ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
1. ପ୍ରଳୟ ର ଅପେକ୍ଷା କରନ୍ତୁ ନାହିଁ…ସ୍ତ୍ରୀ ସହ ବାହାରେ ଡିନର କରିବାର ପୋଗ୍ରାମ କରନ୍ତୁ । ଯେତେବେଳେ ସ୍ତ୍ରୀ ରେଡି ହୋଇ ଆସିବ ସେତେବେଳେ ପୋଗ୍ରାମ କ୍ୟାନସେଲ କରି ଦିଅନ୍ତୁ, ପ୍ରଳୟ ଆପେ ଆପେ ଆସିଯିବ ।
2. ସ୍ତ୍ରୀ ବୁଲିବାକୁ ଯିବା ପାଇଁ ରେଡି ହୋଇ ନିଜ ସ୍ଵାମୀକୁ ପଚାରିଲା
ସ୍ତ୍ରୀ- ମୁ କେମିତି ଦେଖା ଯାଉଛି ?
ସ୍ଵାମୀ- ସତ କହିବି, ମନ କହୁଛି ତମକୁ ପାକିସ୍ତାନରେ ପକେଇ ଦେବାକୁ ।
ସ୍ତ୍ରୀ- କଣ ?
ସ୍ଵାମୀ- ପୁରା ଆ-ଟ-ମ ବ-ମ ଲାଗୁଛ, ଗୋଟେ ଧ-ମା-କା-ରେ ଲକ୍ଷ ଲକ୍ଷ ଲୋକ ବେହୋସ ହୋଇଯିବେ ।
3. ପୁଅ (ମା ସହିତ)- ମା ପ୍ରେଗନେଣ୍ଟ ମାନେ କଣ ?
ମା ରାଗି ଯାଇ ପୁଅକୁ ଦେଖିଲା ।
ପୁଅ ଭାବିଲା ରାଗ କୁ ପ୍ରେଗନେଣ୍ଟ କୁହନ୍ତି ।
ଗୋଟେ ଦିନ ପୁଅ ଏକ ଝିଅ ସହ ପି-ଟି ହୋଇଗଲା
ଝିଅର ମା- ଅନ୍ଧ ତତେ ଦେଖା ଯାଉନାହିଁ ?
ପୁଅ- ମୁଁ ପି-ଟି ହେଲି ତୁମ ଝିଅ ସହ ଆଉ ତମେ ପ୍ରେଗନେଣ୍ଟ ହେଇ ଯାଉଛ ।
4. ଦିନେ ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ଓ ନିଜ ସ୍ଵାମୀକୁ ପଚାରିଲା complete ଏବଂ finish ରେ କଣ ଫରକ ଥାଏ ?
ସ୍ଵାମୀ- ଆରେ ଶୁଣ ଯେମିତି ମୁଁ ତମକୁ ମିଳିଗଲି ତମେ complete ହେଇଗଲ । ସେମତି ତମେ ମୋ ଜୀବନକୁ ଆସିଲ ମୁ finish ହେଇଗଲି, ବୁଝିଲ ତ
5. ଶାଶୁ ନୂଆ ବୋହୁକୁ କହିଲା…
ଶାଶୁ- ମୋର ପୁରା ଭରସା ଅଛି ତୁ ରୋଷେଇ ଘର ସମ୍ଭାଳି ନେବୁ ।
ବୋହୁ ସେହି ସମୟରେ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା
ଶାଶୁ- କଣ ଭାଙ୍ଗିଲୁ ?
ବୋହୁ- ତମ ଭରସା
6. ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।
ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ
ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?
ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?
ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।
ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?
ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ
7. ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା
ଶାଳୀ : ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ
ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ…
ଏବେ ଭିଣେଇ ICU ରେ !!!
ଆପଣମାନଙ୍କୁ ଆମର ଏହି ଯୋକ୍ସ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଆଉ ଶରତେ କରନ୍ତୁ ଓ ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ