ସାଧା ସିଧା ଗାଉଁଲି ଝିଅ ପରି ନଜର ଆସୁଥିଲେ ଟିଭି ର ଏହି 5 ଜଣ ଫେମସ ଅଭିନେତ୍ରୀ, ଷ୍ଟାର ହେବା ମାତ୍ରେ ବଦଳି ଗଲା ପୁରା ଲୁକ

ଟିଭିରେ ଝିଅ-ବୋହୁ ର ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀମାନେ ବାସ୍ତବ ଜୀବନରେ ଯେତିକି ସରଳ, ସେତିକି ବୋଲ୍ଡ ଏବଂ ଗ୍ଲାମରସ୍ | ଏହି ଅଭିନେତ୍ରୀମାନେ ଟିଭିରେ ସଂସ୍କାରୀ ବୋହୂ, ଝିଅ, ଶାଶୁ ଏବଂ ପତ୍ନୀ ଭୂମିକାରେ ଅଭିନୟ କରି ଫେମସ ହୋଇଛନ୍ତି ଏବଂ ଆଜି ଘରେ ଘରେ ପରିଚିତ ଅଟନ୍ତି | ଯଦିଓ ଏହି ଅଭିନେତ୍ରୀମାନେ ଆଜି ବହୁତ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ସେମାନେ ଫେମସ ହେବା ପୂର୍ବରୁ ସାଧାରଣ ଝିଅମାନଙ୍କ ପରି ଦେଖା ଯାଉଥିଲେ | ଫେମସ ହେବା ପରେ ଏହି ଅଭିନେତ୍ରୀମାନଙ୍କ ଚେହେରା ମଧ୍ୟ ବଦଳି ଯାଇଛି |

ଷ୍ଟାର ହେବା ମାତ୍ରେ ଏହି ଅଭିନେତ୍ରୀମାନଙ୍କ ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି ବୋଲି କହିବା ଭୁଲ ହେବ ନାହିଁ | ଆଜିର ଏହି ଫେମସ ଅଭିନେତ୍ରୀମାନେ ବହୁତ ସରଳ ଦେଖାଯାଉଥିଲେ କିନ୍ତୁ ବର୍ତ୍ତମାନ ସେମାନେ ବହୁତ ଷ୍ଟାଇଲିସ୍ ହୋଇ ଯାଇଛନ୍ତି | ଏହି ପୋଷ୍ଟରେ, ଆମେ ଆପଣଙ୍କୁ ଟେଲିଭିଜନ୍ ଇଣ୍ଡଷ୍ଟ୍ରିର କିଛି ଫେମସ ଅଭିନେତ୍ରୀଙ୍କ ପୁରୁଣା ଫଟୋ ଦେଖାଇବାକୁ ଯାଉଛୁ ଯେତେବେଳେ କେହି ସେମାନଙ୍କୁ ଜାଣି ନଥିଲେ | ଫେମସ ହେବା ପରେ ସେମାନଙ୍କର ଚେହେରା କିପରି ବଦଳିଛି ତାହା ନିଜେ ଦେଖନ୍ତୁ |

ଶୃତି ଝା

ଲାଇଫ୍ ଓକେ ର ପ୍ରସିଦ୍ଧ ସିରିଏଲ ‘ସୌଭାଗ୍ୟବତୀ ଭବ’ରୁ ଶୃତି ଝା ଲୋକପ୍ରିୟତା ପାଇଥିଲେ | ଏହା ପରେ ସେ ଜି ଟିଭିର ସୋ ‘କୁଣ୍ଡଲି ଭାଗ୍ୟ’ରେ ଅଭିନୟ କରିଥିଲେ । ଏହି ଭୂମିକା ପାଇଁ ସେ ଦର୍ଶକଙ୍କ ଠାରୁ ବହୁତ ପ୍ରଶଂସା ମଧ୍ୟ ପାଇଥିଲେ | ଟିଭି ଇଣ୍ଡଷ୍ଟ୍ରିର ଅନ୍ୟତମ ଫେମସ ଅଭିନେତ୍ରୀ ଅଟନ୍ତି ଶୃତି ଝା | ଯେମିତି ଆପଣ ଏହି ଫଟୋରେ ଦେଖି ପାରୁଥିବେ, ସେ ଫେମସ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲେ | ଯଦିଓ ସେ ପୂର୍ବରୁ ସୁନ୍ଦର ଥିଲେ କିନ୍ତୁ ପ୍ରସିଦ୍ଧ ହେବା ପରେ ତାଙ୍କ ଚେହେରା ବହୁତ ବଦଳି ଯାଇଛି |

ସାରା ଖାନ

ଛୋଟ ପରଦାରେ ସାରା ଖାନ ଜଣେ ଜଣାଶୁଣା ଅଭିନେତ୍ରୀ | ସିରିଏଲ ‘ବିଦାଇ’ରେ ତାଙ୍କର ଅଭିନୟ ତାଙ୍କୁ ଘରେ ଘରେ ପ୍ରସିଦ୍ଧ କରିଥିଲା ​​| ସିରିଏଲରେ ସାଧା ସିଧା ଦେଖାଯାଉଥିବା ସାରା, ବାସ୍ତବ ଜୀବନରେ ବହୁତ ବୋଲ୍ଡ | କିନ୍ତୁ ଏହା ପୂର୍ବରୁ ସେ ଏମିତି ନଥିଲେ | ସେ ଫେମସ ହେବା ପୂର୍ବରୁ ଜଣେ ସାଧାରଣ ଝିଅ ପରି ଦେଖାଯାଉଥିଲେ | ତାଙ୍କ ମୁହଁରେ ସରଳତା ନଜର ଆସୁଥିଲା | କିନ୍ତୁ ସେ ଫେମସ ହେବା ମାତ୍ରେ ତାଙ୍କ ଚେହେରାରେ ବହୁତ ପରିବର୍ତ୍ତନ ଆସିଛି |

ଜେନିଫର୍ ୱିଙ୍ଗେଟ୍

ଜେନିଫର୍ ୱିଙ୍ଗେଟ୍ ଛୋଟ ପରଦାରେ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ | ସେ ରୂପରେ ଏତେ ସୁନ୍ଦର ଯେ ବଲିଉଡର ସବୁଠୁ ବଡ ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସାମ୍ନାରେ ଫେଲ ହୋଇଯାନ୍ତି । ନିକଟରେ ବନ୍ଦ ହୋଇଥିବା ଶୋ ‘ବେହାଡ’ ଓ ‘ବେପନାହ’ ବହୁତ ହିଟ୍ ହୋଇଥିଲା | ଆମେ ଆପଣଙ୍କୁ କହି ଦେଉଛୁ ଯେ ଜେନିଫର୍ ବର୍ତ୍ତମାନ ଟିଭିର ହାଇଏଷ୍ଟ ପେଡ ଅଭିନେତ୍ରୀ ଅଟନ୍ତି | ସେ ଆଜି ବହୁତ ଷ୍ଟାଇଲିସ୍ ଏବଂ ଗ୍ଲାମରସ୍ ଦେଖାଯାଉଥିଲେ ମଧ୍ୟ ସେ ଫେମସ ହେବା ପୂର୍ବରୁ ଏକ ସାଧାରଣ ଝିଅ ପରି ଦେଖା ଯାଉଥିଲେ |

ମୌନି ରୟ

ମୌନି ରୟଙ୍କ ନାମ ଟିଭିର ଫେମସ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି | ସିରିଏଲ ‘ନାଗିନ୍’ରେ ମୌନିଙ୍କ ନାଗିନ କ୍ୟାରେକ୍ଟର କୁ ଲୋକମାନେ ପସନ୍ଦ କରିଥିଲେ । ମୌନି ଫିଲ୍ମ ‘ଗୋଲ୍ଡ’ରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଯଦିଓ ସେ ଆଜି ବହୁତ ହଟ ନଜର ଆସନ୍ତି, କିନ୍ତୁ ଫଟୋରେ ଆପଣ ଦେଖିପାରିବେ ଯେ ସେ ପୂର୍ବରୁ କେତେ ସରଳ ଦେଖା ଯାଉଥିଲେ |

ଦିବ୍ୟଙ୍କା ତ୍ରିପାଠୀ

ଷ୍ଟାର୍ ପ୍ଲସ୍ ସୋ ‘ୟେ ହୈ ମୋହବତେଂ’ରେ ଦିବ୍ୟଙ୍କା ତ୍ରିପାଠୀ ଇଶିତା ଭୂମିକାରେ ଅଭିନୟ କରନ୍ତି | ଆଜି ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ ବଲିଉଡର କୌଣସି ଫେମସ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି | ଦିବ୍ୟଙ୍କା ଆଜି ଟିଭିର ଏକ ଜଣାଶୁଣା ଚେହେରା କିନ୍ତୁ ଆପଣ ଏହି ଫଟୋରେ ଦେଖିପାରିବେ ଯେ ପୂର୍ବରୁ ସେ ଅଧିକ ଗ୍ଲାମରସ୍ ଦେଖା ଯାଉ ନଥିଲେ | ଯଦିଓ ସେ ପୂର୍ବରୁ ମଧ୍ୟ ସୁନ୍ଦର ଥିଲେ, କିନ୍ତୁ ଫେମସ ହେବା ପରେ ତାଙ୍କ ଚେହେରା ସଂପୂର୍ଣ୍ଣ ବଦଳି ଯାଇଛି |

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *