“ମୁଁ ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଗାଇ ରାତାରାତି ହିଟ ହୋଇ ଯାଇଥିଲେ କୁନି ପୁଅ ତ୍ରୈଲୋକ୍ୟ ରାୟ । ଖୋର୍ଦ୍ଧା ଜିଲ୍ଲାର ନିଆଳି ର ଏହି କୁନି ପୁଅ ତାଙ୍କ ଗୀତରେ କିଣି ନେଇଥିଲେ ଶ୍ରୋତାଙ୍କ ମନ । ପାଞ୍ଚ ବର୍ଷର ସ୍କୁଲରେ ପଢୁଥିବା ତ୍ରୈଲୋକ୍ୟ ତାଙ୍କ ଗୀତ ପାଇଁ ଖୁବ ଆଦୃତ ହୋଇଛନ୍ତି । ତାଙ୍କର ଏବେ ପ୍ରଥମ ଶ୍ରେଣୀରୁ ପଦୋନ୍ନତି ହୋଇଛି । ତେବେ ଏବେ ପୁଣି ଥରେ ଆଉ ଏକ ଗୀତ ଗାଇଛନ୍ତି ତ୍ରିଲୋକ୍ୟ । ସେ କଣ୍ଠ ଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସହ ମିଶି କାରୋନା ସଚେତନକୁ ନେଇ ଗାଇଛନ୍ତି ଆଉ ଏକ ଗୀତ ।
ଗୀତ ଟିର ନାମ ହେଉଛି “କଣ ଶୁଣିଛି ଅମାନିଆ ହେଲେ କାରୋନା ହେଉଛି” । ଏହି ଗୀତରେ ସେ କରୋନାକୁ ନେଇ ସଚେତନ ବାର୍ତ୍ତା ଦେଉଛି । ଲୋକଙ୍କୁ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ସଫା କରିବାକୁ, ସାନିଟାଇଜର ଲଗାଇବାକୁ ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏହି ଗୀତାରେ ଆହ୍ଵାନ ଦେଉଛନ୍ତି ତ୍ରୈଲୋକ୍ୟ । ଆଗକୁ ତୃତୀୟ ଲହର ମଧ୍ୟ ମାଡି ଆସୁଛି ସେଥିପାଇଁ ସଚେତନ ରହିବାକୁ ସେ ଲୋକଙ୍କୁ ଗୀତ ମାଧ୍ୟମରେ କହୁଛନ୍ତି । ସେ କହିଛନ୍ତି ଦାଦା ବା ଅଭଜିତ ମଜୁମଦାରଙ୍କ ସହ ଗୀତ ଗାଇ ସେ ବହୁତ ଖୁସି ଅଛନ୍ତି ।
ସାଇ କ୍ରୀଷ୍ଣା ମ୍ୟୁଜିକ ତରଫରୁ ଆୟୋଜିତ ଏହି ଗୀତକୁ ପ୍ରମୋଦ ପରିଡା ଲେଖିଛନ୍ତି ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । କିଛି ଦିନ ପୂର୍ବେ “ମୁଁ ସ୍କୁଲରେ ପଢୁଛି, ପ୍ରଥମ ଶ୍ରେଣୀରେ ପଢୁଛି” ଗୀତ ଗାଇଥିଲେ ତ୍ରୈଲୋକ୍ୟ । ତାଙ୍କର ସେହି ଗୀତଟି ଖୁବ ଲୋକପ୍ରିୟତା ହାସଲ କରିଥିଲା ଓ ତାଙ୍କୁ ସମସ୍ତେ ଖୁବ ପସନ୍ଦ କରିଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ତୀବ୍ର ଭାବେ ଭା-ଇ-ରା-ଲ ହୋଇଥିଲା ଗୀତଟି । ଅଭିଜିତ ମଜୁମଦାର ମଧ୍ୟ ତ୍ରିଲୋକ୍ୟଙ୍କ ସହ ଗୀତ ଗାଇବାରୁ ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି ।
ସେ କହିଛନ୍ତି ଜୀବନରେ ଅନେକ ଲୋକଙ୍କ ସହ ଗୀତ ଗାଇଛନ୍ତି, ମାତ୍ର ତ୍ରୈଲୋକ୍ୟ ଛୋଟ ପିଲା ହୋଇ ମଧ୍ୟ ଖୁବ ପ୍ରଫେସନାଲ ଅଟନ୍ତି । ସେ ତାଙ୍କ ସହ କାର୍ଯ୍ୟ କରିବା ଖୁବ ଉପଭୋଗ କରିଛନ୍ତି ଓ ତ୍ରୈଲୋକ୍ୟଙ୍କ ଠାରୁ ସେ ଅନେକ କିଛି ଶିଖି ପାରିଛନ୍ତି । ଅଭିଜିତ ମଜୁମଦାର ଆଶା କରନ୍ତି ଯେ ଛୋଟ ପିଲାଟି ଗୀତ ମାଧ୍ୟମରେ ଯେଉଁ କାରୋନା ସଚେତନ ବିଷୟରେ କହୁଛି, ଲୋକମାନେ ସେ ସବୁ ନିଶ୍ଚୟ ମାନିବେ ।
ଆମେ ମଧ୍ୟ ଆଶା କରୁଛୁ ଆପଣ ତ୍ରୈଲୋକ୍ୟଙ୍କ ଏହି ନୂଆ ଗୀତକୁ ଖୁବ ପସନ୍ଦ କରିବେ ଓ ଏହା ସହ ସମସ୍ତ କାରୋନା ସଚେତନତା ନିଶ୍ଚୟ ପାଳନ କରିବେ । କାରଣ ଆଗକୁ କାରୋନାର ତୃତୀୟ ଲହର ମାଡି ଆସୁଥିବା ବେଳେ ସେଥିରୁ ବଞ୍ଚିବା ପାଇଁ ପ୍ରଥମେ ଆପଣ ନିଜେ ସଚେତନ ହେବା ନିହାତି ଆବଶ୍ୟକ ଅଟେ । ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଥିଲେ ନିଶ୍ଚୟ ସେୟାର କରନ୍ତୁ ଓ ଲାଇକ, କମେଣ୍ଟ ମଧ୍ୟ କରନ୍ତୁ ।