ବନ୍ଧୁଗଣ ଆପଣ ମାନେ ସମସ୍ତେ ଅମବାନୀ ପରିବାର ବିଷୟରେ ନିଶ୍ଚୟ ଜାଣିଥିବେ । ଅମବାନୀ ପରିବାରକୁ ଦୁନିଆର ସବୁଠାରୁ ଧନୀ ପରିବାର ବୋଲି କୁହାଯାଏ । ଧିରୂଭାଇ ଅମବାନୀ ନିଜ ବିଜନେସକୁ ଯେତିକି ଉଚ୍ଚରେ ରଖିଥିଲେ ତାଙ୍କ ପୁଅ ମୁକେଶ ଅମବାନୀ ସେହି ବିଜନେସକୁ ଆହୁରି ଅଧିକ ଉଚ୍ଚରେ ରଖିସାରିଛନ୍ତି ।
ଧିରୂଭାଇ ଅମବାନୀ ନିଜ ଜୀବନରେ ଏକ ବଡ ସଫଳତା ହାସଲ କରିଛନ୍ତି । ସେହି ସଫଳତାରେ ତାଙ୍କ ପତ୍ନୀଙ୍କର ମଧ୍ୟ ବହୁତ ବଡ ଭୂମିକା ରହିଛି । ତାଙ୍କ ପତ୍ନୀ କୋକିଲାବେନ ସମସ୍ତ ନିଷ୍ପତ୍ତି ପାଇଁ ନିଜ ସ୍ଵାମୀଙ୍କ ସହ ଛିଡା ହୋଇଥିଲେ ଓ ତାଙ୍କ କଥା ମାନି ଥିଲେ । ବନ୍ଧୁଗଣ କୋକିଲାବେନଙ୍କ ପର୍ଶନାଲ ଲାଇଫ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ କୋକିଲାବେନଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା କୋକିଲାବେନଙ୍କ ଜୀବନୀ ବିଷୟରେ ।
ବନ୍ଧୁଗଣ କୋକିଲାବେନଙ୍କ ଜନ୍ମ ଗୁଜୁରାଟର ଏକ ଛୋଟ ଗାଁରେ ହୋଇଥିଲା । ତାଙ୍କର ବିବାହ ୧୯୫୫ ମସିହାରେ ଧିରୂଭାଇ ଅମବାନୀଙ୍କ ସହ ହୋଇଥିଲା । ୪୭ ବର୍ଷ ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପରର ସମସ୍ତ ଦୁଃଖ କଷ୍ଟରେ ରହିଥିଲେ । ୨୦୦୨ ମସିହା ଜୁଲାଇ ୬ରେ ଧିରୂଭାଇ ଅମବାନୀ ହାର୍ଟ ଆଟାକରେ ନିଜ ପ୍ରାଣ ହରାଇଥିଲେ । ଏହାପରେ ପରିବାରର ସମସ୍ତ ଦାଇତ୍ଵ କୋକିଲାବେନଙ୍କ ଉପରେ ଆସିଯାଇଥିଲା । ସେ ନିଜ ପରିବାରକୁ ବହୁତ ଭଲ ଭାବରେ ସମ୍ଭାଳିଥିଲେ ।
ଧିରୂଭାଇ କୋକିଲାବେନଙ୍କ ବହୁତ ଅଧିକ ଭଲ ପାଉଥିଲେ ଓ ତାଙ୍କର ସବୁ ଖୁସିର ଧ୍ୟାନ ରଖୁଥିଲେ । ଧିରୂଭାଇ ଅମବାନୀ ଯେକୌଣସି ପ୍ରୋଜେକ୍ଟ ଆରମ୍ଭ କରିବା ପୂର୍ବରୁ କୋକିଲାବେନଙ୍କ ସହ କଥା ନିଶ୍ଚୟ ହେଉଥିଲେ ଓ ତାଙ୍କ ଠାରୁ ସଜେସନ ନେଉଥିଲେ । ଧିରୂଭାଇ ଯେକୌଣସି କାମରେ ବାହାରକୁ ଗଲେ ନିଜ ପତ୍ନୀ କୋକିଲାବେନଙ୍କୁ ସାଥିରେ ନେଇ ଯାଉଥିଲେ ।
ପ୍ରଥମେ ସେ ନିଜ ପ୍ରୋଜେକ୍ଟ କାମକୁ ପୂରଣ କରୁଥିଲେ ଓ ତା ପରେ ସେ କୋକିଲାବେନଙ୍କ ସହ ସମୟ ବିତାଉ ଥିଲେ । ନିଜ ସ୍ଵାମୀ ବିଷୟରେ କଥା କହି ଠାରେ କୋକିଲାବେନ କହିଲେ-‘ମୋ ସ୍ଵାମୀ ବହୁତ ବଡ ସଫଳତା ହାସଲ କରିଥିଲେ ହେଲେ ନିଜ ସଫଳତା ପାଇଁ କେବେ ସେ ଗର୍ବ କରିନଥିଲେ । ସେ ସବୁବେଳେ ନିଜ ମାଟି ସହ ଯୋଡି ହୋଇ ରହୁଥିଲେ’ ।
ଧିରୂଭାଇ ଏକ ସ୍ଵାମୀର ସମସ୍ତ ଦାଇତ୍ଵ ପୂରଣ କରିଥିଲେ । ସେ ସମୟ ସମୟରେ ନିଜ ପତ୍ନୀଙ୍କୁ କେତେକ ଉପହାର ମଧ୍ୟ ଦେଉଥିଲେ । ଗୋଟେ ଥର ସେ କୋକିଲାବେନଙ୍କୁ ଏକ ଏରୋପ୍ଳେନ କିଣି ଦେଇଥିଲେ । ବନ୍ଧୁଗଣ କୋକିଲାବେନଙ୍କୁ ଅଧିକାଂଶ ସମୟରେ ପିଙ୍କ କଲରର ଶାଢୀରେ ଦେଖାଜେ । ଏହାର କାରଣ ହେଉଛି ତାଙ୍କୁ ଗୋଲାପି ରଙ୍ଗ ବହୁତ ଅଧିକ ପସନ୍ଦ ଓ ତାଙ୍କର ଅଧିକାଂଶ ଶାଢୀ ଗୋଲାପି ରଙ୍ଗର ଅଛି । ତେଣୁ ସେ ଯେତେବେଳେ ବି ପରିବାରର କୌଣସି କାର୍ଯ୍ୟକ୍ରମକୁ ଯାନ୍ତି ସେତେବେଳେ ସେ ଗୋଲାପି ରଙ୍ଗର ଶାଢୀ ପିନ୍ଧନ୍ତି ।