ବନ୍ଧୁଗଣ, ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ନିଜ ପ୍ରିୟ କ୍ରିକେଟ ଖେଳାଳୀ ଙ୍କୁ ଦେଖିଲେ ପାଗଳ ଭଳି ଚାହୁଁଥିବା ଫ୍ୟାନ୍ସ ମାନେ ନିଜକୁ ଅଟକାଇ ପାରନ୍ତି ନାହିଁ । ସେମାନେ ହଠାତ ପଡିଆ ଭିତରକୁ ପ୍ରବେଶ କରିବାକୁ ଲାଗିଥାନ୍ତି । ତେବେ ଏହିଭଳି କିଛି ଘଟଣା ଦେଖିବାକୁ ମିଳିଥିଲା କ୍ରିକେଟ ପଡିଆରେ । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରୋହିତ ଶର୍ମା ଙ୍କୁ ଭେଟିବା ନିମନ୍ତେ ପଡିଆ ମଧ୍ୟକୁ ପଶିଲେ ଫ୍ୟାନ ।

ମାତ୍ର ପଡିଆ ଭିତରକୁ ପ୍ରବେଶ କରିବା ଜବ୍ରା ଫ୍ୟାନ କୁ ମହଙ୍ଗା ପଡିଲା ଏବଂ ସମୁଦାୟ ୬ ଲକ୍ଷ ୫୦ ହଜାର ଟଙ୍କା ର ଜୋରିମାନା ଲାଗିଲା । ଜବ୍ରା ଫ୍ୟାନ ନିଜ ପ୍ରିୟ ଖେଳାଳୀ ଙ୍କୁ ଭେଟିବା ନିମନ୍ତେ ସମସ୍ତ ସୀମା ଲଙ୍ଘୁଥିବାର ଦୃଶ୍ୟ କ୍ରିକେଟ ପଡିଆରେ ସର୍ବଦା ଦେଖିବାକୁ ମିଳିଛି । ଟି-20 ବିଶ୍ଵକପ 2022ରେ ଭାରତ VS ଜିମ୍ବାୱେ ମ୍ୟାଚ ସମୟରେ ମଧ୍ୟ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଜଣେ ଭାରତୀୟ ପ୍ରଶଂସକ ସୁରକ୍ଷା କୁ ଲଙ୍ଘି ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ପଡିଆ ଭିତରକୁ ପଶି ଆସିଥିଲେ । ମାତ୍ର ତାଙ୍କୁ ଏହା ଜଣା ନଥିଲା ଯେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ । ପ୍ରଶଂସକ ଙ୍କ ଉପରେ ଲକ୍ଷାଧିକ ଟଙ୍କା ର ଜୋରିମାନା ଲାଗିଛି । କହବର ଅନୁଜସୟୀ ମ୍ୟାଚ ସମୟରେ ପଡିଆ ଭିତରକୁ ପଶିଥିବା ଅପରାଧ ରେ ଉକ୍ତ ପ୍ରଶଂସକ ଙ୍କ ଉପରେ 6 ଲକ୍ଷ 50 ହଜାର ଟଙ୍କା ର ଜୋରିମାନା ଲାଗୁ କରାଯାଇଅଛି ।

ଏହି ଘଟଣା ଜିମ୍ବାୱେ ର ୧୭ ତମ ଓଭର ରେ ଘଟିଥିଲା । ପଡିଆ ଭିତରକୁ ପଶିବା ମାତ୍ରେ ସୁରକ୍ଷା କର୍ମୀ ପ୍ରଶଂସକ ଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ, ସେ ଚଖ୍ମା ଦେଇ ରୋହିତ ଶର୍ମା ଙ୍କ ଆଡକୁ ଦୌଡିବାରେ ଲାଗିଥିଲେ । ଏହି ସମୟରେ ଜଣେ ଗାର୍ଡ ଚମତ୍କାର ଡ୍ରାଇଭ କରି ଏହି ଜବ୍ରା ଫ୍ୟାନ କୁ କାବୁ କରିବାରେ ସଫଳ ହୋଇଥିଲେ ।
ସୁରକ୍ଷା କର୍ମୀ ତାଙ୍କୁ ଧରିବା ପରେ ରୋହିତ ଶର୍ମା ତାଙ୍କ ନିକଟକୁ ଆସି ପ୍ରଶଂସକ ଙ୍କୁ ଆରାମରେ ବାହାରକୁ ନେଇ ଯିବାକୁ କହିଥିଲେ । ବାହାରକୁ ଯିବା ସମୟରେ ପ୍ରଶଂସକ ଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଟି-20 ବିଶ୍ଵକପ 2022 ରେ ଭାରତ ଜିମ୍ବାୱେ କୁ 71 ରନରେ ହରାଇ ଭାରତ ଗୃପ-B ର ଶୀର୍ଷ ସ୍ଥାନ ହାସଲ କରିଛି । ବର୍ତ୍ତମାନ ଭାରତ ସେମି ଫାଇନାଲ ରେ ଗୃପ A ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡ କୁ ଭେଟିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

