ବନ୍ଧୁଗଣ ଆମର ଭାରତୀୟ ସମାଜରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଧର୍ମକୁ ମାନି ଥାନ୍ତି ଓ ଏମିତି ମଧ୍ୟ କେତେଜଣ ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି । ଯେଉଁ ମାନେ ଧର୍ମକୁ ମାନୁଛନ୍ତି ସେମାନଙ୍କ ପାଇଁ ଆଜି ଆମେ କିଛି ନେଇ ଆସିଛୁ । ବନ୍ଧୁଗଣ ସକାଳ ସମୟରେ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଶୀଘ୍ର ଉଠିବା ଦ୍ଵାରା ଆପଣଙ୍କର ଦିନ ବହୁତ ଭଲ ଯାଇଥାଏ ଓ ଆପଣ ଊର୍ଜାରେ ଭରପୁର ଥାଆନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବୁ ଯାହାକୁ ସକାଳ ସମୟରେ ମହିଳା ମାନେ ନିଶ୍ଚୟ କରିବା ଉଚିତ । ଯାହା ଦ୍ଵାରା ଘରେ ସଦା ସର୍ବଦା ସୁଖ ସମୃଦ୍ଧି ଲାଗି ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାର୍ଯ୍ୟ ବିଷୟରେ ।
୧. ବନ୍ଧୁଗଣ ସାଧାରଣତଃ ସକାଳ ସମୟରେ ଶୀଘ୍ର ଉଠିବା ପରେ ମହିଳା ଓ ଅନ୍ୟ ଲୋକ ମାନଙ୍କୁ ସର୍ବ ପ୍ରଥମେ ପାଣି ପିଇବା ଉଚିତ । ବନ୍ଧୁଗଣ ସକାଳ ସମୟରେ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆପଣଙ୍କ ପେଟ ସଫା ରହିଥାଏ ଓ ପେଟ ଜନିତ ବହୁତ ସମସ୍ଯା ଦୂର ହୋଇଥାଏ । ତେଣୁ ସକାଳ ସମୟରେ ପାଣି ପିଇବା ନିହାତି ଆବଶ୍ୟକ ।
୨. ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ହାତ ପାପୁଲିର ପ୍ରଥମ ଅଂଶରେ ମା ଲକ୍ଷ୍ମୀଙ୍କର ବାସ, ମଧ୍ୟ ଭାବରେ ଦେବୀ ସରସ୍ଵତୀଙ୍କର ଓ ମୂଳ ଭାଗରେ ଭଗବାନ ବିଷ୍ଣୁଙ୍କର ବାସ ରହିଥାଏ । ତେଣୁ ସକାଳେ ଉଠିବା ପରେ ଆପଣଙ୍କୁ ନିଜ ଦୁଇ ହାତ ପାପୁଲିକୁ ଯୋଡି ଦେଖିବା ଉଚିତ । ଏହା କରିବା ଦ୍ଵାରା ସମସ୍ତ ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ଘରେ କେବେହେଲେ କୌଣସି ପ୍ରକାରର ସମସ୍ଯା ଆସିବ ନାହିଁ ।
୩. ବନ୍ଧୁଗଣ ସକାଳ ସମୟରେ ମହିଳା ମାନେ ପ୍ରଥମେ ଉଠି ଯୋଗ କରିବା ଉଚିତ ଓ ଯୋଗ କରିବା ପରେ ନିଜ ସ୍ଵାମୀ ମାନଙ୍କୁ ପ୍ରେମ କରିବା ନିହାତି ଆବଶ୍ୟକ । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ବୃଦ୍ଧି ହୋଇଥାଏ ଓ ଆପଣ ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ ।
୪. ବନ୍ଧୁଗଣ ସକାଳେ ଉଠିବା ପରେ ସ୍ନାନ କରି ଭଗବାନଙ୍କ ପୂଜା କରିବା ଉଚିତ । ପୂଜା କରିବା ଦ୍ଵାରା ଶଙ୍ଖ ଓ ଘଣ୍ଟର ବାଦ ଆପଣଙ୍କ କାନରେ ବାଜିବ ଯାହା ଦ୍ଵାରା ଆପଣଙ୍କ ସଂପୂର୍ଣ୍ଣ ଦିନ ବହୁତ ଭଲ ରହିବ ଓ ଆପଣଙ୍କ ଉପରେ ଦେବୀ ଦେବତା ମାନଙ୍କର ବିଶେଷ କୃପା ଦ୍ରୁଷ୍ଟି ରହିବ ।
୫. ବନ୍ଧୁଗଣ ବହୁତ ଲୋକ ସକାଳେ ଉଠିବା ପରେ ବେଡରେ ବସି ଚାହା ଓ କଫି ଆଦିର ସେବନ କରିଥାନ୍ତି । ସକାଳ ସମୟରେ ବେଡ ଉପରେ ବସି ଚାହା ଆଦିର ସେବନ କରିବା ଦ୍ଵାରା ଆପଣଙ୍କ ଉପରେ ରାହୁ କେତୁର ଖରାପ ପ୍ରଭାବ ପଡିଥାଏ, ଯାହା ଫଳରେ ଆପଣଙ୍କ ଜୀବନରେ ବହୁତ ଆର୍ଥିକ ଏବଂ ମାନସିକ ସମସ୍ୟା ଆସିଥାଏ । ତେଣୁ ବନ୍ଧୁଗଣ ସକାଳ ସମୟର ଏହି ସମସ୍ତ ନିୟମକୁ ମାନି ଚଳିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିବା ସହ ଆପଣଙ୍କ ଉପରେ ଦେବୀ ଦେବତାଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିବ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ