କହିଥିଲେ । ହେଲେ ଏମାନେ ସିରିଏଲ ଛାଡିବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ନିଜ ସମ୍ପର୍କ ବିଷୟରେ କହିଥିଲେ । ରୋହନ ଓ କାଞ୍ଚି ବର୍ତ୍ତମାନ ମଧ୍ୟ ରିଲେସନସିପରେ ଅଛନ୍ତି ।


ନୀରଜ ମିଲ୍ବାନୀ ଓ ଚାରୁ ଓଶପା – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଚାରୁ ଅଶୋପା ଓ ନୀରଜ ମିଲ୍ବାନୀ । ଟିଭିର ଫେମସ ସିରିଏଲ ‘ମେରେ ଅଙ୍ଗନେ ମେ’ ରେ ଏହି ଦୁଇଜଣ ଭାଇ ଭଉଣୀର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ଚାରୁ ଅଶୋପା ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ସହ ବିବାହ କରିଛନ୍ତି ।

ଏମାନଙ୍କ ମଧ୍ୟରୁ କାହା ଯୋଡି ଆପଣଙ୍କୁ ଭଲ ଲାଗୁଛି ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *