ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଝରକା ବାଟେ ” ମୋ ବସ” ରେ ପ୍ରବେଶ କଲେ ମହିଳାଜଣକ । ଆଶ୍ଚର୍ଯ୍ୟ ହୋଇଗଲେ ସେଠାରେ ଛିଡା ହୋଇଥିବା ଲୋକେ । ସୂଚନା ଅନୁସାରେ ମୋ ବସ ଭିତରକୁ ଯିବା ପାଇଁ ବହୁତ ଲମ୍ବା ଧାଡି ଟିଏ ଥିଲା । ବସ ଭିତରେ ଯାତ୍ରୀମାନେ ପୂର୍ବରୁ ବସିଥିବା କାରଣରୁ ଯାତ୍ରା କରିବା ପାଇଁ ସ୍ଥାନ ନ ଥିବା ଲୋକେ ଦେଖୁଥିଲେ ।

ମାତ୍ର ଯେମତି ହେଉ ପଛେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ଆଶାରେ ଲୋକମାନେ ବସ ମଧ୍ୟକୁ ଯିବା ପାଇଁ ଠେଲାପେଲି ହେଉଥାନ୍ତି । ମାତ୍ର ସେହି ଭିଡରେ ଜଣେ ମହିଳାଜଣକ ମଧ୍ୟ ବସ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥାନ୍ତି । ମାତ୍ର ତାଙ୍କ ଚେଷ୍ଟା ଅସଫଳ ହେବା ହେତୁ ସେଠାରେ ତାଙ୍କ ମନକୁ ଆସିଥିଲା ଅଦ୍ଭୁତ ଯୋଜନା ଓ ସମସ୍ତେ ଦେଖୁ ଦେଖୁ ଝରକା ବାଟେ ପଶିଗଲେ ମୋ ବସ ଭିତରକୁ ।
ରୁହ ରୁହ ବୋଲି ଯେତେ କହିଲେ ବି ଶୁଣିନଥିଲେ ମହିଳା ଜଣକ । ଏହାକୁ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସେଠାରେ ଥିବା ଯୁବକମାନେ ତାଙ୍କ ଫୋନରେ ଏହାକୁ ଶୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏବେ ଏହି ଭିଡିଓ ବେସ୍ ଭାଇରାଲ ହେଉଛି ମହିଳା ଜଣକ ବୁଦ୍ଧିମତାକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଲୋକେ ।

ଲୋକେ କହୁଛନ୍ତି ଯଥା ମହିଳାଜଣକ ଜଗାଙ୍କୁ ଦର୍ଶନ କରିବାକୁ ବାହାରିଛନ୍ତି । ତେବେ ଲୋକମାନେ ମଧ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବସରେ ବସିବାକୁ ଭିଡ କରିଥିଲେ ତେବେ କଣ୍ଡକ୍ଟର ଲୋକମାନଙ୍କୁ ନିୟନ୍ତ୍ରଣ କରିବା ବ୍ୟସ୍ତ ଥିବା ବେଳେ ”ମୁଁ ଯେମିତି ହେଲେ ଜଗାକୁ ଦର୍ଶନ କରିବି ”ବୋଲି ଭାବି ମହିଳାଜଣକ କାନିକୁ ମୁଣ୍ଡରେ ଦେଇ ଝରକା ବାଟେ ବସ ଭିତରକୁ ପଶିଯାଇଥିଲେ ।
ସତରେ ମହିଳାମାନେ ପୁରୁଷମାନଙ୍କ ଠାରୁ ଆଗରେ ବୋଲି ଆଉ ଥରେ ପ୍ରମାଣ କରିଛନ୍ତି । ନିଜର ଲକ୍ଷ୍ୟକୁ ଯିବା ପାଇଁ ସମସ୍ତ ବାଦ ଦେଇ ମୋ ବସ ଭିତରକୁ ପ୍ରବେଶ କଲେ ମହିଳା । ଏହି ଦୃଶ୍ୟକୁ ଦେଖି କଣ୍ଡକ୍ଟର ଓ ଭେଣ୍ଡିଆ ପୁଅମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ଏହି ବିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

